କଥାରେ ଅଛି ସକାଳର ଜଳଖିଆ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସକାଳର ଜଳଖିଆକୁ ଆମେ ଗୁରୁତ୍ଵ ଦେବା ଆବଶ୍ୟକ। ଆଉ ବିଶେଷ କରି ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଆହୁରି ଅଧିକ ଗୁରୁତ୍ଵ। ଖାଦ୍ୟରେ କଣ କଣ ସାମିଲ କରିବେ ସମସ୍ତେ ଚିନ୍ତାରେ ରହିଥାନ୍ତି। ସଠିକ୍ ପ୍ରକାରର ଖାଦ୍ୟ ଗ୍ରହଣ କରିବା ରକ୍ତଶର୍କରା ସ୍ତରକୁ ସହଜରେ ନିୟନ୍ତ୍ରଣରେ ରଖିପାରିବ। ଏବେ ଦେଶରେ ଘରେ ଘରେ ଡାଇବେଟିସ ସମସ୍ୟା ଦେଖିବାକୁ ମିଳୁଛି l ଏଥିପାଇଁ ଆମକୁ କିଛି ବିଶେଷ ଖାଦ୍ୟ ଖାଇବାକୁ ପଡ଼ିବ, ଯାହା ସ୍ୱାସ୍ଥ୍ୟପ୍ରଦ ଓ ପୁଷ୍ଟିକର ହୋଇଥିବ, ଯାହା ଆପଣଙ୍କୁ ମଧୁମେହ ସମସ୍ୟାର ଆଶଙ୍କାରୁ ନିଶ୍ଚିତ ଭାବରେ ବଞ୍ଚାଇ ପାରିବ। ଆସନ୍ତୁ ଜାଣିବା ସକାଳ ଖାଦ୍ୟରେ କଣ କଣ ଖାଦ୍ୟରେ ସାମିଲ କରିବା...


COMMERCIAL BREAK
SCROLL TO CONTINUE READING

ପନିର, ଦହି : ଏଥିରେ ଥିବା ପ୍ରୋଟିନ୍ ଓ କ୍ୟାଲସିୟମ ରକ୍ତର ଚିନି ସ୍ତର ବୃଦ୍ଧି ହେବାକୁ ଦେବ ନାହିଁ। ଏସବୁ ଖାଦ୍ୟକୁ ମିଶାଇ କିମ୍ବା ଆଲଗା ଆଲଗା ଖାଇହେବ।


ମିଶ୍ରିତ ଶସ୍ୟ : ଜାଉ, ବାଜରା, ଗହମ, ଭଜା ଆଦି ଶସ୍ୟ ଖାଦ୍ୟକୁ ପ୍ରଭାତ ଆହାରରେ ସାମିଲ କରାଯାଇପାରେ। ଏଥିରେ ଥିବା ଫାଇବର ରକ୍ତର ଶର୍କରା ସ୍ତର ବୃଦ୍ଧି ହେବାକୁ ଦେବନାହିଁ। କ୍ରେକର୍ସ, ବ୍ରେଡ଼, ପାଉରୁଟି ଆଦି ତିଆରି ଖାଦ୍ୟ ବଦଳରେ ଗୋଟିଏ କପ୍ ମିଶ୍ରିତ ଶସ୍ୟର ଖିଚୁଡ଼ି ଖାଇବା ଆପଣଙ୍କ ପାଇଁ ଉତ୍ତମ ହେବ।


ଫଳ : କରମଙ୍ଗା, ଆଁଳା,ଲେମ୍ବୁ, ଖଜୁରୀ, ପିଜୁଳି ଆଦି ଖାଦ୍ୟ ପ୍ରଭାତ ଆହାରରେ ଅନ୍ତର୍ଭୁକ୍ତ କରାଯାଇପାରେ। ଏଥିରେ ଉପସ୍ଥିତ ଫାଇବର, ପ୍ରାକୃତିକ ଶର୍କରା ଏବଂ ଭିଟାମିନ୍ ପରିମାଣ ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିବାରେ ସହାୟକ ହୋଇଥାଏ।


ଶାଗ: ପ୍ରତ୍ୟେକ ପ୍ରକାରର ପ୍ରଭାତ ଆହାର ବା ସକାଳ ଭୋଜନରେ ଶାଗ ଅନ୍ତର୍ଭୁକ୍ତ କରିବା ଉଚିତ୍। ଏଥିରେ ଥିବା ଫାଇବର ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ପାଲଙ୍ଗଶାଗ, କଲମିଶାଗ ଏବଂ ଆଲୁଭାଜି ଆଦି ଖାଦ୍ୟ ଶରୀର ରକ୍ତର ଚିନି ବା ଶର୍କରା ପରିମାଣ ବୃଦ୍ଧି ହେବାକୁ ଦେବନାହିଁ।


ଡାଲି : ମସୁରଡାଲି, ବିରି ଡାଲି, କଳାଡାଲି, କୋଳଥ ଡାଲି ଆଦି ଡାଲିକୁ ଆପଣ ସହଜରେ ପ୍ରଭାତ ଆହାରରେ ଅନ୍ତର୍ଭୁକ୍ତ କରାଯାଇପାରେ। ଏଥିରେ ଉପସ୍ଥିତ ପ୍ରୋଟିନ୍ ଓ ଫାଇବର ରକ୍ତର ଚିନି ସ୍ତର ବୃଦ୍ଧି ହେବାକୁ ଦେବନାହିଁ। ଡାଲି ଖାଇବା ଦ୍ୱାରା ମଧ୍ୟ ଭୋକ ଲାଗିବା କମ୍ ହୁଏ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ଲାଗି ନଥାଏ। 


ରକ୍ତର ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଭାତ ଆହାରରେ ଉପରୋକ୍ତ ଖାଦ୍ୟ ସାମିଲ କରି ଖାଇବା ଉଚିତ। କିନ୍ତୁ ଖାଦ୍ୟକୁ ବହୁତ ଅଧିକ ମାତ୍ରାରେ ନ ଖାଇ ସନ୍ତୁଳିତ ପରିମାଣରେ ଗ୍ରହଣ କରିବା ଉଚିତ। ଖାଦ୍ୟ ଡାଏଟରେ ସାମାନ୍ୟ ପରିବର୍ତ୍ତନ କରି ଆପଣ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିପାରିବେ। 


ବଦାମ, ଅଖରୋଟ, କାଜୁବଦାମ: କିଛି ମିଶ୍ରିତ ବଦାମ ଖାଇବା ପ୍ରଭାତ ଆହାରରେ ଭଲ ପଦ୍ଧତି। ଏଥିରେ ଥିବା ଫାଇବର ଓ ଚର୍ବି ରକ୍ତଶର୍କରା ସ୍ତରକୁ ସନ୍ତୁଳିତ କରିଥାଏ।


ମସଲାଦାର ଚାହା ଓ କଫି : ଗୋଲ ମରିଚ, ଜିରା, ହଳଦୀ ତରକାରୀରେ ମିଶାଇବା ଉଚିତ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏଗୁଡ଼ିକ ମଧ୍ୟ ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ମସଲାଦାର କଫି କିମ୍ବା ଚାହା ପିଇବା ଦ୍ୱାରା ମଧ୍ୟ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ।