Odisha Crime News:ନୀଳଗିରି ଥାନା ମିତ୍ରପୁରରୁ ଘଟିଥିବା ଏକ ନିଖୋଜ ଘଟଣାରେ ନୂଆ ମୋଡ ଦେଖିବାକୁ ମିଳିଛି। ଦୀର୍ଘ ୪ ଦିନ ହେବ ନିଖୋଜ ଥିବା ମିତ୍ରପୁର ଗାଁର ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତଦେହ ସ୍ଥାନୀୟ ବ୍ଲୁ ଲେକରୁ ମିଳିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ମୃତ ଭବାନୀ ରାଉତଙ୍କ ବଡଭାଇ ଓ ଭାଉଜଙ୍କ ସହ ଚାରି ସୁପାରି କିଲର ମିଶି ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଏନେଇ ମୃତ ମନୋରଂଜନଙ୍କ ଭାଇ ହେମନ୍ତ ମହାପାତ୍ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । 


COMMERCIAL BREAK
SCROLL TO CONTINUE READING

ପୋଲିସ ଏହି ଘଟଣାରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ସକାଳେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ବେଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ୫ ଦିନ ତଳେ ଗାଁ ନିକଟ ଜଙ୍ଗଲ ଭିତରୁ ସେମାନଙ୍କ ରକ୍ତଲଗା ବାଇକ ଓ ଚପଲ ଠାବ କରାଯାଇଥିଲା । ସୂଚନା ଯୋଗ୍ୟ, ନୀଳଗିରି ନିକଟ କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଶଙ୍କର (୨୨) ଓ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୨୧) କୌଣସି କାମରେ ମିତ୍ରପୁର ଯାଉଥିବା କହି ଘରୁ ବାହାରିଥିଲେ। ରାତି ସୁଦ୍ଧା ଘରେ ପହଞ୍ଚିବେ ବୋଲି ପରିବାର ଲୋକଙ୍କୁ ଫୋନ୍‌ କରି କହିଥିଲେ। 


ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ଯୁବକଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏପରି ସମୟରେ ମିତ୍ରପୁର ନିକଟ ଏକ ପରିତ୍ୟକ୍ତ ଖାଦାନକୁ କିଛି ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଏକ ବାଇକ୍‌ ସହ ଅନେକ ସ୍ଥାନରେ ରକ୍ତଛିଟା ପଡ଼ିଥିବା ଦେଖିଥିଲେ। ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଗାଡ଼ିଟି କାଂଶ ଅଞ୍ଚଳର ନିଖୋଜ ଭବାନୀ ଶଙ୍କର ରାଉତଙ୍କ ବଡ଼ଭାଇଙ୍କର ବୋଲି ଜଣାପଡ଼ିଥିଲା। ଏହା ସହିତ ଘଟଣାସ୍ଥଳରେ ପଡ଼ିଥିବା ଚପଲ ନିଖୋଜ ମନୋରଞ୍ଜନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ।


ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଭବାନୀ ପିନ୍ଧିଥିବା କାନର ନୋଳି ଓ କିଛି ଚୁଟିର ନମୂନା ସଂଗ୍ରହ କରିଥିବା ଜଣାପଡ଼ିଛି। ହତ୍ୟା ସନ୍ଦେହରେ ଅଗ୍ନିଶମ ବାହିନୀ ପକ୍ଷରୁ ଖାଦାନ ପାଣିରେ ଖୋଜାଖୋଜି କରାଯାଇଥିଲା। ତେବେ ଚାରିଦିନ ପରେ ଆଜି ଭାସୁଥିବା ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତଦେହ ଗୁଡିକ ସମ୍ପୃକ ଯୁବକଙ୍କର ନା ଆଉ କାହାର, ତାହା ଜଣାପଡିନି। ଏନେଇ ତଦନ୍ତ ଜାରି ରହିଛି। 


Also Read: ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ୍ ତଥା ଓଡିଆ ପୁଅ ସଂତୃପ୍ତ ମିଶ୍ର