Devraj Patel Road Accident: ଆର ପାରିରେ "ଦିଲ୍ ସେ ବୁରା ଲଗତା ହେଁ" ଫେମ ତଥା ପ୍ରସିଦ୍ଧ ୟୁଟ୍ୟୁବର ଦେବରାଜ ପଟେଲ। ନିଜର "ଦିଲ୍ ସେ ବୁରା ଲଗତା ହେଁ" ମୀମ୍ଲ ପାଇଁ ସୋସିଆଲ ମିଡ଼ିଆ ଦୁନିଆରେ ଚର୍ଚ୍ଚାରେ ରହିଥିଲେ ଏହି ଲୋକପ୍ରିୟ ୟୁଟ୍ୟୁବର ଜଣଙ୍କ। ତାଙ୍କ ମୃତ୍ୟୁରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଇ ଶୋକ ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଜୁନ ୨୬ ତାରିଖ ସୋମବାର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପ୍ରସିଦ୍ଧ ୟୁଟ୍ୟୁବର ଦେବରାଜ ପଟେଲ (YouTuber Devraj Patel)। ଏହି ଦୁର୍ଘଟଣା ଛତିଶଗଡ଼ (Chhattisgarh) ଲାଭାଣ୍ଡି ଅଞ୍ଚଳରେ ଘଟିଥିବାର ଜଣାପଡ଼ିଛି। ଏନେଇ ମିଳିଥିବା ଖବର ଅନୁଯାୟୀ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପଛ ପଟରୁ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। "ଦିଲ୍ ସେ ବୁରା ଲଗତା ହେଁ" ସଂଳାପ (dil se bura lagta hai dialogue) ପାଇଁ ଲୋକପ୍ରିୟ ୟୁଟ୍ୟୁବର ଦେବରାଜ ପଟେଲ ପ୍ରସିଦ୍ଧ ଥିଲେ। ଦେବରାଜ ପଟେଲ ଦେଶର ଅନ୍ୟତମ ପ୍ରସିଦ୍ଧ ୟୁଟ୍ୟୁବର ଭୁବନ୍ ବାମଙ୍କ ସହ "ଢିଣ୍ଡୋରା" ନାମକ ଏକ ୱେବସିରିଜ ରେ ମଧ୍ୟ କାମ କରିଥିଲେ। ଏହି ଦୁର୍ଘଟଣାରେ ଦେବରାଜ ପଟେଲଙ୍କ ଅନ୍ୟ ଜଣେ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ଯିଏ ଏବେ ଚିକିତ୍ସିତ ହେଉଛନ୍ତି।


ଶୋକ ପ୍ରକାଶ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଇ
ୟୁଟ୍ୟୁବର ଦେବରାଜ ପଟେଲ ଦୁର୍ଘଟଣାରେ (Devraj Patel Death News) ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିବା ପରେ ଛତିଶଗଡ଼ ରାଜଧାନୀ ରାୟପୁର (Raipur) ଠାରେ ଶୋକର ଛାୟା ଖେଳିଯାଇଛି। ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Chhattisgarh CM Bhupesh Baghel) ମଧ୍ୟ ଦେବରାଜ ପଟେଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏନେଇ ଟ୍ୱିଟ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଦିଲ୍ ସେ ବୁରା ଲଗତା ହେଁ" ସଂଳାପ ପାଇଁ କୋଟି କୋଟି ଲୋକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦେବରାଜ ପଟେଲ ଆଜି ଆମକୁ ଛାଡି ଚାଲି ଯାଇଛନ୍ତି। ଅଳ୍ପ ବୟସରେ ଏଭଳି ଜଣେ ଅଦ୍ଭୂତ ଆଶ୍ଚର୍ଯ୍ୟଜନକ ପ୍ରତିଭା ହରାଇବା ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ। ଭଗବାନ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ଏହି କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ। ଓମ୍ ଶାନ୍ତି। "


ଭିଡ଼ିଓ ବନାଇବା ପାଇଁ ରାଜଧାନୀ ରାୟପୁର ଆସିଥିଲେ
ଦେବରାଜ ପଟେଲ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆ ରେ ଏକ ଫଟୋ ପୋଷ୍ଟ (Devraj Patel Social Media Post) କରିଥିଲେ। ଦେବରାଜ ପଟେଲ ମଧ୍ୟ ଏକ ସୋସିଆଲ ମିଡ଼ିଆ ରୀଲ (Devraj Patel  Social Media Reels) ତିଆରି କରି ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସହ ପୋଷ୍ଟ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆ ଦୁନିଆରେ ବହୁତ ଭାଇରାଲ ହୋଇଥିଲା। ଯେଉଁଥିରେ ଦେବରାଜ କହୁଛନ୍ତି ଯେ ଛତିଶଗଡରେ କେବଳ ଦୁଇ ଜଣ ଲୋକ ପ୍ରସିଦ୍ଧ। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ମୁଁ ଏବଂ ଅନ୍ୟ ଜଣେ ହେଉଛନ୍ତି ମୋର କାକା। ଦେବରାଜ ପଟେଲଙ୍କ ବୟସ ୨୧ ବର୍ଷ ବୋଲି କୁହାଯାଉଛି। କୁହାଯାଉଛି ଯେ ସେ ଭିଡ଼ିଓ ବନାଇବା ରାଜଧାନୀ ରାୟପୁର ଆସିଥିଲେ।


ସୋସିଆଲ ମିଡ଼ିଆ ଦୁନିଆରେ ବେଶ ଚର୍ଚ୍ଚିତ ଥିଲେ ୟୁଟ୍ୟୁବର ଦେବରାଜ ପଟେଲ
ମୂଳ ରୂପରେ ଛତିଶଗଡ ମହାସମୁନ୍ଦ ଅଞ୍ଚଳର ବାସିନ୍ଦା ହେଉଛନ୍ତି  ୟୁଟ୍ୟୁବର ଦେବରାଜ ପଟେଲ। ଯିଏ ସୋସିଆଲ ମିଡ଼ିଆ ଦୁନିଆରେ ଜଣେ ଚର୍ଚ୍ଚିତ ଚେହେରା (Devraj Patel Social Media Account)। ଇନଷ୍ଟାଗ୍ରାମ (Devraj Patel Instagram) ରେ ତାଙ୍କର ପ୍ରାୟ ୫୫ ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି। ଏହା ବ୍ୟତୀତ ଦେବରାଜ ପଟେଲ ଅଫିସିଆଲ୍ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ (Devraj Patel Official TouTube Chanel) ମଧ୍ୟ ରହିଛି। ଯେଉଁଥିରେ ତାଙ୍କର ୪ ଲକ୍ଷ ୩୮ ହଜାର ଗ୍ରାହକ ଅଛନ୍ତି। ଦେବରାଜ ପଟେଲ "ଢିଣ୍ଡୋରା" ୱେବ୍ ସିରିଜ୍ ଓଟିଟି ରେ ମଧ୍ୟ କାମ କରି ସାରିଛନ୍ତି।