Bhubaneswar to Bangkok flight: ନିକଟରେ ଇଣ୍ତିଗୋ ଏୟାରଲାଇନ୍ସ ପକ୍ଷରୁ (indigo airlines) ଜୁନ ପହିଲାରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଆରମ୍ଭ ହେବ ବିମାନ ସେବା (Bhubaneswar to Bangkok and Singapore)। ତେବେ ଏନେଇ ଆଜିଠାରୁ ଟିକେଟ୍ ବୁକିଂ ଆରମ୍ଭ ହେଉଥିବା ବେଳେ ଭଡା଼ ସୁଲଭ କରିବାକୁ ରାଉଣ୍ଡ ଟ୍ରିପ ପାଇଁ ୧୫,୦୦୦ ଟଙ୍କା ମୂଲ୍ୟର ଅଫର ଏୟାରଲାଇନ୍ସ  ପକ୍ଷରୁ ଦିଆଯାଇଛି। ମଙ୍ଗଳବାର ଓ ଶନିବାର ଦିନ ସପ୍ତାହକୁ ଦୁଇ ଥର ସିଧାସଳଖ ଏହି ବିମାନ ସେବା ଉପଲବ୍ଧ ହେବ । ସେପଟେ ବିକ୍ରି ହୋଇନଥିବା ଟିକେଟ୍ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର (Odisha Government) ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି । ମୋଟ ଟିକେଟ୍ ମୂଲ୍ୟ ବାର୍ଷିକ ପ୍ରାୟ ୧୨0 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିମାନ ବନ୍ଦରରେ ଥିବା ଆନ୍ତର୍ଜାତୀୟ ଟର୍ମିନାଲ ବିଲ୍ଡିଂରେ ବର୍ତ୍ତମାନ ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି ସହିତ ନବୀକରଣ କାର୍ଯ୍ୟ କରାଯାଉଛି। ପୁରୁଣା କନଭେୟର ବେଲ୍ଟକୁ ପ୍ରଥମେ ଲଗେଜ୍ ପାଇଁ ବ୍ୟବହୃତ ହେବ, ପରେ ଏହାକୁ ଠିକ୍ ସମୟରେ ବଦଳାଯିବ । ଇମିଗ୍ରେସନ ଓ କଷ୍ଟମ୍ସ ସୁବିଧା ପୂର୍ବରୁ ଅଛି । ସିଧାସଳଖ ବିମାନ ଚଳାଚଳ ଫଳରେ ରାଜ୍ୟରେ ପର୍ଯ୍ୟଟନ ଲାଗି ନୂତନ ସୁଯୋଗ ସୃଷ୍ଟି ହେବ। ବିଶେଷ କରି, ଏହି ବିମାନ ଚଳାଚଳ ଫଳରେ ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉକି, ଜୁନ ମାସ ୩ ତାରିଖରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ (Bhubaneswar to Bangkok and Singapore) ଆରମ୍ଭ ହେବ ବିମାନ ଉଡ଼ାଣ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଜୁନ ମାସ ୩ ତାରିଖରୁ ଇଣ୍ତିଗୋ ବିମାନ ସପ୍ତାହକୁ ଦୁଇ ଦିନ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ାଣ ଭରିବ । ଏହି ବିମାନଟି ମଙ୍ଗଳବାର ଓ ଶନିବାର ଅପରାହ୍ନ ୩ଟା ୩୦ ମିନିଟ୍ ରେ ସିଙ୍ଗାପୁରରୁ ଆସି ଭୁବନେଶ୍ବରରେ ପହଁଞ୍ଚିବ । ସେହିପରି ସଂଧ୍ଯା ୬ଟା ୨୫ ମିନିଟ୍ ରେ ପୂର୍ନବାର ସିଙ୍ଗାପୁର ଅଭିମୁଖେ ଉଡ଼ାଣ କରିବ । ଅନ୍ୟପକ୍ଷରେ ମଙ୍ଗଳବାର ଓ ଶନିବାର ଅପରାହ୍ନ ୪ଟା ୫୦ ମିନିଟ୍ ରେ ଭୁବନେଶ୍ବରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ କରିବାକୁ ଥିବାବେଳେ ବ୍ୟାଙ୍କକରୁ ବୁଧବାର ଓ ରବିବାର ଭୁବନେଶ୍ବର ଆସି ସିଂଧ୍ଯା ୬ଟା ୫୫ ମିନିଟ୍ ରେ ପହଁଞ୍ଚିବ । ବର୍ତ୍ତମାନ ଟି-୨ ଟର୍ମିନାଲ ପୁନରୁଦ୍ଧାର କାମ ଜାରି ରହିଥିବା ବେଳେ ଖୁବଶୀଘ୍ର ଏହା ଶେଷ ହେବ ନେଇ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।


ସେପେଟେ ଆସନ୍ତା ମେ ୧୫ ତାରିଖରେ ଭୁବନେଶ୍ବରରୁ ଦୁବାଇକୁ (Bhubaneswar to Dubai direct flight) ଉଡ଼ିବ ବମାନ । ପ୍ରକାଶଥାଉ କି, ଭୁବନେଶ୍ବରରୁ ଦୁବାଇ ମଧ୍ଯରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ନେଇ ମାର୍ଚ୍ଚ ୫ ତାରିଖରେ ସ୍ଥିର କରାଯାଇଥିଲା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଟି-୨ ଟର୍ମିନାଲର ନବୀକରଣ କାମ ମେ ମାସରେ ଶେଷ ହେବ । ତେବେ ଏହାକୁ ଦୃଷ୍ଟିରେ ରଖି ମେ ୧୫ ତାରିଖରେ ରାଜଧାନୀରୁ ଦୁବାଇକୁ ବିମାନ ସେବା ଆରମ୍ଭ ହେବ ।


Also Read-Mohammed shami: ମହମ୍ମଦ ଶାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସ୍ତ୍ରୀ


Also Read- khordha news: ଖୋର୍ଦ୍ଧା ଏମ୍ପ୍ଲେୟମେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ସଙ୍ଗୀନ ସ୍ଥିତି; ୧୦ ବର୍ଷରେ ମିଳିଛି ମାତ୍ର ୩୧ ନିଯୁକ୍ତି