Ceasefire Violations 2023: ଏଲଓସି ଠାରେ ଅସ୍ତ୍ରବିରତି ଉଲ୍ଲଂଘନ; ଅନ୍ଧାଧୁନିଆ ଗୁଳି ଚଳାଇଲା ପାକିସ୍ତାନ
Ceasefire Violations by Pakistan at LoC: ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପକ୍ଷରୁ ହୋଇଛି ଅସ୍ତ୍ରବିରତି ଉଲଂଘନ। ଯେଉଁଥିରେ ୨ ଜଣ ବିଏସଏଫ ଯବାନ ଆହତ juହୋଇଛନ୍ତି।
Ceasefire Violation at LoC: ପୁଣି ଥରେ ନିଜର ପୁରୁଣା ବଦଭ୍ୟାସ ଛାଡ଼ି ପାରିନାହିଁ ପାକିସ୍ତାନ। ପୁରୁଣା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପୁଣି ଥରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପ୍ରଥମେ ପାକିସ୍ତାନ ସୀମା ଆରପାରିରୁ ଗୁଳି ଚଳାଇଥିଲା। ପାକିସ୍ତାନ ଦ୍ୱାରା ହୋଇଥିବା ଗୁଳି ବିନିମୟରେ କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଖବର ମିଳିନାହିଁ। ହେଲେ ଏହି ଗୁଳି ବିନିମୟର ଉପଯୁକ୍ତ ଜବାବ ଭାରତୀୟ ସେନା ପକ୍ଷରୁ ମଧ୍ୟ ଦିଆଯାଇଛି
ଏହା ପୂର୍ବରୁ ମଙ୍ଗଳବାର ଦିନ ଜାମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ (India Pakistan International Border) ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଦୁଇ ଜଣ ସୀମା ସୁରକ୍ଷା ବଳ (Border Security Force) ସୈନିକ ଆହତ ହୋଇଥିଲେ। ପ୍ରଥମେ ପାକିସ୍ତାନ ରେଞ୍ଜର୍ସ ସ୍ନାଇପର (Pakistan Ranger Sniper) ଗୁଳି ଚଳାଇବା ଆରମ୍ଭ କରଥିଲେ। ଯେତେବେଳେ ଗୁଳିମାଡ଼ ଆରମ୍ଭ ହୋଇଥିଲା ସେତେବେଳେ ବିଏସ୍ଏଫ୍ ଯବାନ (BSF Jawan) ଭାରତ-ପାକିସ୍ଥାନ ସୀମା (India Pakistan Border) ନିକଟରେ ରହିଥିବା ବୈଦ୍ୟୁତିକ ଖୁଣ୍ଟରେ ଚଢି ଆଲୋକ ବ୍ୟବସ୍ଥା ସଜାଡୁଥିଲେ। ଏନେଇ ଅଧିକାରୀ କହିଛନ୍ତି ଯେ ଆହତ ବିଏସଏଫ ଯବାନଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥବସ୍ଥା ସ୍ଥିର ରହିଛି।
ଏନେଇ ବିଏସଏଫ (BSF) ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ରେଞ୍ଜର୍ସ ଜାମୁ ସ୍ଥିତ ଆର୍ନିଆ ସେକ୍ଟର (Arnia Sector Jammu Kashmir) ଠାରେ ଅସ୍ତ୍ରବିରତି ଉଲ୍ଲଂଘନ (Ceasefire Violation at LoC) କରିଥିଲା। ଯେଉଁଥିରେ ୨ ଜଣ ବିଏସଏଫ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ରେଞ୍ଜର୍ସ ଅନ୍ତର୍ଜାତୀୟ ସୀମା ଠାରେ ହୋଇଥିବା ଗୁଳିମାଡ଼ କାରଣରୁ ବିଏସଏଫ ଯବାନ ଆହତ ହୋଇଛନ୍ତି। ବିଏସଏଫ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନ ରେଞ୍ଜର୍ସ ମଙ୍ଗଳବାର ଆର୍ନିଆ ସେକ୍ଟର ସ୍ଥିତ ବିକ୍ରମ ପୋଷ୍ଟ ଉପରକୁ ଗୁଳି ମାଡ଼ କରିଥିଲେ।
ଗତ ୨୦୨୧ ଫେବୃଆରୀ ମାସରେ ଭାରତ-ପାକିସ୍ତାନ ସେନା ମଧ୍ୟରେ ଅସ୍ତ୍ରବିରତି ପ୍ରସଙ୍ଗରେ ଏକ ବୁଝାମଣା (India Pakistan Ceasefire Agreement 2021) ହୋଇଥିଲା। ହେଲେ ଏହି ବୁଝମଣା ପରେ ଏହା ହେଉଛି ପ୍ରଥମ ପ୍ରମୁଖ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା (Ceasefire Violation by Pakistan)। ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଆହତ ହୋଇଥିବା ବିଏସଏଫ ଯବାନଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି। ଗତ ୧୭ ତାରିଖରେ ପାକ୍ ରେଞ୍ଜର୍ସ ପ୍ରଥମେ ବିଏସ୍ଏଫ୍ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାର ଜବାବ ଆର୍ନିଆ ସେକ୍ଟର ଠାରେ ସୀମା ସୁରକ୍ଷା ବଳ ପକ୍ଷରୁ ତତ୍କାଳ ଦିଆଯାଇଥିଲା। ୨୦୨୧ ଫେବୃଆରୀ ୨୫ ତାରିଖରେ ଭାରତ-ପାକିସ୍ତାନ ଏକ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରିଥିଲେ। ଯେଉଁଥିରେ ଜାମ୍ମୁ-କାଶ୍ମୀର ଏବଂ ଅନ୍ୟାନ୍ୟ ସେକ୍ଟର ସହ ନିୟନ୍ତ୍ରଣ ସୀମା ରେଖା ଠାରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ସମସ୍ତ ଚୁକ୍ତିନାମାକୁ କଡାକଡି ଭାବେ ପାଳନ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ।