BJD Organisational Secretary Pranab Prakash Das: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ରାଜ୍ୟସଭା ନିର୍ବାଚନ। ଏହି ନିର୍ବାଚନରେ ଦଳର ଆଭିମୁଖ୍ୟ କ'ଣ ରହିବ ତାହା ଏକ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି ନିର୍ବାଚନରେ ଦଳ ମେଣ୍ଟ କରିବ ନାଁ ଏକାକୀ ଲଢିବ ତାହା ବିଜେଡ଼ି ନେତା ବବି ଦାସଙ୍କ ଟ୍ୱିଟ୍ ପୁରା ସ୍ପଷ୍ଟ କରିଦେଇଛି। 


COMMERCIAL BREAK
SCROLL TO CONTINUE READING

ଟ୍ୱିଟ୍ କରି ବିଜେଡ଼ି ନେତା ବବି ଦାସ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜୁ ଜନତା ଦଳ ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି। ବିଜେଡି ସମସ୍ତ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ।



ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ ଏବଂ ରାଷ୍ଟ୍ରନୀତିଜ୍ଞତା ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡ଼ି ନିଷ୍ପତ୍ତି ନେବ। ନୂତନ ଏବଂ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ। ଆମର ଲୋକପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ। 


ଚଳିତ ବର୍ଷ ରାଜ୍ୟରେ ହେଉଥିବା ନିର୍ବାଚନରେ ବିଜେପି-ବିଜେଡ଼ି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଥିଲା। ଗତ ୭ ତାରିଖରେ ମେଣ୍ଟ କରିବା ସମ୍ପର୍କରେ ବିଜୁ ଜନତା ଦଳର ୨ ପ୍ରଭାବଶାଳୀ ନେତା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତରେ ଆସିଥିବାର ଖବର ଆସିଥିଲା। ହେଲେ ଏବେ ବିଜେଡ଼଼ି ସଙ୍ଗଠନ ସମ୍ପାଦକ ଟ୍ୱିଟ୍ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି। ଯଦିଓ ବିଜେପି-ବିଜେଡ଼ି ମଧ୍ୟରେ ମେଣ୍ଟ ହେବ ନାଁ ନାହିଁ ସେ ନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।