Smart LED TV: ପାର୍ବଣ ଋତୁରେ ଯଦି ଆପଣ ନିଜ ଘର ପାଇଁ ଗୋଟିଏ ନୂତନ ସ୍ମାର୍ଟ ଏଲଇଡି ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଉ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । କାରଣ ବର୍ତ୍ତମାନ ଖୁବ ଶସ୍ତାରେ ଫ୍ଲିପକାର୍ଟ (Flipkart)ରେ ସ୍ମାର୍ଟ ଏଲଇଡି ଟିଭି ମିଳୁଛି । ଆଜି ଆମେ ଆପଣଙ୍କୁ  ଏପରି ଏକ ଟିଭି ବିଷୟରେ କହିବୁ ଯାହା ଆପଣଙ୍କ ବଜେଟକୁ ସୁହାଇବ । କାରଣ ମାତ୍ର ୧୨ ହଜାର ଟଙ୍କାରେ ମିଳୁଛି ଏହି ନୂଆ ଏଲଇଡି ଟିଭି । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଏକ ଭିନ୍ନ ଅନୁଭବ ପାଇବେ ।


COMMERCIAL BREAK
SCROLL TO CONTINUE READING

ସାନସୁଇ ନିଓ ୮୦ସେମି (୩୨ ଇଞ୍ଚ) HD 
ଅନଲାଇନ ସପିଂ ଆପ୍ ଫ୍ଲିପକାର୍ଟରେ ଉପଲବ୍ଧ ରହିଛି ଏହି ସ୍ମାର୍ଟ ଏଲଇଡି ଟିଭି । ଏହି ଟିଭିର ପ୍ରକୃତ ମୂଲ୍ୟ ୧୯,୯୯୦ ଥିବା ସମୟରେ ବର୍ତ୍ତମାନ ଏହା ଉପରେ ୪୮ ପ୍ରତିଶତ ବମ୍ପର ରିହାତି (Bumper Discount) ମିଳୁଛି । ତେବେ ରିହାତି ଅଫର ଦିଆଯିବା ପରେ ସ୍ମାର୍ଟ ଟିଭିର ମୂଲ୍ୟ ବର୍ତ୍ତମାନ ମାତ୍ର ୧୦୨୬୫ ଟଙ୍କା ରହିଛି । ଏହି ଏଲଇଡି ଟିଭିର ଫିଚର ବିଷୟରେ କହିବାକୁ ଗଲେ ଗ୍ରାହକମାନଙ୍କୁ ଏଥିରେ ୟୁଟ୍ୟୁବ ସପୋର୍ଟ (youtube support) ମିଳିବ । ଏଥିସହିତ ଏହି ଟିଭିରେ ଲିନକ୍ସ ଅପରେଟିଂ ସିଷ୍ଟମ୍ ମଧ୍ୟ ଦିଆଯାଇଛି । ଏହି ଏଲଇଡି ଟିଭିଟିରେ ୨୪ ୱାଟର ଏକ ସାଉଣ୍ଡ ଆଉଟପୁଟ୍ ସିଷ୍ଟମ୍ ରହିଛି ।


ଇନଫିନିକ୍ସ Y1 ୮୦ ସେମି (୩୨ ଇଞ୍ଚ) HD


ଏହି ଏଲଇଡି ଟିଭିର ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ ଗ୍ରାହକମାନେ ଏଥିରେ ପ୍ରାଇମ ଭିଡିଓ (Prime video) ଏବଂ ୟୁଟ୍ୟୁବ ସପୋର୍ଟ ପାଇବେ । ଏହା ସହିତ ଲିନକ୍ସ ଅପରେଟିଂ ସିଷ୍ଟମ ମଧ୍ୟ ଗ୍ରାହକଙ୍କ ପାଇଁ ରହିଛି । ଏହି ସ୍ମାର୍ଟ ଟିଭିରେ ଆପଣଙ୍କୁ ୨୦ ୱାଟ୍ ଅଡିଓ ଆଉଟପୁଟ୍ ମିଳିବ । ଏହି ସ୍ମାର୍ଟ ଟିଭିର ବଜାର ଦର ୧୬,୯୯୯ ରହିଥିବା ସମୟରେ ଆପଣ ଏହାକୁ ୮୪୯୯ ଟଙ୍କାରେ ପାଇପାରିବେ । କହିବାକୁ ଗଲେ ଏଥିରେ ପ୍ରାୟ ୫୦ ପ୍ରତିଶତ ରିହାତି ଦିଆଯାଉଛି ।


ଥମସନ 9A ସିରିଜ୍ ୮୦ ସେମି (୩୨ ଇଞ୍ଚ) HD


ଗ୍ରାହକମାନଙ୍କୁ ଏହି ସ୍ମାର୍ଟ ଏଲଇଡି ଟିଭିରେ ଅନେକ କିଛି ମିଳିବ । ପ୍ରାଇମ ଭିଡିଓ ସହିତ ଡିଜନି + ହଟଷ୍ଟାର ଏବଂ ୟୁଟ୍ୟୁବ ସପୋର୍ଟ ରହିଛି । ଏହି ଟିଭିରେ ଦିଆଯାଇଥିବା ଫିଚର ବିଷୟରେ କହିବାକୁ ଗଲେ ଗ୍ରାହକମାନେ ଏଥିରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ପାଇବେ । ଏଥିସହ ଗୁଗୁଲ୍ ଆସିଷ୍ଟାଣ୍ଟ ଏବଂ କ୍ରୋମକାଷ୍ଟ ମଧ୍ୟ ରହିଛି । ଏହି ସ୍ମାର୍ଟ ଏଲଇଡି ଟିଭିରେ ଆପଣଙ୍କୁ ୨୪ ୱାଟର ସାଉଣ୍ଡ ଆଉଟପୁଟ୍ ମିଳିବ । ଯଦି ଆମେ ଟିଭିର ଦର ସମ୍ପର୍କରେ ଆଲୋଚନା କରିବା ତେବେ ଏହାର ପ୍ରକୃତ ମୂଲ୍ୟ ୧୪,୯୯୯ ଟଙ୍କା ରହିଛି । କିନ୍ତୁ ବର୍ତ୍ତମାନ ଅଫରରେ ଆପଣ ଏହାକୁ ମାତ୍ର ୭,୯୯୯ ଟଙ୍କା।


Also Read- Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି


Also Read- Heart Attack: ନବରାତ୍ରୀରେ ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ, ଦାଣ୍ଡିଆ ଖେଳିବା ସମୟରେ ହୃଦଘାତ