Shocking News: ବିଚାରପତିଙ୍କ ବିଚାର ଶୁଣି ପ୍ରାଣ ହରାଇଲେ ବ୍ୟକ୍ତି, ୨୬ ବର୍ଷ ଧରି ଚାଲିଥିଲା ମାମଲା
Bihar Shocking News: ପ୍ରାୟ ୨୬ ବର୍ଷ ବର୍ଷ ଧରି ଚାଲିଥିବା ପୁରୁଣା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଜଣେ ବୃଦ୍ଧଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି।
Heart Attack Case: ସଦ୍ୟ ବିହାର ବାଙ୍କା ଜିଲ୍ଲାରେ ଘଟିଯାଇଛି ଏକ ଚକିତ କରିବା ଭଳି ଘଟଣା। ପ୍ରାୟ ୨୬ ବର୍ଷ ବର୍ଷ ଧରି ଚାଲିଥିବା ପୁରୁଣା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଜଣେ ବୃଦ୍ଧଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତକ ଜିଲ୍ଲାର ବେଲହର ଥାନା ଅନ୍ତର୍ଗତ ଜୁଙ୍କା ଗ୍ରାମର ବର୍ଷୀୟ ନାଗୋ ସିଂହ ବୋଲି ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଗତ ୧୯୯୬ ମସିହାରେ ମୃତକ ନାଗୋ ସିଂହଙ୍କ ସହିତ ଅନ୍ୟ ୪ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରା ଯାଇଥିଲା। ସେମାନଙ୍କ ବିରୋଧରେ ଫସଲ ନଷ୍ଟ କରିଥିବାର ଅଭିଯୋଗ ଆସିଥିଲା। ବୁଧବାର ସନ୍ଧ୍ୟାରେ ଏହି ମାମଲାରେ ରାୟ ଶୁଣାଇଥିଲେ କୋର୍ଟ।
ମୃତକ ନାଗୋ ସିଂହଙ୍କ ଓକିଲ ଦେବେନ୍ଦ୍ର ପ୍ରସାଦ ସିଂହ କହିଛନ୍ତି, ନାଗୋ ସିଂହ ଜାମିନରେ ଆସିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ସେ ନିର୍ଦ୍ଦୋଷ। ଫସଲ ନଷ୍ଟ ମାମଲାରେ ତାଙ୍କୁ ବେଆଇନ ଭାବେ ଫସାଇ ଦିଆଯାଇଛି। ଯେତେବେଳେ ଏହି ମାମଲାରେ କୋର୍ଟ ନାଗୋ ସିଂହ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ସେତେବେଳେ ସେମାନେ ସମସ୍ତେ ଆଶ୍ୱସ୍ତି ଅନୁଭବ କରିଥିଲେ। କିନ୍ତୁ ନାଗୋ ସିଂହ ନିଜର ନିର୍ଦ୍ଦୋଷ ହେବାର ଖବର ଶୁଣିବା ପରେ ତଳେ ପଡ଼ି ଯାଇଥିଲେ। ତାଙ୍କ ପରିବାର ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
କୋର୍ଟ ପ୍ରମାଣ ଅଭାବରୁ ନାଗୋ ସିଂହ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ ନାଗୋ ସିଂହଙ୍କ ପାଇଁ ଏହା 'ନ୍ୟାୟ ବିଳମ୍ବ' ମାମଲା। ଅର୍ଥାତ ତାଙ୍କୁ ବିଳମ୍ବରେ ନ୍ୟାୟ ମିଳିଛି। ପରିବାର ସଦସ୍ୟ କହିଛନ୍ତି ସେ ସବୁ ବେଳେ କହିଥିଲେ ଯେ ସେ ନିର୍ଦ୍ଦୋଷ। ହେଲେ ତଥାପି ତାଙ୍କୁ ଜେଲ ପଠାଇ ଦିଆ ଯାଇଥିଲା। ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ସେ ବିଗତ 26 ବର୍ଷ ଧରି ଏହି ମାମଲାରେ ଲଢେଇ କରିଥିଲେ। ଶେଷରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ।
ଅତିରିକ୍ତ ଜଜ୍ ଜଷ୍ଟିସ ପୀୟୂଷ କୁମାରଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଥିଲା। ଯେଉଁଥିରେ ସେ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ତିମ ଶୁଣାଣି ପରେ ଜଷ୍ଟିସ କୁମାର ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ ଯେଉଁଠାରେ ଜଣେ ବ୍ୟକ୍ତି ଏତେ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବିହାର ବକ୍ସର ଜିଲ୍ଲାରେ ଗତ ୧୧ ଅକ୍ଟୋବରରେ ଜଣେ ବ୍ୟକ୍ତି ୪୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହି ମାମଲା ୧୯୭୯ ମସିହାରୁ ଆରମ୍ଭ ହୋଇଥିଲା। ଯେତେବେଳେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଆକ୍ରମଣ କରିବା, ଗୁଳି ଚଳାଇବା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଜିଲ୍ଲାର ମୁରାର ଥାନା ଅଧିନସ୍ଥ ଚୋଗାଇ ଗ୍ରାମରେ କିଛି ଲୋକଙ୍କ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ମୁନ୍ନା ସିଂହ ନାମକ ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଯେତେବେଳେ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା ସେତେବେଳେ ବ୍ୟବସାୟୀ ଜଣଙ୍କ ତାଙ୍କ ନାମରେ ଅଭିଯୋଗରେ କରିଥିଲେ।