Budget 2023: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ଅନେକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଦେଶରେ ୩୮ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।  ଏକଲବ୍ୟ ସ୍କୁଲ (Eklavya Model Residential Schools) ପାଇଁ ଏହି ଶିକ୍ଷକ ନିଯୁକ୍ତି ପାଇବେ।  ଆସନ୍ତା ଆର୍ଥିକ ୩ ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗୁଡିକରେ ୩୮ ହଜାର ୮୦୦ ଶିକ୍ଷକ ଓ ସ୍ପୋର୍ସ ଷ୍ଟାପଙ୍କୁ ନିଯୁକ୍ତି ଦିଆଯିବ । 


COMMERCIAL BREAK
SCROLL TO CONTINUE READING

୩.୫ ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ। ପିଲାଙ୍କ ଶିକ୍ଷା ବ୍ୟବସ୍ଥାକୁ ଉତ୍ତମ କରିବାକୁ ବହି ସହିତ ଡିଜିଟାଲ ଲାଇବ୍ରେରୀ ବ୍ୟବସ୍ଥା କରାଯିବ । ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦିଆଯିବ । ପିଲାଙ୍କ ପାଇଁ ଜାତୀୟ ପାଠଶାଳା ଖୋଲାଯିବ । ପ୍ରତି ପଞ୍ଚାୟତ ଓ ଓ୍ବାର୍ଡରେ ଲାଇବ୍ରେରୀ ଖୋଲାଯାଇ ପିଲାଙ୍କୁ ବହି ଯୋଗାଇ ଦିଆଯିବ । ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 


Also Read:  Budget 2023: ବଜେଟ ଉପସ୍ଥାପନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅର୍ଥମନ୍ତ୍ରୀଙ୍କୁ ନେଇ ଏମିତି ମଜାଳିଆ ପୋଷ୍ଟ


ସେହିପରି ଦେଶର ଆୟକର ସୀମାକୁ ନେଇ ମଧ୍ୟ ବଜେଟରେ ଏଭଳି କିଛି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ  ।  ୦ ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର  । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ  । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ  । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ  ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି  ।


ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି  । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି  । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ   । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି  ।



ରୋଜଗାର ସୃଷ୍ଟି କରିବା ଦିଗରେ ମଧ୍ୟ ସରକାର ଧ୍ୟାନ ଦେଇଛନ୍ତି। କୃଷକଙ୍କୁ ଚାଷ ପାଇଁ ସ୍ୱତନ୍ତ୍ର ଭାବେ ରାଶିର ବ୍ୟବସ୍ଥା କରିଛନ୍ତି। ରାଷ୍ଟ୍ରୀୟ କୋ-ଅପରେଟିଭ ତଥ୍ୟ ପ୍ରସ୍ତୁତ କରାଯାଉଛି। ସାମୁହିକ ବିକାଶକୁ ପ୍ରାଥମିକତା ଦିଆଯାଉଛି। ମିଲେଟକୁ ପ୍ରୋତ୍ସାହିତ କରାଯାଉଛି। ଏହାକୁ ବିଶ୍ୱସ୍ତରରେ ପରଞ୍ଚାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଗ୍ରୀନ ଗ୍ରୋଥ ସରକାରଙ୍କର ପ୍ରାଧାନ୍ୟ ହୋଇଛି। ICMR ଲ୍ୟାବ ରିସର୍ଚ୍ଚ ପାଇଁ ପ୍ରସ୍ତୁତ କରାଯାଉଛି। କୃଷି କ୍ଷେତ୍ରରେ ଷ୍ଟାର୍ଟ ଅପ ପାଇଁ ଅର୍ଥର ବ୍ୟବସ୍ଥା ହେଉଛି। ୧୪ କୋଟିରୁ ଅଧିକ ଲୋକଙ୍କର ଜନଧନ ଖାତା ଖୋଲାଯାଇଛି। ୯.୬ କୋଟି ଘରକୁ ଏଲପିଜି ସଂଯୋଗ କରାଯାଇଛି। EPFOରେ ୭ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।