Financial upgradation for postal workers: ଡାକ ସେବକଙ୍କ ପାଇଁ ଆସିଲା ଖୁସି ଖବର। ଡାକ ବିଭାଗରେ କାର୍ଯ୍ୟ କରୁଥିବା ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକଙ୍କୁ ମିଳିବ ଆର୍ଥିକ ସହାୟତା। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। GDS ଙ୍କର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆର୍ଥିକ ସହାୟତା ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ ପ୍ରଦାନ କରାଯିବ ଏହି ସହାୟତା ରାଶି


ଏହି ଯୋଜନା ଅଧୀନରେ ୧୨, ୨୪ ଓ ୩୬ ବର୍ଷ ଧରି ସେବା ଯୋଗାଉଥିବା ଡାକ କର୍ମଚାରୀଙ୍କୁ ପ୍ରତିବର୍ଷ ଯଥାକ୍ରମେ ୪,୩୨୦, ୫,୫୨୦ ଟଙ୍କା ଏବଂ ୭୨୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏହି ରାଶି ‘TRCA’ ଆକାରରେ ଦିଆଯାଇଥିବା ଏକଲକ୍ଷ ଟଙ୍କା ଦରମାଠାରୁ ଅଲଗା।


GDS ଙ୍କର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ 


କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଗ୍ରାମୀଣ ଡାକ ସେବକ ଗ୍ରାମାଞ୍ଚଳରେ ଡାକ ବ୍ୟବସ୍ଥାର ମେରୁଦଣ୍ଡ । ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ ଆମ ଦେଶର ସୁଦୂର ଅଞ୍ଚଳରେ ଆର୍ଥିକ ସେବା, ପାର୍ସଲ ବିତରଣ ଏବଂ ଅନ୍ୟାନ୍ୟ ସେବା ଯୋଗାଇଥାନ୍ତି । GDS ଙ୍କର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଥି ସହିତ ଗ୍ରାମୀଣ ଡାକ ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରୁ ୨.୫୬ ଲକ୍ଷରୁ ଅଧିକ GDS ଉପକୃତ ହେବେ ।


ସେବା ବିତରଣ ନେଟୱାର୍କରେ ପରିବର୍ତ୍ତନ ଆଣିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି


ଡାକ ନେଟୱାର୍କକୁ ସେବା ବିତରଣ ନେଟୱାର୍କରେ ପରିଣତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦେଶର ସମସ୍ତ ଡାକଘରକୁ ସରକାର ଡିଜିଟାଲକରଣ କରିଛନ୍ତି । ଯେଉଁଥିରେ ପାସପୋର୍ଟ ସେବା, ଆଧାର ସେବା ଏବଂ ଡାକ ରପ୍ତାନୀ ଭଳି ନୂତନ ସେବା ଆରମ୍ଭ ହୋଇଛି । ସେ ସୂଚନା ଦେଇଛନ୍ତି ଯେ ୧.୨୫ କୋଟିରୁ ଅଧିକ ନାଗରିକ ଡାକଘର ମାଧ୍ୟମରେ ପାସପୋର୍ଟ ପାଇଛନ୍ତି ଏବଂ ୧୦ କୋଟିରୁ ଅଧିକ ନାଗରିକ ଡାକଘର ମାଧ୍ୟମରେ ଆଧାର ସେବା ପାଇଛନ୍ତି ।


ଡାକ ନେଟୱାର୍କ ହ୍ରାସ ପାଇବାରେ ଲାଗିଛି 


କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଅନେକ ଦେଶରେ ଡାକ ନେଟୱାର୍କ ହ୍ରାସ ପାଉଛି, ସେତେବେଳେ ଭାରତ ସରକାର ୧୦,୪୮୦ ନୂତନ ଡାକଘର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସମସ୍ତ ଗାଁର ପାଞ୍ଚ କିଲୋମିଟର ମଧ୍ୟରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ସହଜ କରିଥାଏ ।  GDS ମଧ୍ୟ ଗ୍ରାମାଞ୍ଚଳରେ ଆଧାର ସେବା, DBT ଦେୟ ପ୍ରଦାନ କରିଥାଏ । ସେ କହିଛନ୍ତି ଯେ, ଦେଶର ବିଭିନ୍ନ ଡାକଘର ମାଧ୍ୟମରେ ପ୍ରାୟ ଚାରି କୋଟି ଡିବିଟି ହିତାଧିକାରୀଙ୍କୁ ୨୨,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଦେୟଗୁଡିକ ମଧ୍ୟରୁ ଅଧିକାଂଶ GDS ଦ୍ୱାରା କରାଯାଇଥାଏ । କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି , ଗ୍ରାମୀଣ ଡାକ ସେବକ ଗ୍ରାମାଞ୍ଚଳରେ ୧.୭ କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି ଖାତା ଖୋଲିଛନ୍ତି।


Also Read- ହଷ୍ଟେଲରେ ମିଳିବ ମାଣ୍ଡିଆ ଲଡୁ


Also Read- Weather Forecast: ପାଣିପାଗ ବିଭାଗର ସତର୍କବାଣୀ, ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା !