What Women Do In Leisure Time: ଦେଶର ଅଧିକାଂଶ ପୁରୁଷ ଖାଲି ସମୟରେ ଗେମିଂ ଆପ୍ ବ୍ୟବହାର କରିବାକୁ ପସନ୍ଦ କରୁଥାନ୍ତି। ଅନ୍ୟପଟେ ମହିଳା ଖାଲି ସମୟରେ ଖାଦ୍ୟ ପ୍ରସ୍ତୁତି କରିବା ଏବଂ ମେସେଜିଂ ଆପ ବ୍ୟବହାର କରିବାରେ ସମୟ ଅତିବାହିତ କରିଥାନ୍ତି। ବବଲ୍ ଏଆଇ ୮.୫ କୋଟି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ତଥ୍ୟ ବିଶ୍ଳେଷଣ କରି ମହିଳା ଏବଂ ପୁରୁଷଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। କମ୍ପାନୀ ଏହାର ରିପୋର୍ଟ ମାଧ୍ୟମରେ କହିଛି ଯେ ବିଗତ ବର୍ଷ ଭାରତୀୟ ବ୍ୟବହାରକାରୀ ସ୍ମାର୍ଟଫୋନ ସହ ୫୦% ଅଧିକ ସମୟ ବିତାଇଥିଲେ।


COMMERCIAL BREAK
SCROLL TO CONTINUE READING

ଏହି କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିଥାନ୍ତି ମହିଳା 
ବବଲ୍ ଏଆଇ ରିପୋର୍ଟ (Bobble AI Report) ଅନୁଯାୟୀ, କେବଳ ୧୧.୩ ପ୍ରତିଶତ ଭାରତୀୟ ମହିଳା ପେମେଣ୍ଟ ଆପ୍ ବ୍ୟବହାର କରିଥାନ୍ତି। ଏହା ସହିତ ପୁରୁଷଙ୍କ ତୁଳନାରେ ମହିଳା ଗେମିଂ ଆପ୍ ପ୍ରତି ବହୁତ କମ୍ ଆଗ୍ରହ ଦେଖାଦେଇଛି। ଏହି ବିଶ୍ଳେଷଣରୁ ଜଣାପଡିଛି ଯେ ପ୍ରାୟ ୬.୧% ମହିଳା ଗେମିଂ ଆପ୍ ବ୍ୟବହାର କରିଥାନ୍ତି। ପ୍ରାୟ ୨୩.୩ ପ୍ରତିଶତ ଭାରତୀୟ ମହିଳା ମେସେଜିଂ ଆପ୍, ଭିଡିଓ ଆପ୍ ପ୍ରତିଶତ ୨୧.୭ ପ୍ରତିଶତ ମହିଳା ଏବଂ ୨୩.୫ ଖାଦ୍ୟ ସମ୍ବନ୍ଧୀୟ ଆପ୍ ବ୍ୟବହାର ପାଇଁ ଅଧିକ ସମୟ ବିତାଉଛନ୍ତି। ବବଲ୍ ଏଆଇ ରିପୋର୍ଟ ଅନୁଯାୟୀ ଏହି ଅନୁସନ୍ଧାନରେ ୨୦୨୨ ବର୍ଷରୁ ୨୦୨୩ ପର୍ଯ୍ୟନ୍ତ ହୋଇଥିବା  ସ୍ମାର୍ଟଫୋନ୍ ବ୍ୟବହାରକୁ ସମୟ ପାଇଁ ଆଧାର କରାଯାଇଥିଲା।


ଏକବିଂଶ ଶତାବ୍ଦୀର ଆହ୍ୱାନ ଏବଂ ସମୟ ପରିଚାଳନା
'ଫୋର୍ବସ୍' ପ୍ରତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୯୩୦ ମସିହାରେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କିନ୍ସ ପୂର୍ବାନୁମାନ କରିଥିଲେ ଯେ ଏକବିଂଶ ଶତାବ୍ଦୀର କାର୍ଯ୍ୟ ସପ୍ତାହ ମାତ୍ର ୧୫ ଘଣ୍ଟା ହେବ। ଏଭଳି ପରିସ୍ଥିତିରେ, ଅନେକ ଲୋକ ଦୁଃଖିତ ହୋଇପାରନ୍ତି ଯେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଭବିଷ୍ୟବାଣୀ କାହିଁକି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ? ବିଶେଷକରି ସେହି ବ୍ୟକ୍ତି ଯେଉଁ ନିଜ କାର୍ଯ୍ୟ କିମ୍ବା ଅଭିଜ୍ଞତା ଅନୁଯାୟୀ ବେତନ ପାଉନାହାଁନ୍ତି। ସେହି ଲୋକ ଜନ୍ ମେନାର୍ଡ କିନ୍ସଙ୍କ ଚିନ୍ତାଧାରା ସହିତ ମଧ୍ୟ ସହମତ ହୋଇପାରନ୍ତି, ଯେଉଁମାନେ କାମର ଚାପରେ ନିଜ ପାଇଁ ସମୟ ବିତାଇବାକୁ ସକ୍ଷମ ନୁହଁନ୍ତି କିମ୍ବା ଛୁଟିଦିନରେ ପରିବାର ସହ ବିତାଇପାରନ୍ତି ନାହିଁ କିମ୍ବା ଚାକିରି ହରାଇବାର ଭୟ କାରଣରୁ ଚାପରେ କାମ କରିଥାନ୍ତି।


ମହିଳାଙ୍କ ପାଖରେ କମ ରହିଥାଏ ଅବକାଶ ସମୟ
ମହିଳା ଏବଂ ପୁରୁଷଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ସର୍ବେକ୍ଷଣ ସମଗ୍ର ବିଶ୍ୱରେ ଚାଲିଛି। ଏପରି ଏକ ଅନୁସନ୍ଧାନକାରୀ ରିପୋର୍ଟ ଅନୁଯାୟୀ ମହିଳାଙ୍କ ପାଖରେ ଅବକାଶ ସମୟ କମ୍ ରହିଥାଏ। ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷଙ୍କ ଅବକାଶ ସମୟ ବୃଦ୍ଧି ପାଇଥିବାବେଳେ ମହିଳାଙ୍କ ଖାଲି ସମୟ ହ୍ରାସ ପାଇଛି। ମହିଳା ପୁରୁଷଙ୍କ ତୁଳନାରେ କମ୍ ଖାଲି ସମୟ ପାଇଥାନ୍ତି। କାରଣ ସେମାନେ ପାର୍ଟ ଟାଇମ୍ କାମରେ ବ୍ୟସ୍ତ ରୁହନ୍ତି। ସେମାନେ ପରିବାର ଏବଂ ପିଲାଙ୍କ ଯତ୍ନ ନେଇଥାନ୍ତି।