Heart Attack: ବର୍ତ୍ତମାନ ଅନେକ ସମୟରେ ହୃଦଘାତ ଜନିତ ମାମଲା ସାମ୍ନାକୁ ଆସୁଛି । ତେଣୁ ସ୍ଥାନୀୟ ପ୍ରଶାସନ ତଥା ଦାଣ୍ଡିଆ ଖେଳ ଆୟୋଜକମାନଙ୍କୁ ଆମ୍ବୁଲାନ୍ସ ଏବଂ ମେଡିକାଲ୍ ଟିମ୍ ନିୟୋଜିତ କରିବାକୁ କହିଛନ୍ତି । ହୃଦଘାତ ବଢୁଥିବା କାରଣ ବର୍ତ୍ତମାନ ଲୋକଙ୍କୁ ଚିନ୍ତାରେ ପକାଇଛି ।
Trending Photos
Heart Attack: ନବରାତ୍ରୀ ପାଇଁ ସମଗ୍ର ଦେଶ ଉତ୍ସବମୁଖର ଥିବା ସମୟରେ ଗୁଜୁରାଟରୁ ହଠାତ୍ ହୃଦଘାତ ଜନିତ ମୃତ୍ୟୁ ମାମଲା ଆସିଛି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି ଯୁବ ବର୍ଗର ପିଲା ହୃଦଘାତର ଶିକାର ହେଉଥିବା କୁହାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟରେ ହୃଦଘାତ କାରଣରୁ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ଗୁଜୁରାଟରେ ଯୁବକମାନଙ୍କ ମଧ୍ୟରେ ହୃଦଘାତ ମାମଲା ବଢିବାରେ ଲାଗିଛି । ବିଭିନ୍ନ କାରଣ ପାଇଁ ହୃଦଘାତର ଶିକାର ହେଉଛନ୍ତି ଯୁବପିଢୀ ।
ଗୁଜୁରାଟର ରାଜକୋଟ ଅଞ୍ଚଳରେ ଜଣେ ୨୮ ବର୍ଷିୟ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସେହିପରି ଜଣେ ବିଲଡର ମଧ୍ୟ ହୃଦଘାତର ଶିକାର ହେବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଅହମ୍ମଦାବାଦର ହାଟିଜାନରେ ଦାଣ୍ଡିଆ ଖେଳାଯାଉଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ଦ୍ୱାରକା, ଗ୍ରେଟର ଅମ୍ବାଲା ଓ ରାମନଗରରେ ଅଞ୍ଚଲରେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୁରଟରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି ।
ହୃଦଘାତରେ ଗଲା ୧୩ ବର୍ଷ ବାଳକର ଜୀବନ
ଭଦୋଦାରାର ହର୍ନି ଅଞ୍ଚଳରେ ଦାଣ୍ଡିଆ ଖେଳିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଡାବୋଇରେ ମଧ୍ୟ ଜଣେ ୧୩ ବର୍ଷର ବାଳକ ହୃଦଘାତ ଶିକାର ହୋଇ ମୃତ୍ୟୁ ବରଣ କରିଛି । ନାଭସାରିରେ ମଧ୍ୟ ଦାଣ୍ଡିଆ ଖେଳିବା ପରେ ହୃଦଘାତ କାରଣରୁ ଜଣେ ଯୁବକଙ୍କର ମୃତ୍ୟୁ ହେବାର ସୂଚନା ମିଳିଛି । ନବରାତ୍ରୀ ପାଳନ ସମୟରେ ଯୁବକମାନଙ୍କ ମଧ୍ୟରେ ହୃଦଘାତର ସଂଖ୍ୟା ବୃଦ୍ଧି କାରଣ ବର୍ତ୍ତମାନ ବଡ଼ ଚିନ୍ତାରେ ପକାଇଛି ।
ଆମ୍ରେଲି ଏବଂ ଜାମନଗରରେ ୨ ମୃତ୍ୟୁ
ଆମ୍ରେଲି ଏବଂ ଜାମନଗରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ନବରାତ୍ରୀ ଉତ୍ସବରେ ଆମ୍ରେଲିର ୨୩ ବର୍ଷିୟ ଯୁବକ ଦୀନେଶ ଶିଆଲଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଆମ୍ରେଲିରେ ୪୬ ବର୍ଷିୟ ରିକ୍ସା ଚାଳକ ଓଗଡ ମିନ୍ଦୱା କାମ କରୁଥିବା ସମୟରେ ହଠାତ୍ ହୃଦଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ।
ଦ୍ୱାରକାରେ ଦୁଇ ଚାଷୀଙ୍କ ମୃତ୍ୟୁ
ଦେବଭୂମି ଦ୍ୱାରକାରେ ଦୁଇଜଣ ଚାଷୀ କଞ୍ଜାରିଆ ଭେଲଜୀ ରଣମଲ (୪୨) ଏବଂ ରାମଜୀ ଦାମଜୀ ନାକୁମ (୫୨) ଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁସାରେ ମୃତ୍ୟୁର କାରଣ ହୃଦ୍ଘାତ ବୋଲି କୁହାଯାଉଛି । ଦ୍ୱାରକାର ନାକୁମଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ତାଙ୍କର ମୃତ୍ୟୁ ହୃଦ୍ଘାତ କାରଣରୁ ହୋଇଛି । ପରିବାର ଲୋକେ ଏହା ମଧ୍ୟ କହିଥିଲେ ଯେ, ତାଙ୍କର ଅନ୍ୟ କୌଣସି ରୋଗ ନଥିଲା । ୫୨ ବର୍ଷ ବୟସରେ ଦାମଜୀ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ।
ସେହିପରି ଜାମନଗରରେ ୨୪ ବର୍ଷିୟ ରବି ନାମକ ଜଣେ ବ୍ୟକ୍ତି ସାମାନ୍ୟ ଜ୍ୱରରେ ପିଡୀତ ହେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେ ହୃଦ୍ଘାତରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା କୁହାଯାଉଛି । ଜାମନଗରଠାରୁ ଅଳ୍ପ ଦୂରରେ ଥିବା ପିପଲି ଗାଁରେ ହଠାତ୍ ହୃଦ୍ଘାତ କାରଣରୁ ଟ୍ରକ୍ ଡ୍ରାଇଭରଙ୍କ ଜୀବନ ଚାଲିଯାଇଥିବା ସୂଚନା ରହିଛି । ଏହି ଚିନ୍ତାଜନକ ଘଟଣା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଲୋକଙ୍କୁ ସତର୍କ ହେବାରୁ ପରାମର୍ଶ ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଗତ କିଛି ଦିନ ମଧ୍ୟରେ ହୃଦଘାତ ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଦାଣ୍ଡିଆ ଖେଳାଯାଉଥିବା ସ୍ଥାନରେ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳ ନିୟୋଜିତ କରିବାକୁ ସ୍ଥାନୀୟ ପ୍ରଶାସନ କହିଛନ୍ତି।
Also Read- ଆପଣ ବି ମୋବାଇଲକୁ ଆସିଛି କି ଏହି ମେସେଜ ? ପଢ଼ିଥିଲେ ରହିବେ ଲାଭରେ, ଅଣଦେଖା କଲେ ପଡ଼ିପାରେ ମହଙ୍ଗା
Also Read- lottery winner: ବଦଳିଗଲା ନଟରାଜନଙ୍କ ଭାଗ୍ୟ, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ସାଢେ ୫ଲକ୍ଷ ଟଙ୍କା