Aamir Khan Birthday Special: ବଲିଉଡ଼ (bollywood)ସୁପରଷ୍ଟାର ଆମୀର ଖାନ୍ (Aamir Khan)। ହିନ୍ଦୀ ସିନେମାରେ ତାଙ୍କର ଅବଦାନ ବେଶ ଅତୁଳନୀୟ । ସେ ମାତ୍ର ୮ ବର୍ଷ ବୟସରେ ଶିଶୁ ଅଭିନେତା ଭାବରେ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ, ସେତେବେଳେ କେହି ଭାବି ନଥିଲେ ଯେ, ଏହି ଶିଶୁ ଦିନେ ବଲିଉଡରେ (bollywood) ରାଜ୍ କରିବ । ତେବେ, ଅଭିନେତା ଆମୀର ଖାନଙ୍କ ଆଜି ଜନ୍ମଦିନ(Aamir Khan Birthday) । ସେ ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି ।
Trending Photos
Aamir Khan Birthday Special: ବଲିଉଡ଼ (bollywood)ସୁପରଷ୍ଟାର ଆମୀର ଖାନ୍ (Aamir Khan)। ହିନ୍ଦୀ ସିନେମାରେ ତାଙ୍କର ଅବଦାନ ବେଶ ଅତୁଳନୀୟ । ସେ ମାତ୍ର ୮ ବର୍ଷ ବୟସରେ ଶିଶୁ ଅଭିନେତା ଭାବରେ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ, ସେତେବେଳେ କେହି ଭାବି ନଥିଲେ ଯେ, ଏହି ଶିଶୁ ଦିନେ ବଲିଉଡରେ (bollywood) ରାଜ୍ କରିବ । ତେବେ, ଅଭିନେତା ଆମୀର ଖାନଙ୍କ ଆଜି ଜନ୍ମଦିନ(Aamir Khan Birthday) । ସେ ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି । ଆମୀରଙ୍କୁ ନେଇ ଏଭଳି କିଛି ଅଜଣା କଥା ରହିଛି । ଯାହା ତାଙ୍କ ଫ୍ୟାନ୍ସ ବୋଧେ ଜାଣି ନଥିବେ । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ସେ ବିଷୟରେ କିଛି ରୋଚକ କଥା ଜାଣିବା ।
ଆମୀର ଖାନ୍ ଗାଧୋଇବାକୁ ଭଲ ପାଆନ୍ତି ନାହିଁ : ଆମୀର ଖାନଙ୍କୁ ବଲିଉଡର "MR PERFECT" ମଷ୍ଟର ପରଫେକ୍ଟ ବୋଲି କୁହାଯାଏ, କିନ୍ତୁ ବ୍ୟକ୍ତିଗତ ଜୀବନରେ ଆମୀର ଆଦୌ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ଥରେ କରଣଙ୍କ ସୋ "କଫି ଓ୍ବିଥ୍ କରନ୍" ରେ ଏହା ପ୍ରକାଶ କରିଥିଲେ। କିରଣ କହିଥିଲେ ଯେ, ଆମୀର ପାଣିକୁ ଦେଖିଲେ ଚିଡନ୍ତି । ଏବଂ ଗାଧୋଇବାକୁ ପସନ୍ଦ କରନ୍ତ ନାହିଁ । ବହୁତ କମ୍ ସେ ଗାଧାନ୍ତି । ୧୯୯୮ ରେ ମୁକ୍ତିଲାଭ କରିଥିଲା ଆମୀରଙ୍କ ଅଭିନୀତ ଫିଲ୍ମ "ଗୁଲାମ"। ଏହି ଫିଲ୍ମରେ ଆମୀର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ, ଏହି ଫିଲ୍ମରେ ଏକ ଫାଇଟିଙ୍ଗ ସିନ୍ ପାଇଁ ଆମୀର ୧୨ ଦିନ ପର୍ଯ୍ୟନ୍ତ ଗାଧୋଇ ନଥିଲେ ।
Also Read : Vastu Tips for Marriage: ବିବାହରେ ହେଉଛି କି ବିଳମ୍ବ? ଆପଣାନ୍ତୁ ଏହି ସବୁ ଉପାୟ…
Also Read : Deepika Padukone: OSCARS 2023ରେ ଦୀପିକାଙ୍କ କିଲର ଲୁକ୍, ବାକ୍ଲ ଗାଉନରେ ଦେଖାଇଲେ ଗ୍ଲାମରସ୍ ଅନ୍ଦାଜ୍
ଆମୀର ଖାନ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଛନ୍ତି: ଆମୀର ଖାନଙ୍କ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି ଯେ, ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଛନ୍ତି | ଖିଲାଫତ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ (Maulana Abdul Kalam) ମୌଲାନା ଅବଦୁଲ କଲାମ । ଯିଏକି ଆଜାଦ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ। ତେବେ, ମୌଲାନା ଅବଦୁଲ କଲାମଙ୍କ ନାତି ହେଉଛନ୍ତି ଆମୀର ।
ଆମୀର ଜଣେ ଅଭିନେତା ହେବା ପୂର୍ବରୁ ଜାତୀୟ ସ୍ତରର ଟେନିସ୍ ଖେଳାଳି ଥିଲେ : ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଆମୀର ଖାନ୍ ଜଣେ ଅଭିନେତା ହେବା ପୂର୍ବରୁ ଜଣେ ଟେନିସ୍ ଖେଳାଳି ଥିଲେ । ସେ ଅନେକ ରାଜ୍ୟ ସ୍ତରୀୟ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ ଏବଂ ଚାମ୍ପିୟନ ମଧ୍ୟ ହୋଇଥିଲେ। ତାଙ୍କ ପିତା ତାହିର ହୁସେନ୍ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଆମୀର ଖାନ ମଧ୍ୟ ଜାତୀୟ ସ୍ତରରେ ଟେନିସ ଖେଳିଛନ୍ତି।
ସଲମାନ ଖାନଙ୍କ ଉପରେ ଏହି କାରଣରୁ ରାଗିଥିଲେ ଆମୀର : ଖବର ଅନୁଯାୟୀ ଯେତେବେଳେ ଆମୀର ଖାନ୍ ଫିଲ୍ମ 'ଆନ୍ଦାଜ୍ ଆପ୍ନା ଆପ୍ନା'(Andaz Apna Apna) ପାଇଁ ସଲମାନଙ୍କ ସହ ସୁଟିଂ କରୁଥିଲେ, ସେତେବେଳେ ସେ ସଲମାନ ଖାନଙ୍କ ଉପରେ ରାଗି ଯାଇଥିଲେ। ଏହି ଫିଲ୍ମର ସୁଟିଂ ସେଟରେ ବିଳମ୍ବରେ ପହଞ୍ଚିଥିଲେ ସଲମାନ । ଯାହାକୁ ନେଇ ରାଗି ଯାଇଥିଲେ ମିଷ୍ଟପ ପରଫେକ୍ଟ । କାହିଁକିନା ଆମୀର ବହୁତ ସମୟାନୁବର୍ତ୍ତୀ ।
ଫିଲ୍ମ 'ପିକେ' ପାଇଁ ୧୦୦ ଖଣ୍ତ ପାନ ଖାଇଥିଲେ ଆମୀର : ଆମୀର ଖାନଙ୍କ ଅଭିନୀତ ଫିଲ୍ମ 'ପିକେ' ପାଇଁ କିଛି ଖାସ୍ କାମ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଏହି ଫିଲ୍ମରେ ପ୍ରାୟ ୧୦୦ରୁ ଅଧିକ ପାନ ଖାଇଥିଲେ। ଏହି ଫିଲ୍ମରେ ଆମୀରଙ୍କ ସହ ନଜର ଆସିଥିଲେ ଅନୁଷ୍କା ଶର୍ମା ।
ଫିଲ୍ମ 'ଦଙ୍ଗଲ' ପାଇଁ ୯୭ କିଲୋ ଓଜନ ବଢାଇଥିଲେ ଆମୀର: ଆମୀରଙ୍କ ଅଭିନୀତ ଫିଲ୍ମ 'ଦଙ୍ଗଲ' ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହି ଫିଲ୍ମ ୨୦୧୬ରେ ମୁକ୍ତିଲାଭ କରିଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ,ଏହି ଫିଲ୍ମ ପାଇଁ ଆମୀର ନିଜ ଶରୀରର ଓଜନ ୯୭ କିଲୋ ବଢାଇଥିଲେ । 'ଦଙ୍ଗଲ'ରେ ଆମୀରଙ୍କ ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଚଳଚ୍ଚିତ୍ରରେ ଆମୀର ଜଣେ ପିତା ଭାବରେ ନଜର ଆସିଥିଲେ। ତେବେ, ଏହି ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଥିଲା।