ହଷ୍ଟେଲରେ ମିଳିବ ମାଣ୍ଡିଆ ଲଡୁ
Advertisement
Article Detail0/zeeodisha/odisha2160155

ହଷ୍ଟେଲରେ ମିଳିବ ମାଣ୍ଡିଆ ଲଡୁ

ଅତିଥିମାନେ ଦୁଇଜଣ ଛାତ୍ର ଛାତ୍ରୀଙ୍କୁ ମାଣ୍ଡିଆ ଲଡୁ ଖୁଆଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଅତିଥିମାନଙ୍କର ପରିଚୟ ଦେବା ସହ ସେମାନଙ୍କୁ ସ୍ୱାଗତ କରିଥିଲେ । 

ହଷ୍ଟେଲରେ ମିଳିବ ମାଣ୍ଡିଆ ଲଡୁ

ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥର ଜିଲା ୪୧୨ ତଫସିଲ ଭୁକ୍ତ ଜାତି ଏବଂ ଜନଜାତି ବିକାଶ ବିଭାଗ ଅଧିନରେ ଥିବା ରହୁଥିବା ହଷ୍ଟେଲମାନଙ୍କରେ ରହୁଥିବା ୪୬,୬୬୬ ଜଣ ପିଲାଙ୍କୁ ଦୌନିକ ଗୋଟିଏ କରି ମାଣ୍ଡିଆ ଲଡୁ ସପ୍ତାହକ ସାତ ଦିନ ଧରି ଖାଇବାକୁ ମିଳିବ । ଏହା କୁପୋଷଣ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏହି କ୍ରମରେ ଜିଲ୍ଲାର ସଂସ୍କୃତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ୩୫୦ ଜଣ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲୀ, ଆଇଏଏସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତି ପ୍ରଧାନ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ପ୍ରଧାନ ଯୋଗ ଦେଇଥିଲେ ।

ଡ. ଗାଭାଲୀ କହିଥିଲେ ଯେ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ଏହି ଅଭିନବ ପଦକ୍ଷେପ ନିଆଯାଇଛି ଯାହା ଓଡ଼ିଶା ମିଲେଟ୍ ମିଶନ ଦ୍ୱାରା କାର୍ଯ୍ୟାନ୍ୱୟନ ହେବ । ଏହି କାର୍ଯ୍ୟକ୍ରମ ଯୋଗୁଁ ପିଲାମାନଙ୍କ ମଧ୍ୟରେ ଅପପୁଷ୍ଟି ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହା ପରବର୍ତୀ ସମୟରେ ମଧ୍ୟାହ୍ନ ଭୋଜନରେ ଏବଂ ଭିନ୍ନକ୍ଷମମାନେ ପଢୁଥିବା ବିଦ୍ୟାଳୟରେ କାର୍ଯ୍ୟକାରୀ କରାହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତି ପ୍ରଧାନ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ପ୍ରଂଶସା କରି କହିଥିଲେ ଯେ, ମିଲେଟ୍ ମିଶନର ଉଦ୍ୟମ ପ୍ରଶଂସନୀୟ କାରଣ ଏହା ଅନେକ ମହିଳାଙ୍କୁ ରୋଜଗାର ଦେବା ସହ ସେମାନଙ୍କୁ ଉଦ୍ୟୋଗୀ କରିବାରେ ସହାୟତା କରିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ ନିଜର ଅଭିଭାଷଣ ଦେଇ କହିଥିଲେ ଯେ, ମାଣ୍ଡିଆ ଆମର ପ୍ରାଚୀନ ଖାଦ୍ୟ ମଧ୍ୟରୁ ଅନ୍ୟତମ ଥିଲା । କିନ୍ତୁ ସମୟକ୍ରମେ ଏହା ନିଜର ମାନ୍ୟତା ହରାଇଥିଲା । ତେବେ ଏହା ପୁଣି ଆଦର ଫେରି ପାଉଛି ଏବଂ ପୁଷ୍ଟି ବୃଦ୍ଧି କ୍ଷେତ୍ରରେ ଏହାର ଅବଦାନକୁ ଲୋକ ଚିହ୍ନିବା ଆରମ୍ଭ କଲେଣି । 

ଏହି ଅବସରରେ ଅତିଥିମାନେ ଦୁଇଜଣ ଛାତ୍ର ଛାତ୍ରୀଙ୍କୁ ମାଣ୍ଡିଆ ଲଡୁ ଖୁଆଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଅତିଥିମାନଙ୍କର ପରିଚୟ ଦେବା ସହ ସେମାନଙ୍କୁ ସ୍ୱାଗତ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ, ଗୋଟିଏ ମାଣ୍ଡିଆ ଲଡୁରେର ୯୩.୪ କିଲୋକ୍ୟାଲୋରୀ ଶକ୍ତି ଥିବାବେଳେ ଏହା ଅପପୁଷ୍ଟି ରୋକିବାରେ ସହାୟକ ହୋଇଥାଏ ବୋଲି ସୂଚନା ମିଳିଛି ।

Also Read- Weather Forecast: ପାଣିପାଗ ବିଭାଗର ସତର୍କବାଣୀ, ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା !

Also Read- ନକ୍ସଲ କ୍ୟାମ୍ପରେ ଯବାନଙ୍କ ଚଢାଉ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ