Bhagyanagar vs Hyderabad Controversy: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୮ ତାରିଖ ମଙ୍ଗଳବାର ଶେଷ ହୋଇଛି ନିର୍ବାଚନ ପ୍ରଚାର। ଏହି ନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖ ଗୁରୁବାର ହେବାକୁ ଯାଉଛି ମତଦାନ। ମାତ୍ର ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ମତଦାନ ହେବା ପୂର୍ବରୁ ରାଜ୍ୟର ରାଜଧାନୀ ହାଇଦ୍ରାବାଦ ସହରକୁ ନେଇ ଏବେ ସରଗରମ ହୋଇଉଠିଛି  ରାଜନୀତି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟର ରାଜଧାନୀ ହେଉଛି ହାଇଦ୍ରାବାଦ (Telangana Capital Hyderabad)। ହେଲେ ହାଇଦ୍ରାବାଦ (Hyderabad) ନାମ ଭାଗ୍ୟନଗର (Bhagyanagar) କରିବାକୁ ଦାବି କରାଯାଉଛି। ବିଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ସହର ଏବଂ ରେଳ ଷ୍ଟେସନ ନାମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ହାଇଦ୍ରାବାଦ ମଧ୍ୟ ଏହି ତାଲିକାରେ ଯୋଡ଼ିହୋଇଛି। ହାଇଦ୍ରାବାଦ ନାମ ଭାଗ୍ୟନଗର କରିବାକୁ (Hyderabad City Renamed as Bhagyanagar) ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କାହିଁକି ହାଇଦ୍ରାବାଦ ନାମ ପରିବର୍ତ୍ତନ କରି ଭାଗ୍ୟନଗର କରିବାକୁ କୁହାଯାଉଛି? ଭାଗ୍ୟନଗର ନାମ ପଛରେ କ'ଣ କାହାଣୀ ରହିଛି? ହାଇଦ୍ରାବାଦ ସହିତ ଭାଗ୍ୟନଗର ନାମର (Bhagyanagar Relation with Hyderabad City) ସଂଯୋଗ କ'ଣ ରହିଛି? 


ଭାଗନଗର କାହାଣୀ କ'ଣ?
ଭାଗ୍ୟନଗର (Mystery Behind Bhagyanagar Relation with Hyderabad City) ନାମ ପଛରେ ଅନେକ କାରଣ ରହିଛି। ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ହାଇଦ୍ରାବାଦ ନାମ ପରିବର୍ତ୍ତନ କରି ଭାଗ୍ୟନଗର କରିବାକୁ ଦାବି ହୋଇଛି। ଇତିହାସର ପୃଷ୍ଠାରେ ମଧ୍ୟ ହାଇଦ୍ରାବାଦ ନାମ ଭାଗ୍ୟନଗର ଭାବରେ (Hyderabad City Name History) ଦେଖାଯାଇଛି। ଏହା ସହିତ ଏହି ଐତିହାସିକ ସହରର (Historical City Hyderabad) ନାମ ହାଇଦ୍ରାବାଦ ମଧ୍ୟ ଲେଖାଯାଇଛି। ସେଥିପାଇଁ ଭାଗ୍ୟନଗର ନାମ ପୂର୍ବରୁ ମଧ୍ୟ ରହିସାରିଛି। ବ୍ରିଟିଶ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗୋଟିଏ ଯୁକ୍ତି ଅନୁଯାୟୀ ଭାଗ୍ୟନଗର ନାମ ଭାଗ୍ୟଲକ୍ଷ୍ମୀ ମନ୍ଦିର (Bhagyalaxmi Temple Hyderabad) ନାମରେ ନାମିତ କରାଯାଇଛି। ଯେଉଁ ମନ୍ଦିର ହାଇଦ୍ରାବାଦ ସହରର ଚାରମିନାର (Hyderabad City Charminar) ନିକଟରେ ଅବସ୍ଥିତ। ହେଲେ ଅନେକ ଐତିହାସିକ ଦାବି କରନ୍ତି ଯେ ପୂର୍ବରୁ ସେଠାରେ ଏପରି କୌଣସି ମନ୍ଦିର ନଥିଲା।


ଗୋଟିଏ ଯୁକ୍ତିରେ କୁହାଯାଇଛି ଯେ ହାଇଦ୍ରାବାଦ ନାମ ଭାଗ୍ୟବତୀଙ୍କ ନାମରେ ନାମିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଇଦ୍ରାବାଦ ସହରରେ ଅବସ୍ଥିତ ସଲାରଜଙ୍ଗ ସଂଗ୍ରହାଳୟର ଅନୁସନ୍ଧାନ ଏବଂ ଭାଗବତୀଙ୍କ ଇତିହାସ ପୁସ୍ତକ ଆଧାରରେ ବିବିସି ରିପୋର୍ଟ ଆଧାରରେ କୁହାଯାଇଛି ଯେ ଏହି ଯୁକ୍ତି ସମ୍ବନ୍ଧରେ ଅନେକ ତଥ୍ୟ ରହିଛି। ଯାହା ଏହାକୁ ସତ୍ୟ ବୋଲି ପ୍ରମାଣିତ କରିଥାଏ। ଅନେକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ହାଇଦ୍ରାବାଦ ସହରର ନାମ ଭାଗ୍ୟବତୀଙ୍କ ନାମରେ ନାମିତ ହୋଇଛି। ଯିଏ ସେତେବେଳର ହାଇଦ୍ରାବାଦ ସୁଲତାନଙ୍କ ରକ୍ଷିତା ରହିଥିବାର କୁହାଯାଏ। ହେଲେ ଭାଗ୍ୟବତୀ ଏବଂ ମହମ୍ମଦ କୁଲିଙ୍କ ପ୍ରେମ କାହାଣୀ ମଧ୍ୟ ଏକ କଳ୍ପନା ବୋଲି କୁହାଯାଏ। ଏହା ବ୍ୟତୀତ ଭାଗ୍ୟନଗର ନାମ ଅନେକ ଐତିହାସିକ ଦସ୍ତାବିଜରେ ଲେଖା ହୋଇଥିବାର ଦେଖିବାକୁ ମିଳିଥାଏ।


ଏହା ବ୍ୟତୀତ ଅନ୍ୟ ଏକ ଯୁକ୍ତି ମଧ୍ୟ ରହିଛି ଯେ ହାଇଦ୍ରାବାଦ ଫରଖୁଣ୍ଡା ନାମରେ ନାମିତ ହୋଇଛି। ପାର୍ସୀ ଭାଷାରେ ଯାହାର ଅର୍ଥ ହେଉଛି ଭାଗ୍ୟନଗର (Lucky City Bhagyanagar Hyderabad)। ଏହି କାରଣରୁ ହାଇଦ୍ରାବାଦ ନାମ ଭାଗ୍ୟନଗର କରିବା ପାଇଁ ଆଲୋଚନା ହେଉଛି।