Baltimore Bridge Collapse Latest Update: ମାର୍ଚ୍ଚ ୨୬ ତାରିଖ ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ତାସ ମୁଠା ଭଳି ଭୁଷୁଡ଼ି ଯାଇଥିଲା ଏକ ପୋଲ। ସହରରେ ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଏକ କଣ୍ଟେନର ଜାହାଜ ସହ ଧକ୍କା ହେବା ପରେ ପୋଲ ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ଉଦ୍ଧାରକାରୀ ଦଳକୁ ପ୍ରାରମ୍ଭିକ ସଫଳତା ମିଳିଛି। ଦୁର୍ଘଟଣା ପରେ ୬ ଜଣ ନିଖୋଜ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ନିଖୋଜ ରହିଥିବା ବାକି ଲୋକଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।


  • COMMERCIAL BREAK
    SCROLL TO CONTINUE READING

    ଆମେରିକାର ବାଲ୍ଟିମୋର ସହରରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି। ଗତକାଲି ବ୍ରିଜ ସହିତ ଏକ ମାଲବାହୀ ଜାହାଜ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ୬ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅବଶିଷ୍ଟ ନିଖୋଜ ଲୋକଙ୍କୁ ଖୋଜା ଚାଲିଛି।

  • ଉଦ୍ଧାରକାରୀ ଦଳ ୨ ଜଣଙ୍କୁ ପାଣିରୁ ବାହାର କରିଛନ୍ତି। ଜଣେ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେବାର କିଛି ଘଣ୍ଟା ପରେ ଡିସଚାର୍ଜ ହୋଇଥିଲେ। ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଥିବାର କୁହାଯାଉଛି।

  • ସିଙ୍ଗାପୁର ପତାକା ରହିଥିବା କଣ୍ଟେନର ଜାହାଜ 'ଡାଲି' ସ୍ଥାନୀୟ ସମୟ ପ୍ରାୟ ୧:୩୦ ବେଳେ ବାଲ୍ଟିମୋର ସହରରେ ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସ୍ତମ୍ଭ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସିନର୍ଜି ମେରାଇନ୍ ଗ୍ରୁପ୍ ପକ୍ଷରୁ  ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଏହି ଜାହାଜରେ ମୋଟ ୨୨ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ସେମାନେ ସମସ୍ତେ ହେଉଛନ୍ତି ଭାରତୀୟ।

  • ଆମେରିକାର ବାଲ୍ଟିମୋର ସହରର ପଟାପ୍ସୋକୋ ନଦୀ ଉପରେ ନିର୍ମିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ୧୯୭୭ ମସିହାରେ ଖୋଲା ଯାଇଥିଲା। ଏହି ସେତୁର ଲମ୍ବ ପ୍ରାୟ ୯ ହଜାର ଫୁଟ ଏବଂ ନଦୀରୁ ଏହାର ଉଚ୍ଚତା ହେଉଛି ୧୮୦  ଫୁଟ।

  • "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସହ ଧକ୍କା ଦେଇଥିବା ଜାହାଜ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରୁଥିଲା। ଏହି ଜାହାଜ ସିଙ୍ଗାପୁର ଠାରୁ ଆସିଥିଲା। ଏହି ମାଲବାହୀ ଜାହାଜ ପ୍ରାୟ ୩୦୦ ମିଟର ଲମ୍ବା ହୋଇଥିବା ବେଳେ ଏହାର ଚଉଡ଼ା ହେଉଛି ପ୍ରାୟ ୪୮ ମିଟର। କୁହାଯାଉଛି ଯେ ଯେତେବେଳେ ଜାହାଜ ବନ୍ଦରରୁ ବାହାରିଲା, ସେତେବେଳେ ଏହା ନିୟନ୍ତ୍ରଣ ହରାଇଥିଲା। ଯେଉଁ କାରଣରୁ ଜାହାଜ ଉପରେ ଚାଳକ ଦଳର କୌଣସି ନିୟନ୍ତ୍ରଣ ରହିଲା ନାହିଁ। ଯାହା ଫଳରେ ଚାଳକ ଦଳର ସଦସ୍ୟ ଜାହାଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ କିମ୍ବା ଏହାକୁ ଆଗକୁ ବଢିବାରୁ ରୋକି ପାରିଲେ ନାହିଁ। 

  • ଆମେରିକାର ବାଲ୍ଟିମୋର ସହରରେ ପୋଲ ଭୁଷୁଡ଼ି ଯିବା ଘଟଣାରେ ସୁରକ୍ଷା ଏଜେନ୍ସି ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଷଡଯନ୍ତ୍ର ସମ୍ପର୍କରେ କୌଣସି ପ୍ରମାଣ ପାଇନାହାଁନ୍ତି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସ୍ତମ୍ଭ ସହିତ ଏତେ ବଡ ଜାହାଜ କିପରି ଧକ୍କା ହେଲା?

  • ବାଲ୍ଟିମୋର ସହର ମେୟର ବ୍ରେଣ୍ଡନ୍ ସ୍କଟ୍ କହିଛନ୍ତି ଯେ ଏହା ହେଉଛି ଏପରି ଏକ ଦୁର୍ଘଟଣା ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଏହି ଖବର ମୋ ପାଖକୁ ଆସିବା ପରେ ମୁଁ ସଜାଗ ହୋଇ ଉଠିଥିଲି। ହେଲେ କେବେ ଆପଣ ଭାବି ପାରିବେ ନାହିଁ ଯେ ଏପରି ଏକ ବ୍ରିଜ ଭୁଷୁଡ଼ି ଯିବ। ଏହି ଘଟଣା କୌଣସି ଏକ ଆକ୍ସନ୍ ଫିଲ୍ମ ଦୃଶ୍ୟ ଭଳି ଦେଖାଯାଉଥିଲା।

  • ଷ୍ଟ୍ରକଚରାଲ୍ ଇଞ୍ଜିନିୟର ଇଆନ୍ ଫର୍ଥ କହିଛନ୍ତି ଯେ ଯେତେବେଳେ ଏକ ଭାରୀ ଜାହାଜ କୌଣସି ଏକ କଠିନ ବସ୍ତୁ ସହିତ ଧକ୍କା ହୋଇଥାଏ, ସେତେବେଳେ ଅନେକ ହଜାର ଟନ୍ ଓଜନର ଏକ ବଡ ଭାର ଏହା ଉପରେ ପଡିଥାଏ। ଏହି ଦୁର୍ଘଟଣାରେ ଏକ ବଡ ଜାହାଜ ପୋଲ ସହ ଧକ୍କା ଦେଇଛି। ଏହା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ। ବରଂ ପୋଲ ସ୍ତମ୍ଭର ମୂଳଦୂଆ ବହୁତ ଦୁର୍ବଳ ରହିଥିଲା। ଯେତେବେଳେ ଆପଣ ପୋଲକୁ ଦେଖିବେ ସେତେବେଳେ ଏହା ଅଲଗା ଅଲଗା ସ୍ତମ୍ଭ ସହ "Trestle Structure" ଢାଞ୍ଚାରେ ଛିଡ଼ା ହୋଇଥିଲା। ସେଥିପାଇଁ ବ୍ରିଜ୍ ଏତେ ସହଜରେ ଭୁଶୁଡି ପଡ଼ିଲା।

  • ମେରିଲ୍ୟାଣ୍ଡ ଗଭର୍ଣ୍ଣର ୱେସ ମୁର୍ କହିଛନ୍ତି ଯେ  "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଜାହାଜର କର୍ମଚାରୀ ଏକ "Mayday Call Moments" ଜାରି କରିଥିଲେ। ଗଭର୍ଣ୍ଣର ମୁର୍ କହିଛନ୍ତି ଯେ ଏହି ଲୋକ ହେଉଛନ୍ତି  ହିରୋ। ସେମାନେ ଗତକାଲି ରାତିରେ ଜୀବନ ରକ୍ଷା କରିଥିଲେ।

  • ବାଲ୍ଟିମୋର ସହରର ପଟାପ୍ସୋକୋ ନଦୀ ଉପରେ ନିର୍ମିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଭୁଷୁଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏନେଇ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ, ବାଲ୍ଟିମୋର ସହରରେ ପୋଲ ଭୁଷୁଡ଼ିବା ପରେ ୮ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର ହୋଇଥିବା ବେଳେ ବାକି ୬ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ବାଲ୍ଟିମୋର ବନ୍ଦରରେ ଜାହାଜ ଚଳାଚଳ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଏହି ଭୟଙ୍କର ଦୁର୍ଘଟଣାରେ ସମ୍ପୃକ୍ତ ସମସ୍ତ ପରିବାରକୁ ଆମେ ସମବେଦନ ଜଣାଉଛୁ। ରାଷ୍ଟ୍ରପତି ବାଇଡେନ ଆହୁରି କହିଛନ୍ତି ଯେ ବାଲ୍ଟିମୋର ସହରର ପଟାପ୍ସୋକୋ ନଦୀ ଉପରେ ନିର୍ମିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ପୁନର୍ବାର ନିର୍ମିତ ହେବ। ଏହାର ନିର୍ମାଣର ସମସ୍ତ ଖର୍ଚ୍ଚ ଆମେରିକାର ସଂଘୀୟ ସରକାର ବହନ କରିବେ।


Also Read: US Bridge Collapse: ପୋଲ ଭୁଷୁଡ଼ିବା ଦୁର୍ଘଟଣା କିମ୍ବା ଷଡଯନ୍ତ୍ର? ସାମ୍ନାକୁ ଆସିଲା ଭାରତ ଲିଙ୍କ


Also Read: USA Bridge Collapses: ତାସ ମୁଠା ଭଳି ଭୁଷୁଡ଼ିଗଲା ପୋଲ; ଦେଖନ୍ତୁ ଭିଡ଼ିଓ