Munger MP Lalan Singh: ସଦ୍ୟ ବିହାର ମୁଙ୍ଗେର ଜିଲ୍ଲାରେ ଦେଖିବାକୁ ମିଳିଛି ଚମକାଇବା ଭଳି ଘଟଣା। ସ୍ଥାନୀୟ ଲୋକସଭା ସାଂସଦ ଲଲଲ ସିଂହଙ୍କ ପକ୍ଷରୁ ମଟନ୍ ପାର୍ଟି କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଥିଲା ହଙ୍ଗାମା। ଏହି ମାମଲା ଏତେ ବଢି ଯାଇଥିଲା ଯେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦଳୀୟ କର୍ମକର୍ତ୍ତାଙ୍କୁ ଶାନ୍ତ କରିବା ପାଇଁ ପୋଲିସ ବଳ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା। ମେ ୧୪ ତାରିଖ ରବିବାର ଦିନ ବିହାର ମୁଙ୍ଗେର ଲୋକସଭା ଆସନର ଜେଡିୟୁ ସାଂସଦ ରାଜୀବ ରଞ୍ଜନ ଓରଫ ଲଲନ ସିଂହଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା ମଟନ୍ ପାର୍ଟି କାର୍ଯ୍ୟକ୍ରମ। ହେଲେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମଟନ ଖାଇବାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ଏହି କାର୍ଯ୍ୟକ୍ରମରେ ରାଜ୍ୟରେ କ୍ଷମତାସୀନ ମହାମେଣ୍ଟ କର୍ମକର୍ତ୍ତା ଯୋଗ ଦେଇଥିଲେ। ହେଲେ ମହାଭୋଜ ସାମ୍ମାନ ସମାରୋହରେ ମଟନ୍ ଖାଇବାକୁ ନେଇ ଉତ୍ତେଜନା ଦେଖାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ମଟନ ଖାଇବା ପାଇଁ ମାଂସାହାରୀ ପେଣ୍ଡାଲ ଠାରେ ହଠାତ୍ କର୍ମକର୍ତ୍ତାଙ୍କ ଭିଡ଼ ଏତେ ପହଞ୍ଚି ଯାଇଥିଲା ଯେ ପ୍ରବେଶ ଦ୍ୱାରରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଫାଟକ ବାହାରେ ଶହ ଶହ କର୍ମକର୍ତ୍ତା ଏକାଠି ହୋଇଯାଇଥିଲେ। କର୍ମକର୍ତ୍ତାଙ୍କ ଭିଡ଼ ବଢିବା ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।


ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ବଳ ପ୍ରୟୋଗ କରିଥିଲା ପୋଲିସ
ପରିସ୍ଥିତକୁ ଶାନ୍ତ କରିବାକୁ ଯାଇ ପୋଲିସ କାର୍ଯ୍ୟକର୍ତ୍ତାଙ୍କୁ ପ୍ରବେଶ ଦ୍ୱାରରୁ ବାହାର କରି ଦେଇଥିଲା। ଏହି ସମୟରେ ଅନେକ କର୍ମକର୍ତ୍ତାଙ୍କୁ ପୋଲିସ ମାଡ଼ ମାରିଥିଲା। ଯାହା ଦ୍ୱାରା କେତେକ କର୍ମକର୍ତ୍ତା ତଳେ ପଡ଼ିଯାଇଥିଲେ। କିଛି ସମୟ ଧରି ମଟନ୍ ଖାଇବା ପାଇଁ ପ୍ରସ୍ତୁତ ପେଣ୍ଡାଲ ପ୍ରବେଶ ଦ୍ୱାରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେତେବେଳେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଥିଲା ସେତେବେଳେ ସଦର ଡିଏସପି ରାଜେଶ କୁମାର ସିହ୍ନା ମଧ୍ୟ ଆହତ ହୋଇଥିଲେ। ହେଲେ କିଛି ସମୟ ମଧ୍ୟରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।


ଦଳୀୟ କର୍ମକର୍ତ୍ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ବିହାର (Bihar) ମୁଙ୍ଗେର ଲୋକସଭା ଆସନର ସାଂସଦ (Munger Lok Sabha MP) ରାଜୀବ ରଞ୍ଜନ ଓରଫ ଲଲନ ସିଂହଙ୍କ (Rajiv Ranjan Singh alias Lalan Singh) ପକ୍ଷରୁ ପ୍ରତିବର୍ଷ ମଟନ୍ ଭୋଜି ସମାରୋହ (Mutton Feast Ceremony) ଆୟୋଜିତ ହୋଇଥାଏ। ହେଲେ କୋରୋନା ମହାମାରୀ କାରଣରୁ ବିଗତ ୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ ବନ୍ଦ ରହିଥିଲା। ଚଳିତ ବର୍ଷ ମଟନ ଭୋଜି କାର୍ଯ୍ୟକ୍ରମ ପୁନର୍ବାର ଆରମ୍ଭ ହୋଇଥିଲା। ପୋଲୋ ଗ୍ରାଉଣ୍ଡ ଠାରେ ଆୟୋଜିତ ଭୋଜିରେ ପ୍ରାୟ ୨୫ ହଜାର କର୍ମକର୍ତ୍ତାଙ୍କ ମଟନ୍ ବ୍ୟବସ୍ଥା କରାଯାଇଥିଲା। ଏହି ଭୋଜିରେ ନିଜେ ଜେଡିୟୁ ସାଂସଦ (JDU MP Lalan Singh) ଦଳୀୟ କର୍ମକର୍ତ୍ତାଙ୍କୁ ଭୋଜନ ପରସିଥିଲେ। 


ମଟନ ଭୋଜି ଚାଲିଥିବା ବେଳେ ପରିସ୍ଥିତି ଅଚାନକ ବାହାରକୁ ଚାଲି ଯାଇଥିଲା। ଯେତେବେଳେ ପୋଲିସ କଠୋରତା ଦେଖାଇବା ଆରମ୍ଭ କରିଥିଲା, ସେତେବେଳେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୋଲିସ ଲାଠି କବଳରୁ ବଞ୍ଚିବା କର୍ମକର୍ତ୍ତା ଦୌଡ଼ାଦୌଡ଼ି କରୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ କେତେକ କର୍ମକର୍ତ୍ତା ତଳେ ପଡ଼ିଯାଇଥିଲେ। ଏହା ବ୍ୟତୀତ କ୍ରୋଧିତ ମହାମେଣ୍ଟ କର୍ମକର୍ତ୍ତା ଜେଡିୟୁ ବ୍ଲକ୍ ଶାଖା ସଭାପତିଙ୍କୁ ଠେଲାପେଲା କରିଥିଲେ।