ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର ବାରମୁଲ୍ଲା ସ୍ଥିତ ଉରି ଗୋହଲାନ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରିଛନ୍ତି ଯବାନ । ଉରି ସେକ୍ଟରରେ LOC ନିକଟରେ ଦୁଇଜଣ ଆତଙ୍କବାଦୀ ଏନକାଉଣ୍ଟରରେ ଟଳି ପଡିଛନ୍ତି । ସୂଚନା ଅନୁଯାୟୀ ଉଭୟ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷାବାହିନୀଙ୍କ ଦୃଷ୍ଟିରେ ପଡିଥିଲେ । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ, ଆଜିର ଏନକାଉଣ୍ଟରର ତିନି ଦିନ ପୂର୍ବରୁ ଅର୍ଥାତ ଜୁନ୍ ୧୯ ରେ, ଉତ୍ତର କାଶ୍ମୀରର ସୋପୋରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ହାଡିପୋରାରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଯାହାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡି ନାହିଁ।


ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ରବିବାର ରାତିରେ ଅରଗାମ ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପରେ ଉଭୟ ପଟରୁ ଗୁଳି ବିନିମୟ ହୋଇଥିଲା । ସେହିପରି ଜୁନ୍ ୯ ତାରିଖ ଦିନ ଆତଙ୍କବାଦୀମାନେ ଜାମ୍ମୁ କଶ୍ମୀର ରେସିରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ କରିଥିଲେ।


Also Read- NEET ଏବଂ UGC-NET ବିବାଦ, ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଉଚ୍ଚ ସ୍ତରୀୟ ପ୍ୟାନେଲ୍


Also Read- Top 10 News Today: ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର, ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର