Bihar Caste Census Data: ରାଜ୍ୟରେ ହୋଇଥିବା ଜାତିଗତ ଜନଗଣନା ତଥ୍ୟ ଜାରି କରିଛନ୍ତି ବିହାର ସରକାର। ରାଜ୍ୟରେ କେଉଁ ଜାତିର ଜନସଂଖ୍ୟା କେତେ ପ୍ରତିଶତ ତାହା ଜାତିଗତ ଜନଗଣନାରୁ ସ୍ପଷ୍ଟ ହୋଇଯାଇଛି। ଏହି ଜନଗଣନା ତଥ୍ୟ ଅନୁସାରେ ରାଜ୍ୟରେ ରାଜପୁତ ଜନସଂଖ୍ୟା ୩.୪୫%, ଯାଦବ ୧୪%, ଭୂମିହାର ୨.୮୬%, ବ୍ରାହ୍ମଣ ୩.୬୫% ଏବଂ ନୌନିଆ ୧.୯ ପ୍ରତିଶତ। ବିହାର ଜାତି ଭିତ୍ତିକ ଜନଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ପଛୁଆ ବର୍ଗର ଜନସଂଖ୍ୟା ହେଉଛି ୨୧.୧୨% (୩,୫୪,୬୩,୯୩୬), ଅତ୍ୟଧିକ ପଛୁଆ ବର୍ଗର ଜନସଂଖ୍ୟା ହେଉଛି ୩୬.୦୧ ପ୍ରତିଶତ (୪,୭୦, ୮୦,୫୧୪), ଅନୁସୂଚିତ ଜାତି ୧୯.୬୫ ପ୍ରତିଶତ (୨,୫୬,୮୯, ୮୨୦), ଅନୁସୂଚିତ ଜନଜାତି ୧.୬୮ ପ୍ରତିଶତ (୨୧, ୯୯, ୩୬୧) ଏବଂ ଅଣସଂରକ୍ଷିତ ବର୍ଗର ଜନସଂଖ୍ୟା ହେଉଛି ୧୫.୫୨ ପ୍ରତିଶତ (୨,୦୨,୯୧,୬୭୯)। 


COMMERCIAL BREAK
SCROLL TO CONTINUE READING

ବିହାରରେ କେଉଁ ଜାତିର ଜନସଂଖ୍ୟା କେତେ?
ବିହାର ଜାତିଗତ ଜନଗଣନା ରିପୋର୍ଟ (Bihar Caste Census Report) ଅନୁଯାୟୀ ରାଜ୍ୟରେ ହିନ୍ଦୁ ଜନସଂଖ୍ୟା ହେଉଛି ୮୧.୯୯%, ମୁସଲମାନ ଜନସଂଖ୍ୟା ୧୭.୭୦%, ଖ୍ରୀଷ୍ଟିଆନ ୦.୦୫%, ଶିଖ ୦.୦୧୧%, ବୌଦ୍ଧ ୦.୦୮୫୧%, ଜୈନ ୦.୦୦୯୬% ଏବଂ ଅନ୍ୟ ଧର୍ମର ଜନସଂଖ୍ୟା ହେଉଛି ୦.୧୨୭୪ ପ୍ରତିଶତ। ଏହା ବ୍ୟତୀତ ୦.୦୦୧୬ ପ୍ରତିଶତ ଲୋକଙ୍କ କୌଣସି ଧର୍ମକୁ ମାନନ୍ତି ନାହିଁ। ଜାତିଗତ ଜନଗଣନା ତଥ୍ୟ (Bihar Caste Census Data) ଅନୁଯାୟୀ ରାଜ୍ୟରେ ବ୍ରାହ୍ମଣ ୩.୬୫% (୪୭,୮୧,୨୮୦), ରାଜପୁତ ୩.୪୫% (୪୫,୧୦,୭୩୩), କାୟସ୍ଥ ୦.୬୦୧୧% (୭,୮୫,୭୧୧), କୁର୍ମୀ ୨.୮୭୮୫% (୩୭,୬୨,୯୬୯), କୁଶୱାହା ୪.୨୧୨୦% (୫୫,୦୬,୧୧୩), ତେଲି ୨.୮୧୩୧% (୩୬,୭୭,୪୯୧) ଏବଂ ଭୂମିହାର ହେଉଛନ୍ତି ୨.୮୬୯୩% (୩୭୫୦,୮୮୬)।


ପଛୁଆ ବର୍ଗରେ କେଉଁ ଜାତିର ଜନସଂଖ୍ୟା କେତେ?
ରାଜ୍ୟରେ କୁର୍ମୀ ୨.୮୭ ପ୍ରତିଶତ, କୁଶୱାହା ୪.୨୭ ପ୍ରତିଶତ, ଧାନୁକ ୨.୧୩ ପ୍ରତିଶତ, ଭୂମିହାର ୨.୮୯ ପ୍ରତିଶତ, ସ୍ୱର୍ଣ୍ଣକାର ୦.୬୮ ପ୍ରତିଶତ, କୁମ୍ଭାର ୧.୦୪ ପ୍ରତିଶତ, ମୁସହର ୩.୦୮ ପ୍ରତିଶତ, ବଢେଇ ୧.୪୫ ପ୍ରତିଶତ, କାୟସ୍ଥ ୦.୬୦ ପ୍ରତିଶତ, ଯାଦବ ୧୪.୨୬ ପ୍ରତିଶତ ଏବଂ ବାରିକ ୧.୫୯ ପ୍ରତିଶତ।


ସମଗ୍ର ଦେଶରେ ଜାତିଗତ ଜନଗଣନା ପାଇଁ ହେଉଛି ଦାବି 
ବିହାର ଭଳି ଏକ ଘନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (Other Backward Caste in Bihar) ଏବଂ ଅର୍ଥନୈତିକ ପଛୁଆ ବର୍ଗ (Economic Backward Class in Bihar) ମିଳିତ ଭାବରେ ମୋଟ ଜନସଂଖ୍ୟାର ୬୩ ପ୍ରତିଶତ। ସେହିପରି ଅନୁସୂଚିତ ଜାତି ୧୯.୬୫ ପ୍ରତିଶତ (Schedule Caste in Bihar) ଏବଂ ଅନୁସୂଚିତ ଜନଜାତି ୧.୬୮ ପ୍ରତିଶତ (scheduled tribes in bihar)। ଜାତିଗତ ଜନଗଣନା (Bihar Caste Census) କରିବାକୁ ଦୀର୍ଘ ସମୟ ଧରି ଦାବି ହୋଇ ଆସୁଥିଲା। ସମଗ୍ର ଦେଶରେ ଜାତିଗତ ଜନଗଣନା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ନିରନ୍ତର ଭାବରେ ଦାବି କରି ଆସୁଛନ୍ତି ବିରୋଧି।


ବିହାରରେ ବିଭିନ୍ନ ଜାତିର ଜନସଂଖ୍ୟା ପ୍ରତିଶତ


  • ରାଜପୁତ: ୩.୪୫ ପ୍ରତିଶତ

  • ଯାଦବ: ୧୪ ପ୍ରତିଶତ

  • ଭୂମିହାର: ୨.୮୬ ପ୍ରତିଶତ, 

  • ବ୍ରାହ୍ମଣ: ୩.୬୫ ପ୍ରତିଶତ 

  • ନୌନିଆ: ୧.୯ ପ୍ରତିଶତ

  • କାୟସ୍ଥ: ୦.୬୦୧୧ ପ୍ରତିଶତ

  • କୁର୍ମୀ: ୨.୮୭୮୫ ପ୍ରତିଶତ

  • କୁଶୱାହା: ୪.୨୧୨୦ ପ୍ରତିଶତ 

  • ତେଲି: ୨.୮୧୩୧

  • ଧାନୁକ: ୨.୧୩ ପ୍ରତିଶତ

  • ସ୍ୱର୍ଣ୍ଣକାର: ୦.୬୮ ପ୍ରତିଶତ

  • କୁମ୍ଭାର: ୧.୦୪ ପ୍ରତିଶତ

  • ମୁସହର: ୩.୦୮ ପ୍ରତିଶତ

  • ବଢେଇ: ୧.୪୫ ପ୍ରତିଶତ 

  • ବାରିକ: ୧.୫୯ ପ୍ରତିଶତ।


ବିହାରରେ ବର୍ଗ ଭିତ୍ତିକ ଜନସଂଖ୍ୟାର ପ୍ରତିଶତ


  • ପଛୁଆ ବର୍ଗ: ୨୧.୧୨ ପ୍ରତିଶତ

  • ଅତ୍ୟଧିକ ପଛୁଆ ବର୍ଗ: ୩୬.୦୧ ପ୍ରତିଶତ 

  • ଅନୁସୂଚିତ ଜାତି: ୧୯.୬୫ ପ୍ରତିଶତ

  • ଅନୁସୂଚିତ ଜନଜାତି: ୧.୬୮ ପ୍ରତିଶତ 

  • ଅଣସଂରକ୍ଷିତ ବର୍ଗ: ୧୫.୫୨ ପ୍ରତିଶତ