Nitish Kumar:  ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ବଦଳ ରାଜନୀତିକୁ ନେଇ ବିହାରରେ ଲାଗି ରହିଥିାବ ହଟଚମଟ ଶେଷ ହୋଇଛି। ଅନେକ ଦିନ ଧରି ଚାଲିଥିବା ଚର୍ଚ୍ଚା-ଆଲୋଚନା ଉପରୁ ଆଜି ଉଠିଲା ସମସ୍ତ ପରଦା। ଆରଜେଡି(RJD) ଏବଂ କଂଗ୍ରେସ(Congress) ସହ ମେଣ୍ଟ ଭାଙ୍ଗି ପୁଣି ଥରେ ବିଜେପି ସହ ମେଣ୍ଟ କରିବା ଲାଗି ନୀତୀଶ ସ୍ଥିର କରିଛନ୍ତି। ତେଣୁ ଆଜି ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ(New CM) ଭାବେ ଶପଥ ଗ୍ରହଣ କରିବେ। ଆଜି ତାଙ୍କ ଦଳ (JDU)ର କିଛି ନେତା ଏହା ସ୍ପଷ୍ଟ କରିଛନ୍ତି।ଆଜି ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଏ ନେଇ ବିହାର ସହ ଦେଶର ରାଜନୈତିକ ପରିବେଶ ସରଗରମ ରହିଥିଲା। ଜେଡିୟୁ, ବିଜେପି, କଂଗ୍ରେସ ଓ ଆରେଜେଡି ନେତାମାନଙ୍କର ଦିନ ତମାମ ବୈଠକ ବସି ପରିବର୍ତ୍ତିତ ପରିସ୍ଥିତି ନେଇ ବିଚାରବିମର୍ଶ ଶେଷରେ ଫଳାଫଳ ସାମ୍ନାକୁ ଆସିଛି। ବିଜେପି ‌ବିଧାୟକମାନେ ପାଟନା(Patna)ରେ ଏକାଠି ହୋଇ ନୀତୀଶ(Nitish)ଙ୍କ ସମର୍ଥନରେ ଦସ୍ତଖତ ପତ୍ର ପ୍ରସ୍ତୁତ କରିଛନ୍ତି।


ତେବେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ ତାଙ୍କ ବାସଭବନରେ ଉଭୟ ଜେଡିୟୁ ଏବଂ ବିଜେପି(BJP) ବିଧାୟକମାନଙ୍କର ବୈଠକ ଡାକିଛନ୍ତି। ସେ ସିଧା ରାଜଭବନ(RajBHaban) ଯାଇ ରାଜ୍ୟପାଳଙ୍କୁ ନୀତୀଶଙ୍କ ସପକ୍ଷରେ ସମର୍ଥନପତ୍ର ପ୍ରଦାନ କରିଛନ୍ତି। ସେପଟେ ରାଜଭବନରେ ସୁରକ୍ଷା କର୍ମୀଙ୍କ ନିୟୋଜିତ କରାଯାଇସାରିଛି।ରାଜଭବନରେ ପହଞ୍ଚି ନୀତିଶ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଆଉ କିଛି ସମୟ ପରେ ବିହାରରେ ଗଠନ ହେବ ନୂଆ ସରକାର। ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ(Oath Taking Ceremony) ଅନୁଷ୍ଠିତ ହେବ।