Bhitarkanika National Park: ରେଳ ପଥରେ ସଂଯୋଗ ଭିତରକନିକା ଜାତୀୟ ଉଦ୍ୟାନ
Rail Connectivity to Bhitarkanika National Park: ରେଳ ମାର୍ଗରେ ଯୋଡ଼ିହେବ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ସାମୁଦ୍ରିକ ଅଭୟାରଣ୍ୟ ଭିତରକନିକା ଜାତୀୟ ଉଦ୍ୟାନ।
Bhitarkanika National Park Will Get Railway Connectivity: ଖୁବ ଶୀଘ୍ର ରେଳ ପଥରେ ସଂଯୋଗ ହେବ ଭିତରକନିକା ଜାତୀୟ ଉଦ୍ୟାନ। ଏନେଇ ହୋଇଥିବା ଯୋଜନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ସାମୁଦ୍ରିକ ଅଭୟାରଣ୍ୟ ଦେଇ ପ୍ରସ୍ତାବିତ ଯାଜପୁର ରୋଡ-ଧାମରା ରେଳ ଲାଇନ ବିଛାଯିବ। ରେଳବାଇ ସୂତ୍ରରୁ ପ୍ରକାଶ ଯେ ଯାଜପୁର ରୋଡ-ଧାମରା ରେଳ ଲାଇନ ଛୋଟରାୟପୁର, ରାମପୁର ସେଗାଡି, ବାହାବଳପୁର, ଯାଜପୁର ଟାଉନ, ଜଳେଶ୍ୱରପୁର, ସାଇପୁରା, ମଙ୍ଗଳପୁର, ଆରଡି, ଚାନ୍ଦବାଲି ଏବଂ ଭିତରକନିକା ପର୍ଯ୍ୟନ୍ତ ଯିବ।
ଗତ ବର୍ଷ ୨.୪ କୋଟି ଟଙ୍କା ବ୍ୟୟରେ ଅନୁମୋଦିତ ଏହି ୯୫ କିଲୋମିଟର ଲମ୍ବା ରେଳ ଲାଇନ ପାଇଁ ଚୂଡ଼ାନ୍ତ ସ୍ଥାନ ସର୍ବେକ୍ଷଣ ବର୍ତ୍ତମାନ ଉଭୟ ପ୍ରାନ୍ତରୁ ଚାଲିଛି। ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ରେଳ ପ୍ରକଳ୍ପ ପାଇଁ ହେଉଥିବା ସର୍ଭେ ଶେଷ ହେବାର ସମ୍ଭାବନା ରହିଛି। ରେଳ ପ୍ରକଳ୍ପକୁ ଅନୁମୋଦନ କରିବା ପାଇଁ ଆସନ୍ତା ଅପ୍ରେଲ ମାସରେ ସର୍ଭେ ରିପୋର୍ଟ ଦାଖଲ କରାଯିବ। ଅନୁମୋଦନ ପରେ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ଅନ୍ତିମ ଅନୁମୋଦନ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ପ୍ରସ୍ତାବିତ ଯାଜପୁର ରୋଡ-ଧାମରା ରେଳ ଲାଇନ ପ୍ରକଳ୍ପ (Jajpur Road-Dhamra Railway Line Project) ମୂଳତଃ ଗତ ୨୦୧୨-୧୩ ବର୍ଷରେ ଅନୁମୋଦିତ ହୋଇଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ (Railway Minister Ashwini Vaishnav) ଦ୍ୱାରା ପ୍ରାଥମିକତା ଦିଆଯିବା ପରେ ଏହି ପ୍ରକଳ୍ପ ଗତିଶୀଳ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଯାଜପୁର ରୋଡ-ଧାମରା ମଧ୍ୟରେ ଦୂରତା (Jajpur Road to Dhamra Distance) ୧୩ କିଲୋମିଟର ହ୍ରାସ ପାଇବ। ଯାହା ଦ୍ୱାରା ରାଜ୍ୟର ୩ ଜିଲ୍ଲାର ପ୍ରାୟ ୩୦ ଲକ୍ଷ ଲୋକ ଉପକୃତ ହେବ ବୋଲି ଆଶା କରାଯାଉଛି।
କେବଳ ସେତିକି ନୁହେଁ ଯାଜପୁର ରୋଡ-ଧାମରା ରେଳ ଲାଇନ (Jajpur Road-Dhamra Railway Line) ପ୍ରକଳ୍ପ ଦ୍ୱାରା ଭିତରକନିକା ଜାତୀୟ ଉଦ୍ୟାନ (Bhitarkanika National Park) ରେଳ ପଥରେ ସଂଯୋଗ (Rail Connectivity to Bhitarkanika National Park) ହୋଇଯିବ। ଥରେ ରେଳ ମାର୍ଗରେ ଯୋଡ଼ି ହୋଇଯିବା ପରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ।