Buddha Purnima 2023: ଭଗବାନ ଗୌତମ ବୁଦ୍ଧଙ୍କ (Gautam Buddha) ଜନ୍ମ ବୈଶାଖ ମାସ ପୂର୍ଣ୍ଣିମା ଦିନ ହୋଇଥିଲା । ଏହି କାରଣରୁ ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା (Buddha Purnima) ବୋଲି କୁହାଯାଏ । ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି ବିବେଚନା କରାଯାଏ। ଐତିହାସିକଙ୍କ ମତ ଅନୁଯାୟୀ, ଗୌତମ ବୁଦ୍ଧଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୫୬୩-୪୮୩ ମସିହାର ମଧ୍ୟ ଭାଗରେ ହୋଇଥିଲା ।  ସେ ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ ଯାହା ବର୍ତ୍ତମାନ ନେପାଳର ଏକ ଅଂଶ ଅଟେ । ମହାତ୍ମା ବୁଦ୍ଧ ଏହି ବୁଦ୍ଧ ପୂର୍ଣ୍ଣିମା ଦିନ କୁଶୀନଗରରେ ଶରୀରର ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଜାଣିବା ବୁଦ୍ଧ ପୂର୍ଣ୍ଣିମା ମହତ୍ତ୍ୱ ଓ କାହାଣୀ...


COMMERCIAL BREAK
SCROLL TO CONTINUE READING

ବୁଦ୍ଧ ପୂର୍ଣ୍ଣିମା ମହତ୍ବ-


ପୁରାଣ ଅନୁଯାୟୀ, ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର ଭାବରେ ବିବେଚନା କରାଯାଇଛି। ବୌଦ୍ଧ ଧର୍ମର ଲୋକମାନେ ଏହି ଦିନ ବୁଦ୍ଧଙ୍କ (Gautam Buddha)  ଉଦ୍ଦେଶ୍ୟରେ ଉପବାସ ରଖବା ସହ ଏହି ଦିନକୁ ପର୍ବ ଭାବେ ପାଳନ କରିଥାଆନ୍ତି। ବୌଦ୍ଧ ଧର୍ମାବଲମ୍ବୀ ମାନେ ଧାର୍ମିକ ସ୍ଥାନରେ ଏକତ୍ରିତ ହୋଇ ପୂଜା ପାଠ ସହ ଦାନ ଦେଇଥାଆନ୍ତି । ଉଭୟ ବୌଦ୍ଧ ଓ ହିନ୍ଦୁ ଧର୍ମର ଲୋକମାନେ ବୁଦ୍ଧ ପୂର୍ଣ୍ଣିମାଙ୍କୁ ଅତି ଭକ୍ତିର ସହ ପାଳନ କରନ୍ତି। ବୁଦ୍ଧ ପୂର୍ଣ୍ଣିମା ବୁଦ୍ଧ ଧର୍ମର ଆଦର୍ଶ ଓ ପଥ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବା ସହ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଥାଏ । ବୌଦ୍ଧ ଧର୍ମର ଅନୁଗାମୀମାନେ ପୂଜାପାଠ କରିବାକୁ ଏହି ଦିନ ବୋଧଗୟା  ପରିଦର୍ଶନ କରନ୍ତି। ଏହି ଦିନ ବୋଧି ବୃକ୍ଷକୁ ପୂଜା କରାଯାଇଥାଏ । ପିପଲ ଗଛକୁ ବୋଧି ବୃକ୍ଷ ବୋଲି କୁହାଯାଏ । ଏହି ଦିନ କ୍ଷୀର ଓ ଅତର ସହିତ ମିଶ୍ରିତ ପାଣିକୁ ପିପିଲ ଗଛର ମୂଳରେ ଅର୍ପଣ କରାଯାଇଥାଏ । ଏହାସହ ଗଛ ମୂଳରେ ସୋରିଷ ତେଲ ଦୀପ ଜଳାଯାଇଥାଏ ।


ବୌଦ୍ଧ ପୂର୍ଣ୍ଣିମାରେ ମହାତ୍ମା ବୁଦ୍ଧଙ୍କ ଜୀବନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ରହିଛି । ସେଥିପାଇଁ ପ୍ରତିବର୍ଷ ବୈଶାଖ ପୂର୍ଣ୍ଣିମାକୁ ( vaishakha purnima 2023)  ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ବାସ୍ତବରେ, ଯେତେବେଳେ ଭଗବାନ ବୁଦ୍ଧ ପାପ, ହିଂସା ଓ ମୃତ୍ୟୁ ବିଷୟରେ ଜାଣିଲେ, ସେତେବେଳେ ସେ ମୋହ ମାୟା ତ୍ୟାଗ କରିଥିଲେ । ନିଜ ପରିବାର ତ୍ୟାଗ କରିବା ସହ ସେ ସମସ୍ତ ସାଂସାରିକ ମୋହ ମାୟାରୁ ମୁକ୍ତ ହୋଇ ସତ୍ୟର ସନ୍ଧାନରେ ବାହାରିଥିଲେ। ଶେଷରେ ସେ ସତ୍ୟର ଜ୍ଞାନ ପାଇଥିଲେ । ଏହି କାରଣରୁ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହି ଦିନଟି ବିଶେଷ ଅଟେ । କୁହାଯାଏ, ଏହି ଦିନ ଗୌତମ ବୁଦ୍ଧଙ୍କ ସ୍ମୃତି ଜୀବନରେ ସୁଖ, ଗୌରବ ଓ ସମୃଦ୍ଧତା ଆଣିଥାଏ ।


ଓଡ଼ିଶାରେ ବୁଦ୍ଧ ପୂର୍ଣ୍ଣିମା-


ବୁଦ୍ଧ ପୂର୍ଣ୍ଣିମାରେ ବୌଦ୍ଧ ଧର୍ମାବଲମ୍ବୀ ମାନେ ରାଜଧାନୀସ୍ଥିତ ଧଉଳିଗିରି ଓ ବୌଦ୍ଧ ବିହାରଠାରେ ବୁଦ୍ଧ ପୂର୍ଣ୍ଣିମା ( Buddha Purnima) ବା ଜୟନ୍ତୀ ପାଳନ ଲାଗି ଏକତ୍ରିତ ହୁଅନ୍ତି ।


ଭାରତ ବାହାରେ ମଧ୍ୟ କରାଯାଇଥାଏ ପାଳନ


ଭାରତ ବ୍ୟତୀତ ବହୁ ଦେଶରେ ବୁଦ୍ଧ ପୂର୍ଣ୍ଣିମା (Buddha Purnima 2023) ପାଳନ କରାଯାଇଥାଏ । ସିଙ୍ଗାପୁର, ନେପାଳ, ସିଙ୍ଗାପୁର, ଥାଇଲ୍ୟାଣ୍ତ, ଜାପାନ, ଶ୍ରୀଲଙ୍ଗା, ଇଣ୍ତୋନେସିଆ, ମାଲେସିଆ, କାମ୍ବୋଡ଼ିଆ ଆଦି ଦେଶରେ ବେଶ ଧୁମଧାମରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥାଏ । ଉତ୍ତରପ୍ରଦେଶର କୁଶୀନଗକ ଜିଲ୍ଲାରେ ଏହି ଅବସରରେ ଏକ ମେଳାର ମଧ୍ଯ ଆୟୋଜନ କରାଯାଇଥାଏ ।