Bakra Eid Goat Price: ଚଳିତ ବର୍ଷ ଜୁନ୍ ମାସ ଶେଷ ଦିନରେ ପାଳିତ ହେବାକୁ ଯାଉଛି ବକ୍ରି ଇଦ ପର୍ବ। ଇସଲାମ ଧର୍ମରେ ପାଳିତ ହେଉଥିବା ପାଳିତ ହେଉଥିବା ବିଭିନ୍ନ ଧର୍ମ ମଧ୍ୟରୁ ବକ୍ରି ଇଦ ଏକ ମୁଖ୍ୟ ପର୍ବ। ଏହି ପର୍ବ ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ବର୍ତ୍ତମାନ ଇସଲାମୀୟ ଜିଲହିଜ ମାସର ଚନ୍ଦ୍ର ଦେଖାଯାଇ ସାରିଛି ଏବଂ ବକ୍ରି ଇଦ ପର୍ବ ପାଳନ କରିବାର ତାରିଖ ମଧ୍ୟ ସାମ୍ନାକୁ ଆସିଛି। ଚଳିତ ବର୍ଷ ଇଦ୍ ଉଲ୍-ଅଜହା ଅର୍ଥାତ୍ ବକ୍ରି ଇଦ୍ ପର୍ବ ଜୁନ୍ ୨୯ ତାରିଖରେ ପାଳନ କରାଯିବ।


COMMERCIAL BREAK
SCROLL TO CONTINUE READING

ବକ୍ରି ଇଦ (Bakra Eid) ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ଅବସରରେ ଆରମ୍ଭ ହୋଇଯାଇଛି ଛେଳି ବିକ୍ରି (Bakra Eid Goat Price)। ବକ୍ରି ଇଦ ଅବସରରେ ଛେଳି ବଳି (Bakra Eid Goat Sacrifice) ଦେବାର ପରମ୍ପରା ରହିଛି। ଛେଳି ସାଧାରଣ ମୂଲ୍ୟରେ ବଜାରରେ ଉପଲବ୍ଧ ହୋଇଥାଏ। ହେଲେ ରାଜସ୍ଥାନ ଝୁନ୍ ଝୁନ୍ ଜିଲ୍ଲାର (Jhunjhunu District Rajasthan) ଗୋଟିଏ ଛେଳି ଏହାର ମୂଲ୍ୟ ହେତୁ ଚର୍ଚ୍ଚାର ବିଷୟ ପାଲଟିଛି।


ଛେଳି ବେକରେ ଲେଖା ହୋଇଛି "ଆହ୍ଲା" 
ରାଜସ୍ଥାନ ଝୁନ୍ ଝୁନ୍ ଜିଲ୍ଲାର ଗଦାଖେଡା ଗ୍ରାମର ଗୋଟିଏ ଛେଳି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛେଳିର ବିଶେଷତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାକୁ କିଣିବା ପାଇଁ ବ୍ୟବସାୟୀଙ୍କ ଆଗମନ ରହିଛି। ହେଲେ ଏହାର ମାଲିକ ଏହାକୁ ବିକ୍ରୟ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଆପଣଙ୍କୁ କହିରଖୁଛୁ ଏହି ଛେଳି ବେକରେ "ଆହ୍ଲା" ଲେଖାଯାଇଛି। ଯେଉଁଥିପାଇଁ ଏପର୍ଯ୍ୟନ୍ତ ୫ ଲକ୍ଷରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।


Also Read: Eid-al-Adha Bakrid 2023: ଜୁନ ୨୮ ନାଁ ୨୯; କେବେ ପାଳନ କରାଯିବ ବକ୍ରି ଇଦ୍? ଜାଣନ୍ତୁ ତାରିଖ


ନିଲାମୀ ବଢିବାକୁ ଅପେକ୍ଷା କରିଛନ୍ତି ମାଲିକ
ଏନେଇ ମିଳିଥିବା ଖବର ଅନୁଯାୟୀ ଗଦାଖେଡା ଗ୍ରାମର ଦୀନେଶ କୁମାର ବିଗତ ଚାରି ପାଞ୍ଚ ବର୍ଷ ଧରି ଛେଳି ପାଳନ କରି ଆସୁଛନ୍ତି। ଯେହେତୁ ସେ ଏହି ଛେଳିର ବିଶେଷତା ବିଷୟରେ ଜାଣିଥିଲେ, ତେଣୁ ତାଙ୍କର ପୁରା ପରିବାର ଏହି ଛେଳିର ବିଶେଷ ଯତ୍ନ ନେଇଥାନ୍ତି। ଏନେଇ ଦୀନେଶ କହିଛନ୍ତି ଯେ ବକ୍ରି ଇଦ୍ ଅବସରରେ ଏଭଳି ଛେଳିଙ୍କ ପାଇଁ ଏକ ବିଶେଷ ଚାହିଦା ରହିଛି। ଏହି ଛେଳି ବିଷୟରେ ବିଶେଷ କଥା ହେଉଛି "ଆହ୍ଲା" ତାuej ବେକରେ ଆରବୀୟ ଭାଷାରେ ଲେଖାଯାଇଛି। ଯାହା ନିକଟସ୍ଥ ବ୍ୟବସାୟୀଙ୍କୁ ବିଶେଷ ଆକର୍ଷିତ କରିଥାଏ। ଏବେ ଦୀନେଶ ବକ୍ରି ଇଦ ପାଇଁ ଅପେକ୍ଷା କରି ବସିଛନ୍ତି। ଦୀନେଶ କହିବା କଥା ଯେ ବୋଧହୁଏ ଏହି ଛେଳିର ନିଲାମୀ ମୂଲ୍ୟ ଆହୁରି ବୃଦ୍ଧି ପାଇବ।


କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ ଏଭଳି ଛେଳି
ଛେଳି କିଣିବାକୁ ଆସିଥିବା ବ୍ୟବସାୟୀ କହିଛନ୍ତି ଯେ ଛେଳିର ବେକରେ "ଆହ୍ଲା" ଲେଖା ହେବା ପ୍ରକୃତିର ଏକ ବଡ଼ ଚମତ୍କାର। ସେଥିପାଇଁ ସେମାନେ ଏହାକୁ ନେବାକୁ ଆଗ୍ରହୀ। ହେଲେ ବର୍ତ୍ତମାନ ମାଲିକ ତାଙ୍କ ଛେଳିକୁ ବିକ୍ରି କରିବାକୁ ଦେଉନାହାଁନ୍ତି। ମାଲିକ ଅପେକ୍ଷା କରିଛନ୍ତି। କାରଣ ତାଙ୍କ ଛେଳିର ମୂଲ୍ୟ ଆହୁରି ବଢିପାରେ। ଯଦିଓ ଏପରି ଛେଳିର କୌଣସି ମୂଲ୍ୟ ସ୍ଥିର କରାଯାଇ ନାହିଁ। ଏହିରି ଛେଳି ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ।