Bihar Police Viral Video: କର୍ମମୟ ଜଞ୍ଜାଳରୁ ସାମାନ୍ୟ ଆଶ୍ୱସ୍ତି ପାଇଁ ଆମେମାନେ ବିଭିନ୍ନ ପ୍ରକାରର ପନ୍ଥା ଆପଣାଇଥାଉ। ଯେମିତି ପାର୍ବଣ, ମନୋରଞ୍ଜନ ଆଦିକୁ ପରିବାର ସଦସ୍ୟଙ୍କ ସହିତ ଉପଭୋଗ କରିଥାଉ। ବର୍ଷର ଅଧିକାଂଶ ସମୟ କର୍ମ ଜଞ୍ଜାଳରେ ବୁଡ଼ି ରହିବା କାରଣରୁ ଅଧିକାଂଶ ସମୟ ପରିବାର ଠାରୁ ଦୂରରେ ରହିଥାଉ। ପରିବାର ସଦସ୍ୟଙ୍କୁ ସମୟ ଦେବା ଏକ ପ୍ରକାର ଅସମ୍ଭବ ହୋଇଥାଏ। କିନ୍ତୁ ପରିବାର ସମୟ କାଢିବା ପାଇଁ ଅନେକ ସମୟରେ ଆମେମାମେ ଦାୟିତ୍ୱରୁ ସାମୟିକ ଛୁଟି ନେଇ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିଥାଉ। କିନ୍ତୁ ବହୁ ସମୟରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଯାହା ମାନବିକତା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛି। 


COMMERCIAL BREAK
SCROLL TO CONTINUE READING

ଦାୟିତ୍ୱର ଚାପ ଆଗରେ ବେଳେ ବେଳେ ଫିକା ପଡ଼ିଯାଏ ସମ୍ପର୍କ। ଦାୟିତ୍ୱରୁ ଛୁଟି ନ ମିଳିବାରୁ ଆମକୁ ପରିବାର ବର୍ଗଙ୍କ ସହିତ ପାର୍ବଣ ପାଳନରୁ ବଞ୍ଚିତ ହେବାକୁ ପଡ଼ିଥାଏ। ମନରେ କୋହ ଭରି ରହିଥିଲେ ମଧ୍ୟ ତାହାକୁ ମନରେ ଚାପିଦେବାକୁ ପଡ଼ିଥାଏ। ମନର କୋହ ମନରେ ଚାପି ଦାୟିତ୍ୱକୁ ତୁଲାଇବାକୁ ହୋଇଥାଏ। କେହି କେହି ଏହାକୁ ଆପଣାର ନିକଟରେ କହିପାରିଥାଏ ତ ଆଉ କେହି ଏହାକୁ କହି ନପାରି ଲୁହର ବଢିରେ ବୁଡି ରହିଥାଏ। 


ତେବେ ଏଭଳି ଏକ ଚିତ୍ର ବିହାରରୁ ଆସିଛି। ଜଣେ ପୋଲିସ ଅଧିକାରୀ ଛଟ ପୂଜା ପାଇଁ ନିଜ ଘରକୁ ଯିବାର ଥିଲା। ଏଠାରେ କହି ରଖୁ କି ଅକ୍ଟୋବର ୩୦ ତାରିଖ ରବିବାର ଦିନ ପାଳନ କରାଯାଇଛି। ଏଥିପାଇଁ ଉକ୍ତ ପୋଲିସ ଅଧିକାରୀ ଘରକୁ ଯିବା ପାଇଁ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଛୁଟି ଆବେଦନ କରିଥିଲେ। ତେବେ ଛୁଟି ବାତିଲ ହେବା କାରଣରୁ ଡ୍ୟୁଟିକୁ ବାହାରିଛନ୍ତି। ଏପରିକି ମନରେ ଥିବା କୋହକୁ ନିଜ ମାଆଙ୍କ ଆଗରେ ଫୋନ ଯୋଗେ କହୁଥିବା ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। 



ଫୋନରେ କନଷ୍ଟେବଳ ତାଙ୍କ ମା'ଙ୍କୁ କହୁଛନ୍ତି ଯେ ଛଟ ପୂଜାରେ ଡ୍ୟୁଟି ହେତୁ ସେ ଏହି ଛଟ ପୂଜାରେ ଘରକୁ ଆସି ପାରୁନାହାନ୍ତି। ଆପଣମାନେ ସମସ୍ତେ ମିଶିକରି ଏହି ପର୍ବ ପାଳନ କରନ୍ତୁ ବୋଲି ସେ ତାଙ୍କ ମା'ଙ୍କୁ କହୁଥିବା ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଉକ୍ତ ଭାଇରାଲ ଭିଡ଼ିଓରେ କଥା ହେଉଥିବା ପୋଲିସ କନଷ୍ଟେବଳଙ୍କ ନାମ ଅଜୟ କୁମାର ସିଂ ଓ ସେ କିଶନଗଞ୍ଜ ଥାନାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। କନଷ୍ଟେବଳ ଅଜୟ କୁମାର ସିଂ ଭାଗଲପୁରର କାହଲଗାଓଁ ପୋଲିସ ଷ୍ଟେସନ ଅଞ୍ଚଳରେ ରାଣିପୁରର ବାସିନ୍ଦା।


ସେପଟେ ଏହି ପୋଲିସ କନଷ୍ଟେବଳଙ୍କ ଦାୟିତ୍ୱବୋଧକୁ ପ୍ରଶଂସା କରାଯାଉଛି। ଗୋଟିଏ ପଟେ ଲୋକମାନେ ଛୁଟି ନେଇ ଏହି ପର୍ବ ପାଳନ କରିବାକୁ ଲୋକମାନେ ଘରକୁ ଫେରୁଛନ୍ତି। ପରିବାର ସଦସ୍ୟଙ୍କ ସହିତ ଏହି ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି। ଅନ୍ୟପଟେ ଏହି ପୋଲିସ ଅଧିକାରୀଙ୍କ ଘରକୁ ନ ଯାଇ କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି। ଲୋକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି। ଥରେ ଭାବନ୍ତୁ ତ ସେମାନଙ୍କର କର ଇଚ୍ଛା ନାହିଁ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବାର। ପରିବାର ସହିତ ରହି ଏଭଳି ପାର୍ବଣ ମୂହୁର୍ତ୍ତକୁ ଉପଭୋଗ କରିବାର। ଏଥିରୁ ଅନେକ କିଛି ଶିଖିବାର ରହିଛି ବୋଲି ଲୋକମାନେ ସୋସିଆଲ ମିଡ଼ିଆରେ ୟୁଜରମାନେ ମତ ଦେଇଛନ୍ତି।


ଏହା ବି ପଢ଼ନ୍ତୁ: Oil Price: ଗୃହିଣୀଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ଖାଇବା ତେଲ