Amit Shah Odisha Visits: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଗଷ୍ଟ ୫ ତାରିଖ ଶନିବାର ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଏକ ବୈଠକ କରିଛନ୍ତି। ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କ ଦୁର୍ନୀତି ଏବଂ ଅନିୟମିତତା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟ ବିଜେପି ନେତତ୍ୱ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛନ୍ତି। ଜଣେ ବିଜେପି ପଦାଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଓଡ଼ିଶା ଗସ୍ତରେ ଆସିଥିବା (Amit Shah Odisha Visits) କେନ୍ଦ୍ରମନ୍ତ୍ରୀ ଅମିତ ଶାହ (Union Minister Amit Shah) କ୍ରମାଗତ ଭାବେ ୫ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ (Chief Minister of Odisha) ନବୀନ ପଟ୍ଟନାୟକଙ୍କୁ (Naveen Patnaik) ପ୍ରଶଂସା କରିଥିଲେ। କୌତୁହଳର ବିଷୟ ଏହା ଯେ କେନ୍ଦ୍ରମନ୍ତ୍ରୀ ଶାହା ଏବଂ ବିଜେପି (BJP) ପକ୍ଷରୁ ହୋଇଥିବା ନିବେଦନର କିଛି ଦିନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜୁ ଜନତା ଦଳ (Biju Janata Dal) ସଂସଦରେ ଦିଲ୍ଲୀ ସେବା ଅଧ୍ୟାଦେଶକୁ (Delhi Ordinance Bill) ସମର୍ଥନ କରିବାକୁ ଘୋଷଣା କରିଥିଲା। ଏନେଇ ବିଜେଡି (BJD) ପକ୍ଷରୁ କୁହାଯାଇଥିଲା ଯେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କ (BJP led NDA Govt) ବିରୋଧରେ ସଂସଦରେ ଆଗତ କରାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ (No Confidence Motion in Parliament India) ଦଳ ବିରୋଧ କରିବ।


ରାଜ୍ୟ ବିଜେପି ଉଦ୍ଦେଶ୍ୟରେ କେଉଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ?
ଓଡିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ (Odisha BJP President Manmohan Samal) ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବୁଥ ସ୍ତରରେ ସଙ୍ଗଠନକୁ ମଜବୁତ କରିବା, ବିଜେଡ଼ି ସରକାରଙ୍କ ଦୁର୍ନୀତି ଏବଂ ଅନିୟମିତତାର ପର୍ଦ୍ଦାଫାଶ କରିବା ପାଇଁ ଗୃହମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିଜେପି ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଅମିତ ଶାହ (BJP Chanakya Amit Shah) ଦଳର ନେତାଙ୍କୁ ସ୍ଥାନୀୟ ପ୍ରସଙ୍ଗ ଉଠାଇବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସହ ଜଡିତ ରହିବାକୁ ପରାମର୍ଶ ଦେଇଛନ୍ତି।


ରାଜ୍ୟ ବିଜେପି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ବିଜେପି ନେତୃତ୍ୱଙ୍କୁ ଲୋକଙ୍କ ଅଧିକାର ପାଇଁ ଲଢେଇ କରିବାକୁ କୁହାଯାଇଛି। ସେ କହିଛନ୍ତି ଯେ ଦୁର୍ନୀତିକୁ ଦୂର କରିବା ପାଇଁ ପଞ୍ଚାୟତରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କିପରି ଆନ୍ଦୋଳନ ଆରମ୍ଭ କରିବେ ତାହା ତାଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି।


ରାଜ୍ୟ ବିଜେପି ନେତାଙ୍କ ସହ ମଧ୍ୟାନ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ 
ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ବିଜେପି ମୁଖ୍ୟାଳୟ ଠାରେ ପହଞ୍ଚି ଯାଇଥିଲେ। ସେଠାରେ ବିଜେପି ଚାଣକ୍ୟ ଦଳର ନେତାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ପରେ ସେ ଦଳର ନୂତନ ଭାବେ ନିଯୁକ୍ତ ହୋଇଥିବା ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ସଦସ୍ୟଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ବୈଠକରେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ (Union Minister Bishweswar Tudu) କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ବିଜେପି ନେତାଙ୍କୁ ଆଦିବାସୀ ତଥା କମଜୋର ଲୋକଙ୍କ ପାଇଁ ଲଢେଇ କରିବାକୁ କହିଛନ୍ତି।