Chandrayaan 3 Rover Update: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ISRO) ର ଚନ୍ଦ୍ରଯାନ-୩ ର ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣମେରୁରେ ଗତି କରୁଛି । ISRO ଶୁକ୍ରବାର ଦିନ (୨୫ ଅଗଷ୍ଟ) ରେ ଟ୍ୱିଟ୍ କରି (X) ରେ ଏହି ସୂଚନା ଦେଇଛି । ISRO ଲେଖିଛି ଯେ ରୋଭର ସଫଳତାର ସହିତ ପ୍ରାୟ ୮ ମିଟର ଦୂରତା ଅତିକ୍ରମ କରିଛି । ରୋଭର ପେଲୋଡ୍ LIBS ଓ APXS କାର୍ଯ୍ୟକ୍ଷମ । ପ୍ରୋପଲିସନ୍ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଓ ରୋଭର ଉପରେ ସମସ୍ତ ପେଲୋଡ୍ ନମିନାଲ ପ୍ରଦର୍ଶିତ କରୁଛି ।


COMMERCIAL BREAK
SCROLL TO CONTINUE READING

ରୋଭରର ବାହାରକୁ ଆସୁଥିବା ଭିଡିଓ ଭାଇରାଲ
ଏହାପୂର୍ବରୁ, ISRO ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରୁଥିବାର ଏକ ଭିଡିଓ ମଧ୍ୟ ଜାରି କରିଥିଲା, ଯାହା ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ହୋଇଥିଲା । ଇତିହାସ ସୃଷ୍ଟି କରି, ଭାରତର ଚନ୍ଦ୍ରଯାନ-୩ ମିଶନର ଲ୍ୟାଣ୍ଡର୍ ମଡ୍ୟୁଲ୍ ବୁଧବାର (୨୩ ଅଗଷ୍ଟ) ରେ ଚନ୍ଦ୍ରର ଦକ୍ଷିଣମେରୁ ଉପରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ​।



ଲ୍ୟାଣ୍ଡିଂ କରିବାର କିଛି ଘଣ୍ଟା ପରେ ବାହାରକୁ ଆସିଥିଲା ରୋଭର 
ଲ୍ୟାଣ୍ଡିଂ କରିବାର କିଛି ଘଣ୍ଟା ପରେ ରୋଭର ବିକ୍ରମ ଲ୍ୟାଣ୍ଡରୁ ବାହାରକୁ ଆସିଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବାହାରୁଥିବା ରୋଭରର ଭିଡିଓ ସେୟାର କରି ISRO ଲେଖିଛି, " ଏହା ସହିତ ଚନ୍ଦ୍ରଯାନ-୩ ର ରୋଭର, ଲ୍ୟାଣ୍ଡରକୁ ଛାଡି ଚନ୍ଦ୍ର ପୃଷ୍ଠରେ ଚାଲିଲା ।