ଭଦ୍ରକ ଲଭ ଷ୍ଟୋରୀରେ ଟ୍ୱିଷ୍ଟ: ଫେରାର ନୁହେଁ, କିଡନାପ ହୋଇଥିଲେ `ଧନ`
ଭଦ୍ରକ ଲଭ ଷ୍ଟୋରୀରେ ଟ୍ୱିଷ୍ଟ: ଫେରାର ନୁହେଁ, କିଡନାପ ହୋଇଥିଲେ `ଧନ`
ଭଦ୍ରକ: ପ୍ରେମିକାର ଚୁଡି ଆଉ ଡ୍ରେସକୁ ଧରି ବାହୁନି ବାହୁନି କାନ୍ଧୁଥିଲା ପ୍ରେମିକ। ବିଳାପ କରି ଖେଜୁଥିଲା ତାର ମନର ମିତକୁ। କହୁଥିଲା, ଫେରି ଆସ ଧନ। ଆଉ ଧନ କେଉଁଠି ଅଛି କେହି ଜାଣିନଥିଲେ। ଭଦ୍ରକର ଏହି ପ୍ରେମିଯୁଗଳ ପ୍ରେମ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପତ୍ନୀଙ୍କର କଲେଜ ବାହାରୁ ନଟକୀୟ ଢଙ୍ଗରେ ଅଦୃଶ୍ୟ ହେବାର ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଥିଲା ଆଲୋଡନ। ଆଉ ସାମାଜିକ ଗଣମାଧ୍ୟମରେ ବିରହି ପ୍ରେମିକର ବିଳାପକୁ ଦେଖିଥିଲେ ଓଡିଶାର ଲକ୍ଷ ଲକ୍ଷ ଜନସାଧାରଣ। ହେଲେ ଆଜି ସେହି ଚର୍ଚ୍ଚିତ ପ୍ରେମକାହାଣୀରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ପଢନ୍ତୁ ଜୀ ଓଡିଶା ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ।
ପରୀକ୍ଷା ସରିଲା, କଲେଜ ଆଗରେ କାର୍ ଲାଗିଲା ଆଉ ସିନେମା ଅନ୍ଦାଜରେ ହସିଲା ସଂସାର ଉଜାଡି ଦେଲା। ଆମର ଏଇ ଖବର ଆପଣଙ୍କୁ କାହାଣୀ ଭଳି ଲାଗୁଥିଲେ ହେଲେ ଏ କାହାଣୀ ନୁହେଁ ବାସ୍ତବ ସତ। ଦିନେ ପ୍ରେମ ପାଇଁ ପରିବାରକୁ ପରକରି ସଂସାର ଗଢିଥିଲା। ଯାହାକୁ ମଥାରେ ସିନ୍ଦୂର ଦେଇ ମନ୍ଦିରରେ ବିବାହ କରିଥିଲା ମାତ୍ର ଦିନକେଇଟା ଯାଇନି ସେଇ ପ୍ରେମିକା ହାତ ଛାଡିଦେଲା। ଏଭଳି ଘଟଣା ଭଦ୍ରକ ଧୁଷୁରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଆଉ ଏବେ ସେହି ହଜିଲା ପ୍ରେମିକାକୁ ପାଇଛନ୍ତି ପ୍ରେମିକ।
ସୂଚନାନୁସାରେ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜିରର ଦେବବ୍ରତ ଗୋଛୟତଙ୍କ ପୁଅ ରାହୁଲ ବ୍ରାହ୍ମଣିପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ। ପ୍ରେମ ପକ୍ଷୀ ଦୁହେଁ ନୀଡ ବାନ୍ଧିବାର ଯୋଜନା କରି ଫେରାର ହୋଇଯାଇଥିଲେ। ନାଥିଲା ପରିବାର ଓ ସମାଜର ନାଲି ଆଖିର ଡର ନା ଭବିଷ୍ୟତର ଚିନ୍ତା। ତେବେ ପରବର୍ତ୍ତି ସମୟରେ ପୁଅର ପରିବାର ଲୋକେ ପୁରୀର ନୃସିଂହନାଥ ମନ୍ଦିରରେ ରାହୁଲ ଓ ହରପ୍ରିୟାଙ୍କ ବିବାହ ସମ୍ପୂର୍ଣ୍ଣ କରି ଘରକୁ ଆଣିଥିଲେ।
ପୁଅ ବୋହୂ ବୋହୂ ଖୁସିରେ ଦିର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଯିଦ୍ କରିଥିଲେ। ପରିବାର ଲୋକ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରପ୍ରିୟାକୁ ଆଡମିସନ କରାଗଲା। ହେଲେ ଜୀବନର ସଡକରେ ସୁରୁଖୁରୁରେ ଚାଲିଥିବା ଏହି ଦମ୍ପତିଙ୍କ ଉପରେ କାହାର ଯେମିତି ନଜର ଲାଗିଯାଇଥିଲା। ସାବିତ୍ରୀ ଦିନ ନିଜ ସ୍ବାମୀ ସହ ଖୁସି ମନରେ ହରିପ୍ରିୟା ପରୀକ୍ଷା ଦେବାକୁ ଯାଇଥିଲା। ପରୀକ୍ଷା ସରିବା ପରେ ସ୍ବାମୀ ଆଣିବାକୁ ମଧ୍ୟ ଯାଇଥିଲେ। କିନ୍ତୁ ପରୀକ୍ଷା ହଲରୁ ହରିପ୍ରିୟା ବାହାରିବା ସମୟରେ ଏକ କାର୍ ଆସି କଲେଜ ଗେଟ୍ ଆଗରେ ଲାଗିଲା, ଆଉ ହରିପ୍ରିୟା କାର୍ ଗେଟଖୋଲି ସିଧା କାରରେ ବସିଲେ ଆଉ କୁଆଡେ ପଳେଇଲେ।
ସ୍ବାମୀ ଆଖି ଆଗରେ ସ୍ତ୍ରୀ ଅଜଣା ଗାଡିରେ ଚାଲିଗଲେ। ରାହୁଲ ଗାଡିକୁ ପିଛା କରି ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଅଭିଯୋଗ ପରେ ପୋଲିସ ୪୪/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସେପଟେ ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫଟକୁଧରି ପାଗଳ ପରି କାନ୍ଦି କାନ୍ଦି ସୋସିଆସ ମିଡିଆରେ କହିଥିଲେ, କୋଉଠି ଅଛୁ ଫେରିଆ ଧନ ତୋ ବିନା ମୁଁ ବଞ୍ଚି ପାରିବିନି।
ସୋମବାର ସେହି ନିଖୋଜ ହରପ୍ରିୟାଙ୍କ ସନ୍ଧାନ ମିଳିଛି। ନିଜ ସ୍ତ୍ରୀକୁ ଉଦ୍ଧାର କରି ରାହୁଲ ଘରକୁ ଆଣିଛି। କୁହାଯାଉଛି ଯେ, ହରପ୍ରିୟାକୁ ଆଉ କେହି ନୁହଁ ତାଙ୍କ ମାମୁଁ ଓ ମାଇଁ ଅପହରଣ କରି ନେଇଥିଲେ। ଆଉ ହରପ୍ରିୟାଙ୍କ ଇଚ୍ଛା ବିରୁଦ୍ଧରେ ଏକ ମନ୍ଦିରରେ ବିବାହ କରୁଥିଲେ। ଏହି ସମୟରେ ହରପ୍ରିୟା କୌଶଳ କ୍ରମେ ସେଠାରୁ ଚାଲିଆସିଥିଲେ। ହରପ୍ରିୟାଙ୍କୁ ରାହୁଲ ଏକ ବାଇକ ଯୋଗେ ନିଜ ସହଯୋଗୀଙ୍କ ସହାୟତାରେ ଉଦ୍ଧାର କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।