୧୮+ ନେବେ Booster Dose; ଧାର୍ଯ୍ୟ ହେଲା ଦର!
Advertisement
Article Detail0/zeeodisha/odisha1146843

୧୮+ ନେବେ Booster Dose; ଧାର୍ଯ୍ୟ ହେଲା ଦର!

ବୁଷ୍ଟର୍ ଡୋଜ ଟିକାର ମୂଲ୍ୟ କ'ଣ ରହିବ ତାହା ଜଣାଇଛନ୍ତି ସିରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନୱାଲା। 

୧୮+ ନେବେ Booster Dose; ଧାର୍ଯ୍ୟ ହେଲା ଦର!

ନୂଆଦିଲ୍ଲୀ: ଚଳିତ ବର୍ଷ ୧୦ ଅପ୍ରେଲରୁ ଦେଶରେ ଆରମ୍ଭ ହେବେ ବୁଷ୍ଟର୍ ଡୋଜ୍ ଟିକାକରଣ। ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଘରୋଇ ଡାକ୍ତରଖାନାରେ ଏହି ଟିକା ପ୍ରଦାନ କରାଯିବ। ଲୋକେ ଯେକୌଣସି ଘରୋଇ ଚିକିତ୍ସାଳୟକୁ ଯାଇ ବୁଷ୍ଟରଡୋଜ ନେଇପାରିବେ। ବର୍ତ୍ତମାନ ଏହି ବୁଷ୍ଟର୍ ଡୋଜ ଟିକାର ମୂଲ୍ୟ ମଧ୍ୟ ପ୍ରକାଶ ପାଇଛି।

ବୁଷ୍ଟର୍ ଡୋଜ ଟିକାର ମୂଲ୍ୟ କ'ଣ ରହିବ ତାହା ଜଣାଇଛନ୍ତି ସିରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନୱାଲା। ଏନେଇ ସେ କହିଛନ୍ତି କୋଭିସିଲ୍ଡ ବୁଷ୍ଟର୍ ଡୋଜ (Covishield Booster Dose) ଟିକାର ମୂଲ୍ୟରେ ୬୦୦ ଟଙ୍କା ଟ୍ୟାକ୍ସ ରହିବ। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ଡୋଜ ନେଇପାରିବେ। ଯେ କୌଣସି ଚିକିତ୍ସାଳୟ ଯାଇ ବୁଷ୍ଟର ଡୋଜ ନେଇପାରିବେ  ୧୮ ବର୍ଷ କିମ୍ବା ଏହା ଠାରୁ ଅଧିକ ବୟସର ବ୍ୟକ୍ତି।  

ଦେଶରେ କୋରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇକୁ ମଜବୁତ କରିବା ପାଇଁ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର୍ ଡୋଜ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଷ୍ଟର୍ ଡୋଜ୍ ପ୍ରଦାନ କରିବାକୁ ନେଇ ଆରମ୍ଭ ହେବାକୁ ଯାଉଥିବା ଅଭିଯାନ ଅପ୍ରେଲ୍ ୧୦ ତାରିଖ ରବିବାର ଠାରୁ ଆରମ୍ଭ ହେବ।

୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯିଏ ଦ୍ୱିତୀୟ ଡୋଜ କୋରୋନା ଟିକା ନେବାକୁ ୯ ମାସ ବିତିଗଲାଣି ସେମାନେ ବୁଷ୍ଟର ଡୋଜ ନେଇପାରିବେ। ଦେଶର ୧୫+ ବୟସ ବର୍ଗର ପ୍ରାୟ ୯୬% ଲୋକଙ୍କୁ ଅତିକମରେ ଗୋଟିଏ କୋରୋନା ଟିକା ଦିଆଯାଇ ସାରିଥିବାବେଳେ ପ୍ରାୟ ୮୩% ବ୍ୟକ୍ତି ଉଭୟ ଡୋଜ ଟିକା ନେଇ ସାରିଛନ୍ତି। ଗତ ୬ ମାର୍ଚ୍ଚରୁ ଦେଶରେ ୧୨-୧୪ ବର୍ଷର ପିଲାଙ୍କ ଟୀକାକରଣ ଚାଲିଛି।  

Also Read: କୋରୋନା ଟିକା ପାଇଁ କାହିଁକି ବିଦେଶୀ କମ୍ପାନୀ ଆଗରେ ମୁଣ୍ଡ ନୁଆଁଇଲା ନାହିଁ ଭାରତ; ଜାଣନ୍ତୁ କାରଣ

କୋରୋନା ଟିକାକରଣକୁ (Vaccination) ନେଇ ମୋଦି ସରକାର (Modi Govt) ଏକ ବଡ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ୧୮ ବର୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକାର ବୋଷ୍ଟର ଡୋଜ ଦିଆଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Ministry of Health) କହିଛି ଯେ ଯେଉଁମାନଙ୍କର ୧୮ ବର୍ଷ ବୟସ ଏବଂ ଦ୍ୱିତୀୟ ଡୋଜ ଗ୍ରହଣ କରିବାର ୯ ମାସ ପୂରଣ କରିଛନ୍ତି, ସେମାନେ ନିଜ ଟିକାକରଣ କେନ୍ଦ୍ରକୁ ଯାଇ ବୁଷ୍ଟର ଡୋଜ ଲଗାଇ ପାରିବେ।

ଏହା ପୂର୍ବରୁ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସମେତ ୬୦ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଥିଲା। ଗତ ବର୍ଷ  ୧୬ ଜାନୁଆରୀରେ ସାରା ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହୋଇଥିଲା। ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟିକାକରଣ ଗତ ବର୍ଷ ୨ ଫେବୃଆରୀରୁ ଆରମ୍ଭ ହୋଇଥିଲା। ଦେଶବ୍ୟାପୀ କୋଭିଡ୧୯ ଟିକାକରଣ ଅଭିଯାନ ଅଧିନରେ ଏପର୍ଯ୍ୟନ୍ତ ୧୮୫.୩୮ କୋଟି ଡୋଜ ଦିଆଯାଇ ସାରିଛି।