Budget 2023: ବଜେଟ ଉପସ୍ଥାପନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅର୍ଥମନ୍ତ୍ରୀଙ୍କୁ ନେଇ ଏମିତି ମଜାଳିଆ ପୋଷ୍ଟ
Advertisement
Article Detail0/zeeodisha/odisha1553579

Budget 2023: ବଜେଟ ଉପସ୍ଥାପନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅର୍ଥମନ୍ତ୍ରୀଙ୍କୁ ନେଇ ଏମିତି ମଜାଳିଆ ପୋଷ୍ଟ

Budget 2023: ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ ଉପସ୍ଥାପନା ପରେ ସୋସିଆଲ ମିଡିଆରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କୁ ନେଇ କିଛି ମଜାଳିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ମେମେଜ୍ ରେ ନିର୍ମଳାଙ୍କ ଫଟୋ ସହ ଆଉ କେତେକ ଅଭିନେତା ଓ ଅଭିନେତ୍ରୀଙ୍କ ଫଟୋକୁ ନେଇ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆରେ ମଜାଳିଆ ପୋଷ୍ଟ ।

ସୌଜନ୍ୟ- ସୋସିଆଲ ମିଡିଆ

Budget 2023:  ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ତେବେ ବଜେଟ ଉପସ୍ଥାପନା ପରେ ସୋସିଆଲ ମିଡିଆରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କୁ ନେଇ କିଛି ମଜାଳିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ମେମେଜ୍ ରେ ନିର୍ମଳାଙ୍କ ଫଟୋ ସହ ଆଉ କେତେକ ଅଭିନେତା ଓ ଅଭିନେତ୍ରୀଙ୍କ ଫଟୋକୁ ନେଇ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆରେ ମଜାଳିଆ ପୋଷ୍ଟ ।

ବଜେଟ ଉପସ୍ଥାପନ ପରେ ସାଧାରଣ ଲୋକ ଓ ଆୟକରଦାତା ,କର୍ପୋରେଟ୍  ଉପରେ କିପରି ମହଙ୍ଗା ମାଡ ହୋଇଛି । ତାହାକୁ ମଜାଳିଆ ଢଙ୍ଗରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।ତେବେ ଏହି ପୋଷ୍ଟ ଗୁଡିକୁ ଯିଏ ଦେଖୁଛି ,ସିଏ ମଧ୍ୟ ନିଜ ହସକୁ ସମ୍ଭାଳିପାରିବନି । ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେଲା ? ସ୍ୱଦେଶୀ ମୋବାଇଲ, ଇଲେକ୍ଟ୍ରି ଯାନ,କ୍ୟାମେରା ଲେନ୍ସ,ଖେଳଣା ଓ ସାଇକେଲ ଶସ୍ତା ହୋଇଥିବା ବେଳେ ସ୍ୱଦେଶୀ କିଚେନ ଚିମିନୀ,ସୁନା, ରୁପା,ପ୍ଲାଟିନମ୍,ଇମ୍ପୋଟେଡ୍ ଡୋର ଓ ସିଗାରେଡ ମହଙ୍ଗା ହୋଇଛି । 

 

ତେବେ ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା । କରୋନା ସତ୍ତେ୍ୱ ମଧ୍ୟ ସଠିକ ରାସ୍ତାରେ ରହିଛି ଭାରତୀୟ ଅର୍ଥବ୍ୟବସ୍ଥା । ଭାରତର ଚ୍ୟାଲେଞ୍ଜର ସାମ୍ନା କରିଛି,ଅନ୍ୟଙ୍କୁ ସହଯୋଗର ହାତ ବଢାଇଛି । କରୋନା କାଳରେ ୮୦ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଇଛି । ସବକା ପ୍ରୟାସ ମନ୍ତ୍ର ଜରିଆରେ ସମସ୍ତଙ୍କର ଜୀବନରେ ସୁଧାର ଅଣାଯାଇଛି । ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ସେହିପରି ବିଶ୍ୱରେ ମାନ୍ଦାବସ୍ଥା ସତ୍ତେ୍ୱ ମଧ୍ୟ ଭାରତର ବିକାଶ ଦର ୭ ପ୍ରତିଶତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ଦୁଇଗୁଣା ବଢିଛି । ଏବେ ପ୍ରତି ବ୍ୟକ୍ତିଙ୍କ ଆୟ ୧.୯୭ ଲକ୍ଷରେ ପହଞ୍ଚିଛି ।

 

Also Read : Budget 2023: ଜାଣନ୍ତୁ ନିର୍ମଳା ପିନ୍ଧିଥିବା ଶାଢୀର ଉଦ୍ଦେଶ୍ୟ

 

ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି, କିନ୍ତୁ ଭାରତର ଅର୍ଥବ୍ୟବସ୍ଥା ମଜବୁତ ରହିଛି । ବ୍ୟବସାୟ ଓ ନିବେଶ ପାଇଁ ଦେଶରେ ଅନୁକୂଳ ପରିବେଶ । ଡିଜିଟାଲ ନେଣଦେଣରେ ଭାରତ ରେକର୍ଡ କରିଛି । ଏବେ ବିଶ୍ୱର ୫ମ ବଡ ଅର୍ଥବ୍ୟବସ୍ଥା ପାଲଟିଛି ଭାରତ । ଜି-୨୦ର ଅଧ୍ୟକ୍ଷତା କରିବା ଭାରତର ସବୁଠୁ ବଡ ଉପଲବ୍ଧି । ମହିଳାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରାଯାଇଛି । ଜନଧନ ଯୋଜନାରେ ୪୭.୮ କୋଟି ଆକାଉଣ୍ଟ ଖୋଲାଯାଇଛି । ଏହି ବଜେଟ ଜରିଆରେ ଆଗାମୀ ୧୦୦ ବର୍ଷର ରୂପରେଖ ପ୍ରସ୍ତୁତ କରାଯାଉଛି । ପିପିପି ମୋଡରେ ପର୍ଯ୍ୟଟନକୁ ଫୋକସ ।

ଖାସ କରି ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା । ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଏବଂ ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର ।  ଆଦିବାସୀଙ୍କ ବିକାଶ ପାଇଁ ୧୫ ହଜାର କୋଟି ଏବଂ ପ୍ରଧାନମନ୍ତ୍ରୀ ଆବାସରେ ଖର୍ଚ୍ଚ ହେବ ୭୯ ହଜାର କୋଟି ଟଙ୍କା ।