Dhammachakra Pravartan: କ୍ୟାବିନେଟ ମନ୍ତ୍ରୀଙ୍କ ଉପସ୍ଥିତିରେ ହିନ୍ଦୁ ଧର୍ମ ଛାଡ଼ିଲେ ଦଶ ହଜାର ଦଳିତ
Advertisement
Article Detail0/zeeodisha/odisha1382394

Dhammachakra Pravartan: କ୍ୟାବିନେଟ ମନ୍ତ୍ରୀଙ୍କ ଉପସ୍ଥିତିରେ ହିନ୍ଦୁ ଧର୍ମ ଛାଡ଼ିଲେ ଦଶ ହଜାର ଦଳିତ


Dhammachakra Pravartan 2022: ହିନ୍ଦୁ ଧର୍ମ ଛାଡି ବୌଦ୍ଧ ଧର୍ମ ଆପଣାଇଲେ ୧୦୦୦୦ରୁ ଊର୍ଦ୍ଧ୍ୱ ଦଳିତ। ଧର୍ମଚକ୍ର ପ୍ରବର୍ତ୍ତନ ଦିବସ ଉପଲକ୍ଷେ ଦିଲ୍ଲୀରେ ଆୟୋଜନ କରାଯାଇଥିଲା ମିଶନ ଜୟଭୀମ କାର୍ଯ୍ୟକ୍ରମ। ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଓ ରାଜରତନ ଆମ୍ବେଦକର ଉପସ୍ଥିତ ଥିଲେ। 

Dhammachakra Pravartan: କ୍ୟାବିନେଟ ମନ୍ତ୍ରୀଙ୍କ ଉପସ୍ଥିତିରେ ହିନ୍ଦୁ ଧର୍ମ ଛାଡ଼ିଲେ ଦଶ ହଜାର ଦଳିତ

Dhammachakra Pravartan 2022, ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଦୃଶ୍ୟ ସାମନାକୁ ଆସିଛି। ଯାହାକୁ ଦେଖିଲେ ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ, ହିନ୍ଦୁ ଧର୍ମ ବିପଦରେ ଅଛି। କାରଣ ଗୋଟିଏ ଦିନରେ ୧୦୦୦୦ରୁ ଊର୍ଦ୍ଧ୍ୱ ଲୋକ ହିନ୍ଦୁ ଧର୍ମ ଛାଡି ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ହିନ୍ଦୁ ଧର୍ମରେ ଦଳିତ ତାଡନାର ଶିକାର ହେଉଥିବା ଅଭିଯୋଗ କରି ସେମାନେ ବୌଦ୍ଧ ଧର୍ମରେ ଦିକ୍ଷୀତ ହୋଇଛନ୍ତି। ବୁଧବାର ଦିଲ୍ଲୀସ୍ଥିତ ଆମ୍ବେଦକର ଭବନରେ ଧର୍ମଚକ୍ର ପ୍ରବର୍ତ୍ତନ ଦିବସ ପାଳନ ହୋଇଛି। ଏଥିରେ ଅନେକ ବୌଦ୍ଧ ଭିକ୍ଷୁଙ୍କ ସହ ଦିଲ୍ଲୀର ଆଦିବାସୀ, ହରିଜନ ଓ ପଛୁଆ ବର୍ଗ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଉପସ୍ଥିତିରେ ୧୦୦୦୦ରୁ ଊର୍ଦ୍ଧ୍ୱ ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। 

ଗୁରୁବାର ୬୬ତମ ଧର୍ମଚକ୍ର ପ୍ରବର୍ତ୍ତନ ଦିବସ ପାଳନ କରାଯାଇଛି। ଇତିହାସରେ ଉଲ୍ଲେଖ ରହିଛି ଯେ, ଅଶ୍ୱୀନ ମାସ ଦଶମୀ ତିଥିରେ ସମ୍ରାଟ ଅଶୋକ, ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। କଳିଙ୍ଗ ବିଜୟର ଦଶ ଦିନରେ ସେ ନିଜ ଉପରେ ବିଜୟ ହାସଲ କରିଥିଲେ ତେଣୁ ଏହି ଦିନକୁ ଅଶୋକ ବିଜୟାଦଶମୀ ବୋଲି ମଧ୍ୟ କୁହାଯାଏ। ୧୯୫୬ରେ ବିଜୟାଦଶମୀ ଦଶମୀ ଦିନ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର, ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଦୀକ୍ଷାଭୂମୀ ନାଗପୁରରେ ଆମ୍ବେଦକରଙ୍କ ସହ ଲକ୍ଷ ଲକ୍ଷ ଲୋକ ମଧ୍ୟ ହିନ୍ଦୁ ଧର୍ମ ଛାଡି ବୌଦ୍ଧ ହୋଇଥିଲେ। ଯାହାକୁ ଧର୍ମଚକ୍ର ପ୍ରବର୍ତ୍ତନ ଦିବସ ବୋଲି କୁହାଯାଏ। ତେଣୁ ଏହି ଧର୍ମଚକ୍ର ପ୍ରବର୍ତ୍ତନ ଦିବସରେ ଦିଲ୍ଲୀରେ 'ମିଶନ ଜୟଭୀମ' କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Also Read: Dussehra Tragedy : ଦୁର୍ଗା ଭସାଣୀ ବେଳେ ଭାସି ଯାଇ ୧୭ ମୃତ, ଅନେକ ନିଖୋଜ

ଆମ୍ବୋଦକର ଭବନରେ ଆୟୋଜିତ 'ମିଶନ ଜୟ ଭୀମ' କାର୍ଯ୍ୟକ୍ରମରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ବୁଧବାର ଟ୍ୱିଟ କରି କହିଛନ୍ତି, "ଚାଲନ୍ତୁ ବୁଦ୍ଧଙ୍କ ରାସ୍ତାରେ ଯିବା, ମିଶନ ଜୟ ଭୀମ ଡାକୁଛି। ଆଜି 'ମିଶନ ଜୟ ଭୀମ'ର ତତ୍ୱାବଧାନରେ ଅଶୋକା ବିଜୟ ଦଶମୀ ଅବସରରେ ରାଣୀ ଝାଂସୀ ରୋଡସ୍ଥିତ ଆମ୍ବେଦକର ଭବନରେ ୧୦୦୦୦ରୁ ଊର୍ଦ୍ଧ୍ୱ ବୁଦ୍ଧିଜୀବୀ ତଥାଗତ ବୁଦ୍ଧଙ୍କ ଧମ୍ମରେ ଘର ବାପସୀ କରି ଜାତି ବିହୀନ ଓ ଅସ୍ପୃଶ୍ୟ ମୁକ୍ତ ଭାରତ ନିର୍ମାଣ ନିମନ୍ତେ ଶପଥ ନେଇଛନ୍ତି।"

 

କାର୍ଯ୍ୟକ୍ରମରେ ସାମିଲ ଅନେକ ଲୋକ କହିଛନ୍ତି, "ଆମେ ଜାତି ବିହୀନ ସମାଜ ଚାହୁଁଛୁ। ଯେଉଁଠି ସମସ୍ତ ଲୋକଙ୍କୁ ସମାନ ସୁଯୋଗ ମିଳିବ। ଆମ ପିଲାଙ୍କୁ ପାଣି ପିଇବା ପାଇଁ କେହି ହତ୍ୟା କରନ୍ତୁ କିମ୍ବା ନିଶ ରଖିଲେ ନିର୍ଯାତନା ଦିଅନ୍ତୁ ବୋଲି ଚାହୁଁନୁ। ପିଲାଙ୍କ ପାଠ ପଢାଇବାକୁ ଚାହୁଁଛୁ। ଦେଶରେ ବହୁଜନ ମହିଳା ଓ ପୁରୁଷମାନେ ସର୍ବାଧିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ହିନ୍ଦୁ ଧର୍ମରେ ଏବେ ମଧ୍ୟ ଜାତିବାଦ ରହିଛି। ତେଣୁ ଆମେ ଏଭଳି ଧର୍ମରେ ରହିବାକୁ ଚାହୁଁନା, ବୌଦ୍ଧ ଧର୍ମରେ ମାନବିକତା ଓ ସମାନତା ଅଛି। ଏଠାରେ କୌଣସି ଲୋକ ଛୋଟ କିମ୍ବା ବଡ ନୁହଁନ୍ତି, ସମସ୍ତେ ସମାନ। ତେଣୁ ହିନ୍ଦୁ ଧର୍ମ ଛାଡି ଆମେ ବୌଦ୍ଧ ଧର୍ମ ଗ୍ରହଣ କରୁଛୁ।"