Online Bullying Jennifer Love: ଗୋଟିଏ ସୁରକ୍ଷିତ ଓ ବିଳାସମୟ ଜୀବନ ବିତାଇବା ପାଇଁ ମଣିଷ ସବୁବେଳେ ସ୍ୱପ୍ନ ଦେଖେ। ଏଥିପାଇଁ ସେ ବିଭିନ୍ନ ଉପାୟରେ ଅର୍ଥ ଅର୍ଜନ କଲେ। କିଛି ଲୋକ ନିଜର ଆୟ ବଢାଇବାକୁ ୧୦ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ କାମ କରନ୍ତି। ତଥାପି ମଧ୍ୟ ସେମାନଙ୍କ ଆଶା ପୁରଣ ହୋଇନଥାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ମଧ୍ୟରେ ଏଭଳି ଜଣେ ଯୁବତି ଅଛନ୍ତି ଯେ ପୁରୁଷଙ୍କୁ ବେଇଜ୍ଜତ କରି ମାସିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଦିନକୁ ମାତ୍ର ଦୁଇ ଘଣ୍ଟା କାମ କରି ସେ ଲକ୍ଷପତି ପାଲଟି ଯାଇଛନ୍ତି। ତେବେ ପୁରୁଷଙ୍କ ଶତ୍ରୁ ବୋଲାଉଥିବା ସେହି ଯୁବତୀ ଜଣକ ହେଉଛନ୍ତି ବ୍ରିଟେନର ସୁପରଷ୍ଟାର ମଡେଲ ଜେନିଫର ଲୋଭ୍।


COMMERCIAL BREAK
SCROLL TO CONTINUE READING

୨୫ ବର୍ଷିୟା ମଡେଲ ଜେନିଫର ଲୋଭଙ୍କ ଅନୁସାରେ, ସେ ଦିନକୁ ମାତ୍ର ଦୁଇ ଘଣ୍ଟା କାମ କରନ୍ତି। ଆଉ ମାସକୁ ତାଙ୍କର ଆୟ ପ୍ରାୟ ସାଢେ ସାତ ଲକ୍ଷ ଟଙ୍କା ହୋଇଯାଏ। ତେବେ ତାଙ୍କ କାମ ଅନ୍ୟକାମ ଠାରୁ ଟିକେ ବିଚିତ୍ର। ଜେନିଫର ଦିନକୁ ଦୁଇ ଘଣ୍ଟା କେବଳ ପୁରୁଷଙ୍କୁ ଗାଳିଗୁଲଜ କରନ୍ତି ଓ ମଜାକ ଉଡାନ୍ତି। ତେବେ ଏହି କାମକୁ ସେ ଦୁଇ ବର୍ଷ ପୂର୍ବେ ଆରମ୍ଭ କରିଥିଲେ। ଜଣେ ସାଙ୍ଗ ତାଙ୍କୁ ନିଜ ଗୋଡର ଫଟୋ ବିକ୍ରି କରିବାକୁ କହିଥିଲେ। ଆଉ ଜେନିଫର ତାକୁ ଅନଲାଇନରେ ବିକ୍ରି କରିବାରେ ସଫଳ ମଧ୍ୟ ହୋଇଥିଲେ। ଏହାପରେ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଲା ଓ ୧୦-୨୦ ସେକେଣ୍ଡର ଭିଡିଓ ତିଆରି କରି ଜେନିଫର ଘଣ୍ଟାକୁ ୫୦୦୦ ଟଙ୍କା ଆୟ କଲେ। 


Also Read: Dhammachakra Pravartan: କ୍ୟାବିନେଟ ମନ୍ତ୍ରୀଙ୍କ ଉପସ୍ଥିତିରେ ହିନ୍ଦୁ ଧର୍ମ ଛାଡ଼ିଲେ ଦଶ ହଜାର


ସାଙ୍ଗର ଫଟୋ ବିକ୍ରି କରିବାରୁ ଆରମ୍ଭ କରିଥିବା ଜେନିଫରଙ୍କ ଧନ୍ଦା କ୍ଲାଇଣ୍ଟ ପର୍ଯ୍ୟନ୍ତ ପହଞ୍ଚିଲା। ଲୋକଙ୍କ ପାଇଁ ସେ ୫ ମନିଟର ଭିଡିଓ ପ୍ରସ୍ତୁତ କଲେ। ଯେଉଁଥିରେ ପୁରୁଷଙ୍କୁ ବେଇଜ୍ଜତ କିରିବାର ଟାସ୍କ ଦିଆଯାଉଥିଲା। ଏମିତି ବି ଲୋକ ବାହାରିଲେ ଯେଉଁମାନେ ଟଙ୍କା ଦେଇ ବେଇଜ୍ଜତ ହେବାକୁ ଆସୁଥିଲେ। ଯାହାକୁ ‘PayPig’ ନାମଦିଆଗଲା। ଏହି ୟୁରୋପରେ PayPig ବହୁତ ଲୋକପ୍ରିୟ ହୋଇଯାଇଛି। ଏହି ଶୋର ଗୋଟିଏ ସେସନରେ ବେଇଜ୍ଜତ ହେବା ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ଏଇଟା ହିଁ ଜେନିଫର ଲୋଭଙ୍କ ଆୟର ଏକ ମାଧ୍ୟମ ପାଲଟିଗଲା। ଲୋକଙ୍କୁ ଗାଳି କରି ସେ ଏବେ ମାସିକ ସାଢେ ସାତ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଯାହା ଭାରତର ରାଷ୍ଟ୍ରପତିଙ୍କ ଦରମାଠାରୁ ମଧ୍ୟ ଅଧିକ।


ଏହି କାମ ପାଇଁ ଜେନିଫରଙ୍କୁ ଲୋକ ସମାଲୋନା କରନ୍ତି। କିନ୍ତୁ ସେ ନିଜର ସ୍ୱାଧିନତା ଓ କାମକୁ ନେଇ ଖୁବ ସନ୍ତୁଷ୍ଟ ଅଛନ୍ତି। ବିଶେଷ କରି ବୃଦ୍ଧ ବ୍ୟବସାୟୀ ଓ ଯୁବକମାନେ ଜେନିଫରଙ୍କ କ୍ଲାଇଣ୍ଟ ହୋଇଥାନ୍ତି। ଆଉ ସେମାନେ ୱିକେଣ୍ଡରେ ହିଁ ଆସନ୍ତି। ଜେନିଫର କୁହନ୍ତି ଯେ, ପ୍ରଥମେ ସେ ନିଜ କାମ ବିଷୟରେ କାହାକୁ କହିନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତେ ଜଣିଲେ। ଲୋକେ ନା ନା କଥି କହିଲେ, କିନ୍ତୁ ବାପା ମାଆ ତାଙ୍କୁ ସମର୍ଥନ କଲେ। ପ୍ରଥମେ ବାପା ରାଜି ହେଉନଥିଲେ। କିନ୍ତୁ ଝିଅର ଖୁସିରେ ତାଙ୍କର ଖୁସି ଭାବି ସେ ମଧ୍ୟ ରାଜି ହୋଇଗଲେ। ତାଙ୍କର ଜଣେ ପ୍ରେମିକ ଥିବା ମଧ୍ୟ ଜେନିଫର କହିଛନ୍ତି।