Corona Vaccination: କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବୁଷ୍ଟରଡୋଜ ନେଉଥିବା ଲୋକଙ୍କୁ ଚଣ୍ଡିଗଡ଼ ସହରର ଜଣେ ବିକ୍ରେତା ଏକ ଜବରଦସ୍ତ ଅଫର ଦେବାକୁ ଘୋଷଣା କରିଛନ୍ତି। ବୁଷ୍ଟରଡୋଜ ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟୁରେ ପ୍ରଦାନ କରୁଛନ୍ତି ୪୫ ବର୍ଷୀୟ ସଞ୍ଜୟ ରାଣା ନାମକ ଜଣେ ବିକ୍ରେତା। ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁର ପ୍ରଶଂସା କରିଥିଲେ। କୋରୋନା ଟିକାର ତୃତୀୟ ଡୋଜ ନେବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେ ଏହି ଉପହାର ପ୍ରଦାନ କରୁଛନ୍ତି। ବର୍ଷେ ପୂର୍ବେରୁ ସେ ଲୋକଙ୍କୁ ମାଗଣା ଛୋଲେ ଭଟୁରେ ଖୁଆଇଥିଲେ। ଯେଉଁମାନେ ପ୍ରଥମ ଡୋଜ କୋରୋନା ଟିକା ନେବାର ପ୍ରମାଣ ଦେଖାଇଥିଲେ।


COMMERCIAL BREAK
SCROLL TO CONTINUE READING

ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଚଣ୍ଡିଗଡ଼ ସହରର ବିକ୍ରେତା ସଞ୍ଜୟ ରାଣାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ମାଗଣାରେ ସଞ୍ଜୟ ରାଣାଙ୍କ ଛୋଲେ ଭଟୁରେ (Chole Bhature) ସ୍ୱାଦ ପାଇବାକୁ ହେଲେ ଆପଣ କୋରୋନା ଟିକା ନେଇଥିବାର (Corona Vaccination) ପ୍ରମାଣ ଦେଖାଇବାକୁ ହେବ। ଆପଣ ତାଙ୍କୁ ମୋବାଇଲ ମାଧ୍ୟମରେ ଟିକାକରଣ ପ୍ରମାଣ ଦେଖାଇବା ମାତ୍ରେ ସେ ତୁରନ୍ତ ଆପଣକୁ ଏକ ସୁସ୍ବାଦୁ ଛୋଲେ ଭଟୁରେ ପ୍ରଦାନ କରିବେ।


ପ୍ରଧାନମନ୍ତ୍ରୀ ମୋଦି ସଞ୍ଜୟ ରାଣାଙ୍କ ଏହି ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସେବା ତଥା କର୍ତ୍ତବ୍ୟର ଭାବନା ଆବଶ୍ୟକ ବୋଲି କୁହାଯାଏ। ଆମ ଭାଇ ସଞ୍ଜୟ ରାଣା ଏହାକୁ ଠିକ୍ ପ୍ରମାଣିତ କରିଛନ୍ତି। ଚଣ୍ଡିଗଡ଼ ସହରରେ ଏକ ଠେଲା ସ୍ଥାପନ କରି ସାଇକେଲ ଯୋଗେ ଛୋଲେ ଭାଟୁରେ ବିକ୍ରି କରିଥାନ୍ତି। ସେ କହିଛନ୍ତି ଯେ ସେ ବିଗତ ୧୫ ବର୍ଷ ଧରି ଏହି ବ୍ୟବସାୟ କରୁଛନ୍ତି। ବୁଷ୍ଚରଡୋଜ ନେବାର ମନ୍ଥର ଗତିକୁ ନେଇ ଚିନ୍ତିତ ହୋଇଉଠିଥିବା ବ୍ୟବସାୟୀ ସଞ୍ଜୟ ରାଣା କହିଛନ୍ତି ମୁଁ ଛୋଲେ ଭଟୁରେ ମାଗଣାରେ ସେମାନଙ୍କୁ ଦେଉଛି ଯେଉଁମାନେ ସତର୍କତା ଅବଲମ୍ବନ କରିବା ପୂର୍ବକ ବୁଷ୍ଟରଡୋଜ ନେଉଥିବାର ପ୍ରମାଣ ଦେଖାଉଛନ୍ତି। 


ବ୍ୟବସାୟୀ ସଞ୍ଜୟଙ୍କ କହିବା କଥା ବୁଷ୍ଟର ଡୋଜ ନେବା ସମସ୍ତ ଯୋଗ୍ୟ ବ୍ୟକ୍ତି ଆଗକୁ ଆସିବା ଆବଶ୍ୟକ। କୋରୋନା ମହମାରୀର ରକ୍ଷା ପାଇବାକୁ ହେଲେ ବୁଷ୍ଟରଡୋଜ ନେବା ପାଇଁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ପୂର୍ବରୁ ଆମେ ଦେଶର ଅନେକ ସ୍ଥାନରେ କୋଭିଡ୧୯ ସଂକ୍ରମଣ ବଢୁଥିବା ଦେଖୁଛୁ | ପରିସ୍ଥିତି ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ଆମେ କାହିଁକି ଅପେକ୍ଷା କରିବା? ଗତ ବର୍ଷ ଅପ୍ରେଲ୍-ମେ ମାସରେ ଯେଉଁ ପରିସ୍ଥିତି ଉପୁଜିଥିଲା ସେଥିରୁ ଆମକୁ ଏକ ଶିକ୍ଷାଲାଭ କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଯେତେବେଳେ ମୋ କଥା ମନ କି ବାତ କାର୍ଯ୍ୟକ୍ରମରେ (PM Modis Mann Ki Baat Program) କହିଥିଲେ ତାହା ମୋ ପାଇଁ ଗର୍ବର ବିଷୟ।


Also Read: Covid19 Booster Dose: ବୁଷ୍ଟରଡୋଜ ନେଲେ ଦିଆଯିବ ଜବରଦସ୍ତ ଅଫର