BSNL Plan: ସରକାରୀ ଟେଲିକମ କମ୍ପାନୀ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କମ୍ପାନୀ 50 ହଜାରରୁ ଅଧିକ 4G ମୋବାଇଲ୍ ଟାୱାର ସ୍ଥାପନା କରୁଛି, ଯେଉଁ କାରଣରୁ ଗ୍ରାହକମାନେ ଉନ୍ନତ ନେଟୱାର୍କ ସଂଯୋଗ ପାଇପାରୁଛନ୍ତି । ଏହା ବ୍ୟତୀତ କମ୍ପାନୀ ଉପଭୋକ୍ତାମାନଙ୍କ ପାଇଁ ଅନେକ ଶସ୍ତା ପ୍ଲାନ ମଧ୍ୟ ପ୍ରଦାନ କରୁଛି । ଯେଉଁଥିରେ ଲମ୍ବା ବୈଧତା ମଧ୍ୟ ଗ୍ରାହକଙ୍କୁ କମ୍ପାନୀ ପ୍ରଦାନ କରୁଛି ।


COMMERCIAL BREAK
SCROLL TO CONTINUE READING

କମ୍ପାନୀର ଦୀର୍ଘତମ ପ୍ଲାନ ଗୁଡିକ ମଧ୍ୟରୁ ଏକ ଶସ୍ତା ପ୍ଲାନ ହେଉଛି ୩୬୫ ଦିନିଆ ପ୍ଲାନ । ଏହି ରିଚାର୍ଜ ପ୍ଲାନ ଘରୋଇ କମ୍ପାନୀ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ତୁଳନାରେ ଖୁବ କମ୍ ମୂଲ୍ୟରେ ଗ୍ରାହକଙ୍କୁ ମିଳିଥାଏ । ସରକାରୀ ଟେଲିକମ୍ କମ୍ପାନୀ ଏହାର ରିଚାର୍ଜ ପ୍ଲାନକୁ ସୁଲଭ ଦରରେ ଗ୍ରାହକଙ୍କୁ ଯୋଗାଉଛି । ଗତ ତିନିମାସ ମଧ୍ୟରେ, BSNL ନିଜ ନେଟୱାର୍କରେ 65 ଲକ୍ଷରୁ ଅଧିକ ନୂଆ ଉପଭୋକ୍ତାଙ୍କୁ ଯୋଡିବାରେ ସକ୍ଷମ ହୋଇଛି । ଏଥି ସହିତ ବେସରକାରୀ ଟେଲିକମ୍ କମ୍ପାନୀଙ୍କର ଗ୍ରାହକ ହ୍ରାସ ପାଇଛନ୍ତି। BSNLର 365 ଦିନିଆ ଶସ୍ତା ରିଚାର୍ଜ ପ୍ଲାନ ରହିଛି, ଯେଉଁଥିରେ ଉପଭୋକ୍ତାମାନେ 600GB ହାଇ ସ୍ପିଡ୍ ଡାଟା ପାଇବେ । କେବଳ ସେତିକି ନୁହେଁ ଏଥି ସହିତ ୧ ବର୍ଷର ବୈଧତା ଅର୍ଥାତ୍ ମଧ୍ୟ ମିଳିବ ।


BSNL 365 Day Recharge Plan
ବିଏସଏନଏଲର ଏହି ଶସ୍ତା ରିଚାର୍ଜ ପ୍ଲାନର ମୂଲ୍ୟ ରହିଛି ମାତ୍ର 1,999 ଟଙ୍କା । ଏହି ପ୍ଲାନରେ ଉପଲବ୍ଧ ଅନେକ ସୁବିଧା ଗ୍ରାହକଙ୍କ ପାଇଁ ରଖାଯାଇଛି । ଉପଭୋକ୍ତାମାନେ 365 ଦିନର ବୈଧତା ପାଇଥାନ୍ତି । ଯେଉଁଥିରେ ଉପଭୋକ୍ତାମାନେ ସମଗ୍ର ଭାରତରେ ଯେକୌଣସି ନେଟୱାର୍କକୁ ଅସୀମିତ ମାଗଣା କଲିଂର ସୁବିଧା ପାଇପାରିବେ । ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ଏହି ପ୍ରିପେଡ୍ ପ୍ଲାନରେ ମାଗଣା ଜାତୀୟ ରୋମିଂ ଏବଂ ପ୍ରତିଦିନ 100 ମାଗଣା SMS ର ସୁବିଧା ପାଇପାରିବେ । ଏହି ପ୍ଲାନରେ କମ୍ପାନୀ ଗ୍ରାହକମାନଙ୍କୁ 600 ଜିବି ଡାଟା ପ୍ରଦାନ କରିଛି ଯାହାର କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। 600 ଜିବି ଡାଟା ଶେଷ ହେବା ପରେ, ଉପଭୋକ୍ତାମାନେ 40kbps ବେଗରେ ଅସୀମିତ ଡାଟାର ଉପଭୋଗ କରିପାରିବେ ।


BSNL ସମଗ୍ର ଭାରତରେ 4G ନେଟୱାର୍କକୁ ଶୀଘ୍ର ସ୍ଥାପନ କରୁଛି । ଏହା ମଧ୍ୟରେ କମ୍ପାନୀ ସାରା ଦେଶରେ 50 ହଜାରରୁ ଅଧିକ ନୂଆ 4G ମୋବାଇଲ୍ ଟାୱାର ସ୍ଥାପନ କରିସାରିଛି । ସେଥିମଧ୍ୟରୁ 95 ପ୍ରତିଶତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇପାରିଛି। ଆସନ୍ତା ବର୍ଷ ଜୁନ୍ ସୁଦ୍ଧା କମ୍ପାନୀ ସମଗ୍ର ଦେଶରେ ଏକକାଳୀନ 4G ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ମୋଟ 1 ଲକ୍ଷ ନୂତନ 4G ଟାୱାର ସ୍ଥାପନ କରିବ। ବିଏସଏନଏଲ ନିଜ ଉପଭୋକ୍ତାମାନଙ୍କୁ ଉନ୍ନତ ସଂଯୋଗ ଯୋଗାଇବା ପାଇଁ ବିଭିନ୍ନ ପ୍ରୟାସ କରୁଛି । ବିଶେଷ କରି ମୋବାଇଲ୍ ଟାୱାରଗୁଡିକ ସେହି ଅଞ୍ଚଳରେ ସ୍ଥାପନ କରାଯାଉଛି ଯେଉଁଠାରେ ପୂର୍ବରୁ ଟେଲିକମ୍ ନେଟୱାର୍କ ନଥିଲା ।


ଏହା ବ୍ୟତୀତ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ 5G ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଭାରତରେ ବିକଶିତ 5G ଟେକ୍ନୋଲୋଜିର ପରୀକ୍ଷା କରୁଛି। ଯଦି ସବୁକିଛି ଠିକ୍ ହୁଏ, ତେବେ କମ୍ପାନୀ ବର୍ଷ ଶେଷରେ କିମ୍ବା 2026 ର ଆରମ୍ଭରେ ଗ୍ରାହକଙ୍କୁ 5G ସେବା ଭେଟି ଦେଇପାରେ ।


Also Read- Ketu Gochar 2024: କେତୁ ଚଳନ ପ୍ରଭାବ, ବର୍ଷ ଶେଷ ପୂର୍ବରୁ ଧନୀ ହେବେ ୩ ରାଶି