Bullet Train Project in India: ଆସନ୍ତା ୨୦୨୬ ବର୍ଷରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ କରିବା ନେଇ ଆଶା କରାଯାଉଛି। ଏହା ସହିତ ଆଗାମୀ ଦିନରେ ଅହମ୍ମଦାବାଦ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯୋଜନା ରହିଛି। ଏହା ପରେ ଉଭୟ ସହର ମଧ୍ୟରେ ୧୨  ଘଣ୍ଟାର ଦୂରତା ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ। ଏହା ସହିତ "ଇକୋନୋମିକ୍ ଟାଇମ୍ସ" ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ବୁଲେଟ୍ ଟ୍ରେନ୍ ନିର୍ମାଣ ଆରମ୍ଭ ହୋଇଯାଇଛି। ଯିଏ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଯାତ୍ରା କରିବାକୁ ସକ୍ଷମ। 


COMMERCIAL BREAK
SCROLL TO CONTINUE READING

ଆଇସିଏଫ୍ ଠାରେ ପ୍ରସ୍ତୁତ ହେଉଛି ବୁଲେଟ୍ ଟ୍ରେନ୍ ଡିଜାଇନ୍ 
ବୁଲେଟ୍ ଟ୍ରେନ୍ (Bullet Train India), ବନ୍ଦେ ଭାରତ (Vande Bharat Express) ପ୍ଲାଟଫର୍ମ ଆଧାରରେ ବିକଶିତ ହେଉଛି। ଯିଏ ୨୨୦ କିଲୋମିଟର ବେଗରେ ଯାତ୍ରା କରିବାକୁ ସକ୍ଷମ। ଆଗାମୀ ସମୟରେ ଏହି ଟ୍ରେନ୍ ବର୍ତ୍ତମାନ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ହେଉଥିବା ଟ୍ରେନ ବେଗକୁ ଅତିକ୍ରମ କରିଯିବ। ଚେନ୍ନାଇ (Chennai) ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (Integral Coach Factory) ଆଇସିଏଫ୍ (Chennai ICF) ଦ୍ୱାରା ବୁଲେଟ୍ ଟ୍ରେନ୍ କୋଚ୍ ଡିଜାଇନ୍ (Bullet Train Coach Design) କରାଯାଉଛି। ଏହି କାର୍ଯ୍ୟରେ ଘରୋଇ ଜ୍ଞାନକୌଶଳ ଏବଂ ନିର୍ମାଣ ସାମିଲ କରାଯିବ। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପୀଡ୍ ରେଳ ପ୍ରକଳ୍ପ (Mumbai-Ahmedabad High Speed Rail Project) ପାଇଁ ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍ସି (Japan International Cooperation Agency) ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଏବଂ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିଛି।


ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ କରିବ ଯାତ୍ରା 
ବୁଲେଟ୍ ଟ୍ରେନ ନିର୍ମାଣରେ ଜାପାନୀ ଜ୍ଞାନକୌଶଳ (Japan Technology Bullet Train Construction) ବ୍ୟବହାର କରାଯିବ। ଅହମ୍ମଦାବାଦ ଠାରୁ ମୁମ୍ବାଇ ମାର୍ଗ ପାଇଁ ଶିଙ୍କାନସେନ୍ ଇ୫ ସିରିଜ୍ ବୁଲେଟ ଟ୍ରେନ (E5 Series Shinkansen Bullet Train for India) ଅଣାଯିବ। ଯିଏ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ଯାତ୍ରା କରିବାକୁ ସକ୍ଷମ। ଭାରତୀୟ ରେଳବାଇ ମଧ୍ୟ ଏହାର ଗତି ବୃଦ୍ଧି କରିବା ଉପରେ ଧ୍ୟାନ ଦେଇଛି। ପ୍ରସ୍ତାବିତ ବନ୍ଦେ ଭାରତ ଏକ୍ସପ୍ରେସ ବର୍ତ୍ତମାନର ବୁଲେଟ୍ ଟ୍ରେନ୍ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରିବ। ଦେଶରେ ନିର୍ମାଣ ହେବାକୁ ଯାଉଥିବା ବୁଲେଟ୍ ଟ୍ରେନ୍ ଉତ୍ତର, ଦକ୍ଷିଣ ଏବଂ ପୂର୍ବ କରିଡର ଠାରେ କାର୍ଯ୍ୟ କରିବ। ଏହି ଟ୍ରେନ ଲାଗି ଅଧିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ନିର୍ମାଣ ବ୍ୟବହାର କରାଯିବ। 


ଜାପାନ ଏଜେନ୍ସି ପକ୍ଷରୁ ଦିଆଯାଉଛି ସହାୟତା
ଏହି ପ୍ରକଳ୍ପ ଜାପାନ ସାହାଯ୍ୟରେ ବିକଶିତ ହୋଇଥିବା ପଶ୍ଚିମ କରିଡ଼ର ଭଳି ହେବ। ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପୀଡ୍ ରେଳ ପ୍ରକଳ୍ପ ପାଇଁ ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍ସି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ନ୍ୟାସନାଲ ହାଇ ସ୍ପୀଡ୍ ରେଳ ନିଗମ ଲିମିଟେଡ୍ (National High Speed Rail Corporation Limited) ଏନଏଚଏସଆରସିଏଲ (NHSRCL) ଏହାର କାର୍ଯ୍ୟ ସମାପ୍ତି ସମ୍ପର୍କରେ ତଦାରଖ କରୁଛି। ଏନଏଚଏସଆରସିଏଲ ଜାନୁଆରୀ ମାସରେ ୩୦୦ କିଲୋମିଟର ସ୍ତମ୍ଭ କାର୍ଯ୍ୟ ସମାପ୍ତ କରିବା ଏବଂ ସମଗ୍ର ୫୦୮ କିଲୋମିଟର ଜମି ଅଧିଗ୍ରହଣ ଶେଷ କରିବାକୁ ଘୋଷଣା କରିଛି।