Snake in Amit Shah residence, ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାକର୍ମୀଙ୍କୁ ନାକେଦମ ହେବାକୁ ପଡିଛି। ଗୃହମନ୍ତ୍ରୀଙ୍କ ସରକାରୀ ବାସଭବନରେ ହଠାତ ଅନିମନ୍ତ୍ରୀତ ଅତିଥି ପଶି ଆସିଥିଲା। ଆଉ ତାକୁ ବାହାର କରିବାକୁ ସୁରକ୍ଷାକର୍ମୀଙ୍କୁ ବହୁତ ସଙ୍ଘର୍ଷ କରିବାକୁ ପଡିଥିଲା। ଶେଷରେ Wildlife SOSକୁ କରି ତାକୁ ସୁରକ୍ଷତି ଭାବେ ଉଦ୍ଧାର କରାଯାଇଥିଲା। ତେବେ ଅମିତ ଶାହାଙ୍କ ସେହି ଅନିମନ୍ତ୍ରୀତ ଅତିଥି ଆଉ କିଏ ନୁହଁ, ସେ ହେଉଛି ଏକ ବିଶାଳ ପାଣି ସାପ ବା ଧଣ୍ଡ ସାପ। 


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ ଅନୁସାର, ଗୁରୁବାର ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ପରିସରରେ ଏକ ବିଶାଳ ଧଣ୍ଡ ସାପ ଠାବ ହୋଇଥିଲା। ଏହି ଅଣବିଷଧର ସାପଟିର ଲମ୍ବ ପ୍ରାୟ ୫ ଫୁଟ ହେବ। ସାପ ଗାର୍ଡ ରୁମ ପାଖରେ ଥିଲା। ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ପ୍ରଥମେ ସାପଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାପଟି କାଠର ଢାଞ୍ଚା ମଧ୍ୟରେ ଫସି ଯାଇଥିଲା। ଅନେକ ସମୟ ଯାଏଁ ସଙ୍ଘର୍ଷ କରିବା ପରେ ମଧ୍ୟ ସେମାନେ ସଫଳ ହୋଇନଥିଲେ। ଆଉ ନାକେଦମ ହେବା ପରେ ସୁରକ୍ଷାକର୍ମୀମାନେ ତୁରନ୍ତ Wildlife SOSର 24x7 ହେଲ୍ପଲାଇନ ନମ୍ବର 9871963535କୁ କଲ କରି ଖବର ଦେଇଥିଲେ।


Also Read: ପଞ୍ଜାବରେ ଚାଞ୍ଚଲ୍ୟ: ହସ୍ପିଟାଲ ଛାତରୁ ୨୦୦ ଗଳିତ ମୃତଦେହ ଉଦ୍ଧାର, ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ


କେନ୍ଦ୍ର ସଗୃହମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ ଠାରୁ ଖବର ପାଇଁ Wildlife SOSର ଦୁଇ ଜଣ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ସେମାନେ ଧଣ୍ଡଟିକୁ ସୁରକ୍ଷିତ ଉଦ୍ଧାର କରି ନିଜ ସାଥିରେ ନେଇ ଯାଇଥିଲେ। Wildlife SOSର ସହ-ପ୍ରତିଷ୍ଠାତା ତଥା ସିଇଓ କାର୍ତ୍ତିକ ସତ୍ୟନାରାୟଣ କହିଛନ୍ତି "ଜରୁରୀକାଳୀନ ପରିସ୍ଥିତି ପାଇଁ Wildlife SOSକୁ ସୂଚନା ଦେଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବାସଭବନରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ଠାରେ ଆମେ କୃତଜ୍ଞ। ଏହା ସେହି ନିରୀହ ଜୀବଙ୍କ ପ୍ରତି କରୁଣା ପ୍ରଦର୍ଶନ କରେ ଏବଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରେ। କାରଣ ଲୋକମାନେ ବନ୍ୟଜନ୍ତୁଙ୍କୁ ଶତ୍ରୁ ଭାବେ ଦେଖୁଛନ୍ତି। ଏପରିକି ସେମାନଙ୍କୁ ନିର୍ମମ ଭାବେ ହତ୍ୟା ମଧ୍ୟ କରାଯାଉଛି। କିନ୍ତୁ ସୁରକ୍ଷାକର୍ମୀଙ୍କ ପାଇଁ ସାପଟିର ଜୀବନ ବଞ୍ଚିଯାଇଛି।"


ସୂଚନାଯୋଗ୍ୟ, ମୁଖ୍ୟତଃ ହ୍ରଦ, ନଦୀ, ପୋଖରୀ, ଏବଂ ଡ୍ରେନ୍, ଚାଷ ଜମି ଏବଂ କୂଅ ପରି ଜଳାଶୟରେ ଧଣ୍ଡ ସାପ ଦେଖିବାକୁ ମିଳେ। ସେମାନେ ବେଙ୍ଗ, ମାଛ ଓ ଛୋଟ ଛୋଟ କୀଟ ପତଙ୍ଗ ଖାଇ ବଞ୍ଚନ୍ତି। ୧୯୭୨ ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମର ଅନୁସୂଚୀ ଦୁଇ ଅଧିନରେ ଏହି ପ୍ରଜାତିର ଶରୀସୃପକୁ ସଂରକ୍ଷଣ କରାଯାଉଛି। ବର୍ଷା ସମୟରେ ଧଣ୍ଡ ସାପ ଅଧିକ ଦେଖିବାକୁ ମିଳନ୍ତି। ନିକଟରେ ଦିଲ୍ଲୀରେ ବର୍ଷା ହୋଇଥିବାରୁ ସାପ ଗୁଡିକ ସେମାନଙ୍କ ବାସସ୍ଥାନରୁ ବାହାରକୁ ଚାଲିଆସିଛନ୍ତି। ତେବେ ଧଣ୍ଡ ଏକ ବିଷହୀନ ସାପ ହୋଇଥିବାରୁ ମଣିଷ ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି Wildlife SOS ସଦସ୍ୟ କହିଛନ୍ତି।