Eid-al-Adha Bakrid 2023: ଜୁନ ୨୮ ନାଁ ୨୯; କେବେ ପାଳନ କରାଯିବ ବକ୍ରି ଇଦ୍? ଜାଣନ୍ତୁ ତାରିଖ
Advertisement
Article Detail0/zeeodisha/odisha1746634

Eid-al-Adha Bakrid 2023: ଜୁନ ୨୮ ନାଁ ୨୯; କେବେ ପାଳନ କରାଯିବ ବକ୍ରି ଇଦ୍? ଜାଣନ୍ତୁ ତାରିଖ

eid ul adha bakrid celebration:  ଚଳିତ ବର୍ଷ ବକ୍ରି ଇଦ ଏବଂ ଇଦ୍-ଉଲ୍-ଅଜହା କେବେ ପାଳନ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଥିଲେ ଇସଲାମ ଧର୍ମାବଲମ୍ବୀ। ମାତ୍ର ଏହି ପର୍ବ କେବେ ପାଳନ କରାଯିବ ତାହାର ତାରିଖ ସ୍ଥିର ହୋଇଯାଇଛି।

Eid-al-Adha Bakrid 2023: ଜୁନ ୨୮ ନାଁ ୨୯; କେବେ ପାଳନ କରାଯିବ ବକ୍ରି ଇଦ୍? ଜାଣନ୍ତୁ ତାରିଖ

Eid-al-Adha Bakrid 2023 Date: ଇସଲାମ ଧର୍ମରେ ବକ୍ରିଇଦ୍ ଅଥବା ଇଦ୍-ଉଲ୍-ଅଜହା ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ଦିନ ବଳିଦାନର ବିଶେଷ ମହତ୍ତ୍ୱ ରହିଛି। ଏହି ପର୍ବ ବିଷୟରେ ଏକ ବିଶ୍ୱାସ ରହିଛି ଯେ ବଳି ଦେବାର ପରମ୍ପରା ଭବିଷ୍ୟ‌ଦ୍‌ବକ୍ତା ହଜରତ ଇବ୍ରାହିମଙ୍କ ସମୟରୁ ଆରମ୍ଭ ହୋଇଥିଲା।

ହେଲେ ଚଳିତ ବର୍ଷ ବକ୍ରି ଇଦ (Bakrid 2023 Date) କେବେ ପାଳନ କରାଯିବ ତାହାକୁ ନେଇ ବେଶ ଦ୍ୱନ୍ଦ୍ୱରେ ରହିଥିଲେ ଇସଲାମ ଧର୍ମାବଲମ୍ବୀ (Muslim in India)। କିଛି ଲୋକଙ୍କ କହିବା ଅନୁଯାୟୀ ବକ୍ରିଇଦ ୨୮ ତାରିଖରେ ପଡୁଛି। ସେହିପରି ଅନ୍ୟ କେତେକ ଲୋକଙ୍କ ମତରେ ବକ୍ରି ଇଦ ଜୁନ୍ ୨୯ ତାରିଖରେ ପାଳନ ହେବ ବୋଲି କୁହାଯାଉଥିଲା। ହେଲେ ଜୁନ ୧୯ ତାରିଖ ସୋମବାର ଜିଲହିଜ୍ଜ ମାସର ଚନ୍ଦ୍ର ଦେଖାଯିବା (Zil Hajj Moon Sighting 2023 India) ପରେ ୨୦୨୩ ବକ୍ରି ଇଦ୍ ତାରିଖ ସ୍ଥିର ହୋଇଯାଇଛି। ଏହି ପର୍ବ କେବେ ପାଳନ କରାଯିବ ତାହା ମଧ୍ୟ ଘୋଷଣା କରାଯାଇଛି।

ଚଳିତ ବର୍ଷ କେବେ ପାଳନ ହେବ ବକ୍ରିଇଦ
ଜିଲହିଜ୍ଜ (Zil Hajj Month) ହେଉଛି ଇସଲାମିକ କ୍ୟାଲେଣ୍ଡର (Months in Islamic Calendar) ଅନୁଯାୟୀ ଦ୍ୱାଦଶ ଏବଂ ଶେଷ ମାସ। ଯାହା ଧୁ ଅଲ-କାଦା (Dhu Al Qaeda) ପରେ ଆସିଥାଏ। ଏହି ମାସ ଇସଲାମ ଧର୍ମ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର (Religious Islamic Month) ବୋଲି ବିବେଚନା କରାଯାଏ। ଏହି ମାସରେ ହଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥଯାତ୍ରା (Hajj Pilgrimage) କରାଯାଏ ଏବଂ ବଳିଦାନ ଦିଆଯାଏ। ଧୁ ଅଲ-କାଦା ମାସର ଶେଷ ଦିନ ଜୁନ ୧୯ ତାରିଖ ସୋମବାର ଚନ୍ଦ୍ର ଦର୍ଶନ କରାଯାଇଥିଲା। ଯାହାକୁ ଜିଲହିଜ୍ଜ ମାସର ଚନ୍ଦ୍ର (Zil Hajj Month Moon) କୁହାଯାଏ। ଏଭଳି ପରିସ୍ଥିତିରେ ଜିଲହିଜ୍ଜ ମାସ (Zil Hajj Month) ଜୁନ୍ ୨୦ ତାରିଖରୁ ଆରମ୍ଭ ହୋଇଛି। ବକ୍ରି ଇଦ୍ ଜିଲହିଜ୍ଜ ମାସର ଦଶମ ଦିନରେ ପାଳନ କରାଯାଇଥାଏ। ଏପରି ଭାବେ ଚଳିତ ବର୍ଷ ବକ୍ରିଇଦ କିମ୍ବା ଇଦ୍ ଉଲ୍ ଅଜହା (eid ul adha 2023 date in india) ଜୁନ୍ ୨୯ ତାରିଖରେ ପାଳନ କରିବାକୁ ସ୍ଥିର କରାଯାଇଛି।

ବକ୍ରିଇଦ ଅବସରରେ ବଳିଦାନର ରହିଛି ଗୁରୁତ୍ୱ
ବକ୍ରିଇଦ ଅବସରରେ ଦିଆଯାଉଥିବା ବଳିର ବେଶର ଗୁରୁତ୍ୱ ରହିଛି। ସେଥିପାଇଁ ଏହି ପର୍ବକୁ କୁର୍ବାନୀ କିମ୍ବା ବକରା ଇଦ୍ (Bakra Eid) ମଧ୍ୟ କୁହାଯାଏ। କିଛି ଲୋକ ବକ୍ରିଇଦ ଆରମ୍ଭ ହେବା ପର ଠାରୁ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ବଳି ଦେଇଥାନ୍ତି। ଇସଲାମୀୟ ଧାର୍ମିକ ବିଶ୍ୱାସ (Islamic Religious Belief) ଅନୁଯାୟୀ, ଇଦ୍ ଉଲ୍ ଅଜହା (Eid al-Adha) ଅବସରରେ ଆହ୍ଲା ଭବିଷ୍ୟଦ୍ବକ୍ତା ଇବ୍ରାହିମଙ୍କୁ ପରୀକ୍ଷା କରିଥିଲେ। ତାଙ୍କୁ ତାଙ୍କର ଅତି ପ୍ରିୟ ଜିନିଷ ବଳି ଦେବାକୁ କହିଥିଲେ। ଭବିଷ୍ୟ‌ଦ୍‌ବକ୍ତା ତାଙ୍କ ପୁତ୍ର ହଜରତ ଇସମାଇଲଙ୍କୁ ଅଧିକ ଭଲ ପାଉଥିଲେ ଏବଂ ଜୀବନ ଅପେକ୍ଷା ସେ ତାଙ୍କ ପାଇଁ ଅଧିକ ପ୍ରିୟ ଥିଲେ।

ଆହ୍ଲାଙ୍କ ଆଦେଶ ପାଇବା ପରେ ଭବିଷ୍ୟ‌ଦ୍‌ବକ୍ତା ଇବ୍ରାହିମ ତାଙ୍କ ପୁଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ପୁଅକୁ ବଳି ଦେବାକୁ ଯିବା ମାତ୍ରେ ଆଲ୍ଲା ତାଙ୍କ ପୁଅର ଜୀବନ ଦାନ କରି ଦେଇଥିଲେ। ଆଲ୍ଲା ପୁଅ ବଦଳରେ ପଶୁ ବଳିଦାନ ଦେଇଥିଲେ। ଜିଲହିଜ୍ଜ ମାସର ଦଶମ ଦିନରେ ଏହି ଘଟଣା ଘଟିଥିଲା। ଏହି ଘଟଣାର ସ୍ମୃତିରେ, ପ୍ରତିବର୍ଷ ଜିଲହିଜ୍ଜ ମାସର ଦଶମ ଦିନରେ ଇଦ୍-ଉଲ୍-ଅଜହା କିମ୍ବା ବକ୍ରିଇଦ ପର୍ବ ପାଳନ କରାଯାଇଥାଏ।