Odisha BJD: ଆସନ୍ତା ୨୪ ଅର୍ଥାତ୍ ସେପ୍ଟେମ୍ବର ମାସ ୨୪ ଆସନ୍ତା ମଙ୍ଗଳବାର ଦିନ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ରାଜ୍ୟ ବିଜେଡି। କେବଳ ୬ଘଣ୍ଟିଆ ବନ୍ଦ ପାଳନ କରିବ ବିଜେଡି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ଭରତପୁର ଥାନା ଘଟଣାର ପ୍ରତିବାଦ କରି ଏହି ବନ୍ଦ ଡାକରା ଦେଇଛି ବିଜେଡି।  ତେବେ ମଙ୍ଗଳବାର ସକାଳ ୬ଟାରୁ ଏହି ବନ୍ଦ ପାଳନ କରାଯିବ।

 

ସେପଟେ ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ ଜାରି ରହିଛି ।  ଗିରଫ ହୋଇ ପାରନ୍ତି ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ।  ଆର୍ମୀ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଓ ଯୌନ ନିର୍ଯାତନା ଘଟଣାରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।  ୧୨୦ ବାଟାଲିୟନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍ ।  ଘଟଣାଦିନ କଣ ଘଟିଥିଲା ତାହା ଜାଣିବାକୁ ପ୍ରୟାସ କରିଛି କ୍ରାଇମବ୍ରାଞ୍ଚ ।  ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନେଇ ଜାତୀୟ ମହିଳା କମିସନଙ୍କୁ ରିପୋର୍ଟ ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ ।

 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତିରେ ଭରତପୁରରେ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କଣ କରିଥିଲେ ୭ ଅଭିଯୁକ୍ତ? ଅନ୍ୟପଟେ ଯଦି କହିବା ୭ ରୋଡ ରୋମିଓଙ୍କୁ ଧରି କ୍ରାଇମସିନ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ସେପଟେ ପୋଲିସକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି କ୍ରାଇମବ୍ରାଞ୍ଚ ।  ଭରତପୁର ଥାନାରେ ସେଦିନ କଣ ଘଟିଥିଲା, କେମିତି ଘଟିଥିଲା ତାର ଡେମୋ ଦେଖାଇଛନ୍ତି ନିଲମ୍ବିତ ପୋଲିସ କର୍ମଚାରୀ ।  ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ଅନ୍ୟ ୪ ପୋଲିସ କର୍ମଚାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।  ଏପଟେ ନିଲମ୍ବିତ ପୋଲିସଙ୍କ ପାଇଁ ଆଗକୁ ବାହାରିଛି ପୋଲିସ ସଂଘ । ଚାକିରି ପଛେ ଛାଡିବୁ ହେଲେ ମିଥ୍ୟା ଅପବାଦ ମୁଣ୍ଡେଇବୁନୁ ବୋଲି କହିଛି ପୋଲିସ ସଂଘ। 

 


COMMERCIAL BREAK
SCROLL TO CONTINUE READING

Also Read: Laxmi Narayan Rajyog: ଅକ୍ଟୋବରରେ ତୂଳାରାଶିରେ ଲକ୍ଷ୍ମୀନାରାୟଣ ଯୋଗ, ୫ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ