Ayushman Bhava Program: ଆସନ୍ତା ୧୭ ତାରିଖରେ ନିଜର ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ସରକାର "ଆୟୁଷ୍ମାନ ଭବ" କାର୍ଯ୍ୟକ୍ରମ ଆରମ୍ଭ କରିବେ। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଆମେ "ଆୟୁଷ୍ମାନ ଭବ" କାର୍ଯ୍ୟକ୍ରମ ଆରମ୍ଭ କରିବେ ଯାହା ଦ୍ୱାରା ସମସ୍ତ ରାଷ୍ଟ୍ରାୟତ୍ତ ସ୍ୱାସ୍ଥ୍ୟ ଯୋଜନାର ଲାଭ ପ୍ରତ୍ୟେକ ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ (Union Health Minister Mansukh Mandaviya) ଆହୁରି ମଧ୍ୟ କହିଛନ୍ତି, "ଆୟୁଷ୍ମାନ ଭବ" କାର୍ଯ୍ୟକ୍ରମ (Ayushman Bhava Program) ସମୟରେ ଏକ ଶିବିର ଆୟୋଜିତ ହେବ। ଦେଶରେ ପ୍ରାୟ ୬୦ ହଜାର ଆୟୁଷ୍ମାନ ଭାରତ କାର୍ଡ (Ayushman Bharat Card) ଜନସାଧାରଣଙ୍କୁ ଯୋଗାଇ ଦିଆଯିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମର (Health Care Programs India) ଉନ୍ନତ ସୁବିଧା ପାଇଁ ଆମେ ଏହି କାର୍ଯ୍ୟକ୍ରମକୁ ଅଧିକ ଥର କାର୍ଯ୍ୟକାରୀ କରାଯିବ।


ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା 
ଆପଣଙ୍କୁ କହିରଖୁଛୁ ଯେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (Ayushman Bharat-Pradhan Mantri Jan Arogya Yojana) ଏବି-ପିଏମଜେଏୱାଇ (AB-PMJAY Scheme India) ହେଉଛି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (Largest Health Insurance Plan of World)। ଯାହା ହିତାଧିକାରୀଙ୍କ ପରିବାରକୁ ପ୍ରତି ବର୍ଷ ୫ ଲକ୍ଷ ଟଙ୍କାର ହେଲଥ୍ କଭରେଜ୍ (Health Coverage) ପ୍ରଦାନ କରିଥାଏ। କେନ୍ଦ୍ର ସ୍ୱାସ୍ଥ୍ୟ କହିଛନ୍ତି ଯେ ଗତ ବର୍ଷ ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ (PM Narendra Modi Birthday) ଆମେ ଯକ୍ଷ୍ମା ରୋଗ (Tuberculosis) ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିଲୁ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଯକ୍ଷ୍ମା ଦୂର କରିବା ପାଇଁ ବିଶ୍ୱର ଲକ୍ଷ୍ୟ ୨୦୩୦ ପର୍ଯ୍ୟନ୍ତ ରହିଛି। ହେଲେ ଭାରତ ୨୦୨୫ ପର୍ଯ୍ୟନ୍ତ ଯକ୍ଷ୍ମା ଦୂର (Tuberculosis Free India Mission 2025) କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି।


ସାରା ଦେଶରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିଲା ଏକ ଅଭିଯାନ 
ଗତ ବର୍ଷ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଏକ ବର୍ଷିକିଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଯାହା ଅଧିନରେ ସମସ୍ତେ ଜଣେ ଯକ୍ଷ୍ମା ରୋଗୀ ଗ୍ରହଣ କରିବେ ଏବଂ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ଯତ୍ନ ନେବେ। ଜଣେ ଯକ୍ଷ୍ମା ରୋଗୀଙ୍କୁ ଏକ ବର୍ଷ ପାଇଁ ଗ୍ରହଣ କରିବାର ଯୋଜନା ଆସନ୍ତା ୨୦୨୫ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯୫୦ ମସିହା ସେପ୍ଟମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗର ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ଏହି ଉତ୍ତର ଗୁଜୁରାଟର ମେହସାଣା ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର।