Odisha Beer Price Hike: ନୂଆବର୍ଷରୁ ମଦ୍ୟପଙ୍କୁ ମିଳିବ ସଲିଡ୍ ଝଟକା, ପୁଣି ବଢିଲା ବିୟର ଦର...
Odisha Beer Price Hike: ୨୦୨୩ ମସିହାରେ ଜିରୋ ନାଇଟ୍ ପାଇଁ ରାଜ୍ୟରେ ୬୦ କୋଟି ମଦ ବିକ୍ରି ହୋଇଥିଲା।ଦୋକାନୀ ମାନେ ନିଜ ଏମଜିକ୍ୟୁ ପୂରଣ ପାଇଁ ଏହି ସମୟକୁ ଅପେକ୍ଷା କରିଥାନ୍ତି। ଗ୍ରାହକ ଯେଉଁ ୩ଟି ବ୍ରାଣ୍ଡର ବିୟର ଡିମାଣ୍ଡ କରୁଛନ୍ତି ତାହା ଯୋଗାଇ ପାରୁନାହାଁନ୍ତି ଦୋକାନୀ।
Odisha Beer Price Hike: ସେପ୍ଟେମ୍ବର ମାରେ ବିୟର ବୋତଲ ବା କ୍ୟାନ୍ ପିଛି ୧୦ ଟଙ୍କା ବଢିଥିଲା। ତିନିମାସ ପୂରିନାହିଁ ମଦ୍ୟପଙ୍କ ପକେଟରୁ ଟଙ୍କା ଟାଣିବାକୁ ସରକାର ପୁଣି ଯୋଜନା କରିଛନ୍ତି। ଜାନୁଆରୀ ମାସରୁ ବିୟର ପିଛା ପୁଣି ୧୦ ଟଙ୍କା ବଢାଇବେ ସରକାର। ସବୁଠାରୁ ଗୁରୁତର କଥା ହେଉଛି ଡିପୋରେ ଗଚ୍ଛିତ ଥିବା ବିୟର ମାର୍କେଟକୁ ନଛାଡ଼ି ଦର ବଢିବା ଯାଏଁ ଚାପିଦେବା ଚକ୍କରରେ ସରକାର ନିଜେ ସାମିଲ ବୋଲି ଅଭିଯୋଗ ହୋଇଛି। ଯାହା ଖବର ମିଳିଛି ମଦ ନିଗମ ପାଖରେ ୯ ଲକ୍ଷ ପେଟି ବିୟର ଗଚ୍ଛିତ ଅଛି। ଦର ବଢିଲେ ଏଥିରୁ ଅତି କମରେ ସରକାର ପାଖାପାଖି ୯୦ କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ।
ରାଜ୍ୟରେ ଦିନକୁ ଦିନ ବିୟରର ଚାହିଦା ବଢିବାରେ ଲାଗିଛି। ସରକାର ୧୫ ପ୍ରକାର ବିୟର ବିକ୍ରି କରୁଛନ୍ତି । ସେଥିରୁ କିଙ୍ଗଫିସର, ବଡ଼ ଭାଇଜର ଓ ମହାରାଣୀ ଗ୍ରାହକଙ୍କ ପ୍ରଥମ ପସନ୍ଦ। ଏହି ୩ଟି ବ୍ରାଣ୍ଡ ୮୫ ପ୍ରତିଶତ ବିକ୍ରି ହେଉଥିବା ବେଳେ ବାକି ବିୟର ୧୫ ପ୍ରତିଶତ ବିକ୍ରି ହେଉଛି। ବିଦେଶୀ ମଦ ଅପେକ୍ଷା ବିୟର ବିକ୍ରି ଅଧିକ ହେଉଥିବାରୁ ବିୟର ବୋତଲ ଓ କ୍ୟାନ ପିଛା ୧୦ ଟଙ୍କା ବଢାଇବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି। ଗତ ସେପ୍ଟେମ୍ବର ମାସରେ ବିୟର ସିନା ୧୦ ଟଙ୍କା ବଢାଇଲେ, ହେଲେ ବୋତଲ ଓ କ୍ୟାନରେ ପୁରୁଣା ଦାମ୍ ରହିଥିଲା। ଏବେବି କିଛି ଦୋକାନରେ ପୁରୁଣା ଦାମ୍ ଲେଖାଥିବା ବିୟର ମିଳୁଛି। ଦାମ୍ ଦେଖି ବିୟର କିଣୁଥିବା ଗ୍ରାହକଙ୍କୁ ଅଧିକ ୧୦ ଟଙ୍କା ମାଗୁଥିବା ଦୋକାନୀ ପାଇଁ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି।
ଜାନୁଆରୀ ମାସରେ ପୁଣି ୧୦ ଟଙ୍କା ବଢାଇବେ ସରକାର। ଗ୍ରାମାଞ୍ଚଳରେ ଯଦି କୌଣସି ଦୋକାନୀ ପାଖରେ ପୁରୁଣା ମାଲ୍ ଥିବ, ସେଥିରେ ଥିବା ଏମଆରପିକୁ ଦୋକାନୀ ୨୦ ଟଙ୍କା ଅଧିକ ମାଗିବ। ଏଭଳି ସ୍ଥିତିରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଯାହା ଘଟିବ ତାହା ଜଳଜଳ ଦେଖାଯାଉଛି। ୨୦୨୩ ମସିହାରେ ଜିରୋ ନାଇଟ୍ ପାଇଁ ରାଜ୍ୟରେ ୬୦ କୋଟି ମଦ ବିକ୍ରି ହୋଇଥିଲା।ଦୋକାନୀ ମାନେ ନିଜ ଏମଜିକ୍ୟୁ ପୂରଣ ପାଇଁ ଏହି ସମୟକୁ ଅପେକ୍ଷା କରିଥାନ୍ତି। ଗ୍ରାହକ ଯେଉଁ ୩ଟି ବ୍ରାଣ୍ଡର ବିୟର ଡିମାଣ୍ଡ କରୁଛନ୍ତି ତାହା ଯୋଗାଇ ପାରୁନାହାଁନ୍ତି ଦୋକାନୀ।
ଲୋକଙ୍କ ଚାହିଦା ଥିବା ବିୟର ଓଡ଼ିଶା ପାନୀୟ ନିଗମ (ଓଡ଼ିଶା ଷ୍ଟେଟ୍ ବିଭେରେଜ୍ କର୍ପୋରେସନ ଲିମିଟେଡ) ପାଖରେ ଗଚ୍ଛିତ ଥିବା କଥା ବରିଷ୍ଠ ଅଧିକାରୀ ମାନେ ମାନିଛନ୍ତି। ହେଲେ ସେ ସବୁ ବିୟର ଦୋକାନୀ ମାନଙ୍କୁ ଦେଉନାହିଁ ପାନୀୟ ନିଗମ। ଯଦି କୌଣସି ଦୋକାନୀ ଡିପୋରେ କିଙ୍ଗଫିସର୍,ବଡ ଭାଇଜର ଓ ମହାରାଣୀ ବିୟର ଅର୍ଡର କରୁଛି ତା ହେଲେ ବରିଷ୍ଠ ଅଧିକାରୀ ମାନେ ଡିପୋରେ ମାଲ୍ ନଥିବା କଥା କହୁଛନ୍ତି।
Also Read: Weekly Financial Horoscope: ଆସୁଛି ନୂଆବର୍ଷ, ଜାଣନ୍ତୁ ୨୦୨୫ ର ପ୍ରଥମ ସପ୍ତାହରେ କେଉଁ ରାଶିଙ୍କ ଫିଟିବ ଭାଗ୍ୟ
Also Read: Khan Sir Love Story: ମନର ନାୟିକା କିଏ? ସାକ୍ଷାତକାରରେ ଗୁମର ଖୋଲିଲେ ଚର୍ଚ୍ଚିତ ଚେହେରା ଖାନ୍ ସାର୍...