Chaitra Navratri 2023: ଚୈତ୍ର ନବରାତ୍ରୀରେ ଘଟିବ ଏହି ମହାସଂଯୋଗ, ଜାଣନ୍ତୁ ପୂଜା ଓ ଘଟସ୍ଥାପନର ସମୟ
Chaitra Navratri 2023: ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀର (Chaitra Navratri 2023)ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ହିନ୍ଦୁ ଧର୍ମରେ ମାଆ ଦୁର୍ଗାଙ୍କ ନବରାତ୍ରୀର(Chaitra Navratri) ବିଶେଷ ମହତ୍ୱ (significance of Chaitra Navratri)ବେଶ ଅଧିକ ରହିଛି । ବର୍ଷକୁ ମାଆଙ୍କ ନବରାତ୍ରୀ ୪ଥର ପାଳନ କରାଯାଏ । ୨ଥର ଗୁପ୍ତ ନବରାତ୍ରୀ ପାଳନ ହେଉଥିବା ବେଳେ ୩ୟ ଥର ଚୈତ୍ର ନବରାତ୍ରୀ ଏବଂ ୪ର୍ଥ ଥର ଶାରଦୀୟ ନବରାତ୍ରୀ ରୂପେ ପାଳନ ହୋଇଥାଏ ।
Chaitra Navratri 2023: ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀର (Chaitra Navratri 2023)ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ହିନ୍ଦୁ ଧର୍ମରେ ମାଆ ଦୁର୍ଗାଙ୍କ ନବରାତ୍ରୀର(Chaitra Navratri) ବିଶେଷ ମହତ୍ୱ (significance of Chaitra Navratri)ବେଶ ଅଧିକ ରହିଛି । ବର୍ଷକୁ ମାଆଙ୍କ ନବରାତ୍ରୀ ୪ଥର ପାଳନ କରାଯାଏ । ୨ଥର ଗୁପ୍ତ ନବରାତ୍ରୀ ପାଳନ ହେଉଥିବା ବେଳେ ୩ୟ ଥର ଚୈତ୍ର ନବରାତ୍ରୀ ଏବଂ ୪ର୍ଥ ଥର ଶାରଦୀୟ ନବରାତ୍ରୀ ରୂପେ ପାଳନ ହୋଇଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଚୈତ୍ର ନବରାତ୍ରୀ (Chaitra Navratri) ୨୨ ମାର୍ଚ୍ଚ ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ଶେଷ ହେବ । ତେବେ, ଆସନ୍ତୁ ଜାଣିବା, ଚୈତ୍ର ନବରାତ୍ରର ପ୍ରଥମ ଦିନ କେଉଁ ସମୟରେ ପୂଜା ପାଇଁ ଶୁଭ ସମୟ ରହିଛି । ପ୍ରଥମ ଦିନ ବ୍ରତଧାରୀମାନେ ମାଆ ଦୁର୍ଗାଙ୍କୁ କେଉଁ ସମୟରେ ପୂଜା କରିପାରିବେ। ନବରାତ୍ରର ଏ-ହି ନଅ ଦିନରେ ମାଆ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ ।
ଜାଣନ୍ତୁ ପୂଜା ଓ ଘଟସ୍ଥାପନର ସମୟ: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ,(Chaitra) ଚୈତ୍ର ମାସ ଶୁକ୍ଲପକ୍ଷ, ୨୧ ତାରିଖ ସକାଳ ୧୦ଟା ୨ ମିନିଟରୁ ପୂଜା ପାଇଁ ଶୁଭ ସମୟ ଆରମ୍ଭ ହେଉଛି । ଏବଂ ମାର୍ଚ୍ଚ ୨୨, ରାତି ୮ଟା ୨୦ରେ ପୂଜା ପାଇଁ ଶୁଭ ସମୟ ଶେଷ ହେଉଛି । ଏହି ଅବସରରେ ମାର୍ଚ୍ଚ ୨୨ ତାରିଖ ଦିନ ଘାଟସ୍ଥାପନା କରାଯିବ। ଏହି ଦିନ ବ୍ରତଧାରୀମାନେ,ସକାଳ ୬ଟା ୨୯ରୁ ୭ଟା ୩୯ ମିନିଟ୍ ପର୍ଯ୍ୟନ୍ତ ଘଟ ସ୍ଥାପନା କରିପାରିବେ। ବିଶ୍ୱାସ କରାଯାଏ ଯେ, ଏକ ଶୁଭ ସମୟରେ ଘାଟସ୍ଥାପନା କରି ପୂଜା କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ।
Also Read : HBD Aamir Khan: ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ "MR PERFECT", ଜାଣନ୍ତୁ ଏହା ପଛର ବଡ଼ କାରଣ
Also Read : H3N2 Virus: ରାଜ୍ୟରେ ଚିନ୍ତା ବଢାଇଲାଣି ଏନଫ୍ଲୁଏଞ୍ଜା, 'ମନଇଚ୍ଛା ଆଣ୍ଟି ବାୟୋଟିକ୍ ଖାଇଲେ ବିପଦ'
ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ପୂଜାପାଠ ପାଇଁ ଅତ୍ୟନ୍ତ ଶୁଭଦିନ ନବରାତ୍ରର ପ୍ରଥମ ଦିନ । ଚୈତ୍ର ନବରାତ୍ରୀରେ ଏହି ମହାସଂଯୋଗ ପ୍ରଥମ ଥର ପାଇଁ ପଡୁଛି । ଏହି ଦିନ ଶୁକ୍ଲା ଯୋଗ ଏବଂ ବ୍ରହ୍ମ ଯୋଗ ଗଠନ କରାଯାଉଛି। ବ୍ରହ୍ମା ଯୋଗ ମାର୍ଚ୍ଚ ୨୨ ସକାଳ ୯ଟା ୧୮ ରୁ ମାର୍ଚ୍ଚ ୨୩ ରେ ୬ଟା ୧୬ ପର୍ଯ୍ୟନ୍ତ ରହିଛି । ଏବଂ ଶୁକ୍ଲା ଯୋଗ ମାର୍ଚ୍ଚ ୨୧, ସକାଳ ୧୨ଟା ୪୨ ରୁ ପରଦିନ ସକାଳ ୯ଟା ୧୮ ପର୍ଯ୍ୟନ୍ତ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଶୁଭ ସମୟରେ ପୂଜାକଲେ ବ୍ରତଧାରୀଙ୍କ ମାନସିକ ପୁରଣ ହେବା ସହ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ଘାଟସ୍ଥାପନା ପାଇଁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ୍ ଏବଂ କଳସ କେବଳ ଉତ୍ତର-ପୂର୍ବ କୋଣରେ ସ୍ଥାପନା ହେବା ହେବା ଉଚିତ୍।