ପାଟଣାଗଡ଼: ରାଜ୍ୟରେ ବଢିଚାଲିଛି ଗଞ୍ଜେଇ ଚୋରାଚାଲାଣ । ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରୁଛି ପୋଲିସ । ଆଜି ଏକ ପିକଅପ୍ ଭ୍ୟାନ୍‌ରେ ୧୩ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ କନ୍ଧମାଳରୁ ନୂଆପଡ଼ାକୁ ଚାଲାଣ ହେଉଥିବା ସମୟରେ ଲାଠୋର ପୋଲିସ ଚଢାଉ କରିଛି । ଟଲିଆଲିଟି ଗାଁ ନିକଟରେ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିବାରୁ ଗାଡିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପୋଲିସ ଉକ୍ତ ପିକ୍ଅପ୍ ଭ୍ୟାନ୍ ସମେତ ଗୋଟିଏ ବାଇକ୍ ଜବତ କରିଛି । ଘଟଣାରେ ୩ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସମୟରେ ଡ୍ରାଇଭର ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ୨୬ ତାରିଖ ଦିନ ବଲାଙ୍ଗୀରରେ ମଧ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିଥିଲା ପୋଲିସ । ବାଲିଗୁଡ଼ା ଅଞ୍ଚଳରୁ ୨ଟି ଭ୍ୟାନରେ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଫଳରେ ୩୩୭ କେଜି ଗଞ୍ଜେଇ ଜବତ କରିବା ସହ ୬ ଜଣ ଗିରଫ ହୋଇଛନ୍ତି । ଟିଟିଲାଗଡ଼ରେ ପୋଲିସ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ପିକଅପ ଭ୍ୟାନ ପୋଲିସର ସନ୍ଦେହ ଘେରକୁ ଆସିଥିଲା । ପୋଲିସ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ, ଗାଡିରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଛି । ଉକ୍ତ ପିକଅପ ଭ୍ୟାନରୁ ମୋଟ ୨୪୩ କେଜି ଗଞ୍ଜେଇ ଜବତ ହୋଇଥିବା ସମୟରେ କଣ୍ଟାବାଞ୍ଜି ଅଞ୍ଚଳରୁ ଅନ୍ୟ ଏକ ପିକଅପ ଭ୍ୟାନରୁ ୯୪ କେଜି ଗଞ୍ଜେଇ ଜବତ ହୋଇଛି ।


Also Read- Guru Gochar 2024: ଅଗଷ୍ଟରେ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ଟି ରାଶିର ଭାଗ୍ୟରେ ଧନ


Also Read- Miss Universe Odisha: ମିଠା ହସରେ ମନ ଜିଣୁଛନ୍ତି ଅଲିଶା ସାମନ୍ତରାୟ