Miss Universe Odisha: ମିଠା ହସରେ ମନ ଜିଣୁଛନ୍ତି ଅଲିଶା ସାମନ୍ତରାୟ
Advertisement
Article Detail0/zeeodisha/odisha2356933

Miss Universe Odisha: ମିଠା ହସରେ ମନ ଜିଣୁଛନ୍ତି ଅଲିଶା ସାମନ୍ତରାୟ

ନୂଆ ନୂଆ ଗ୍ଲାମର ଜଗତରେ ପାଦ ଦେଉଦେଉ ସେ ହାସଲ କରିଛନ୍ତି ମିସ୍ ବିୟୁଟିଫୁଲ୍ ସ୍ମାଇଲର ଟ୍ୟାଗ । ଅଲିଶାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Miss Universe Odisha: ମିଠା ହସରେ ମନ ଜିଣୁଛନ୍ତି ଅଲିଶା ସାମନ୍ତରାୟ

ଭୁବନେଶ୍ୱର: ଗ୍ଲାମର ଜଗତରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି ଅଲିଶା ସାମନ୍ତରାୟ । ମିସ୍ ୟୁନିଭର୍ସ ଓଡ଼ିଶାରେ ଅଲିଶାଙ୍କୁ ମିଳିଛି ସଫଳତା । ନୂଆ ନୂଆ ଗ୍ଲାମର ଜଗତରେ ପାଦ ଦେଉଦେଉ ସେ ହାସଲ କରିଛନ୍ତି ମିସ୍ ବିୟୁଟିଫୁଲ୍ ସ୍ମାଇଲର ଟ୍ୟାଗ । ଅଲିଶାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଅଲିଶାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ହୋଇଥିବା ସମୟରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଆଗକୁ ଖୁବ ସପୋର୍ଟ୍ କରନ୍ତି । ୩ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ଅଲିଶାଙ୍କ ବାପା ସନ୍ତୋଷ ସାମନ୍ତରାୟଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ଦେହାନ୍ତ ପରେ ମଧ୍ୟ ଆଗକୁ ବଢିବା ପାଇଁ ଅଲିଶାଙ୍କୁ ପ୍ରେରଣା ଦେଇଛନ୍ତି ମାଆ ଗାୟତ୍ରୀ ସାମନ୍ତରାୟ । ମାଆଙ୍କ ସମେତ ନିଜ ସମ୍ପର୍କୀୟ ଭଉଣୀ ତଥା ଆଗଧାଡିର ଉପସ୍ଥାପିକା ପ୍ରେରଣା ପ୍ରତୀକ୍ଷାଙ୍କ ପ୍ରେରଣା ପାଇ ଗ୍ଲାମର ଜଗତରେ କ୍ୟାରିଅର ଆରମ୍ଭ କରିଛନ୍ତି ଅଲିଶା । କ୍ଲାସିକାଲ୍, ବେଲି ଡ୍ୟାନ୍ସ ସମେତ ଅନେକ ପ୍ରକାରର ନୃତ୍ୟ କୌଶଳ ଶିଖିଛନ୍ତି ଅଲିଶା । ଅନେକ କାର୍ଯ୍ୟକ୍ରମରେ ସର୍ବସାଧାରଣରେ ନୃତ୍ୟ ପ୍ରଦର୍ଶନ କରି ସେ ଖୁବ ପ୍ରଶଂସା ସାଉଣ୍ଟିବା ପରେ ସକ୍ଷମ ହୋଇଛନ୍ତି । ଏଥିସହ ଅନେକ ମ୍ୟୁଜିକ ଭିଡିଓରେ ଅଲିଶା ନିଜ ନୃତ୍ୟ ଓ ଅଭିନୟର ଜଲୱା ଦେଖାଇ ସାରିଛନ୍ତି । ଅଲିଶା ବର୍ତ୍ତମାନ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢୁଥିଲେ ମଧ୍ୟ କଳା ପ୍ରତି ତାଙ୍କର ଥିବା ଆଗ୍ରହ ତାଙ୍କୁ ଏକ ଭିନ୍ନ ପରିଚୟ ଆଣିଦେଇଛି ।

Also Read- Lucky Zodiac Sign: ୨୮ ଜୁଲାଇ ରବିବାର ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ