ଭୁବନେଶ୍ୱର: ରାଜ୍ୟର ୬  ଜିଲ୍ଲା ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏହି ୬ ଉପଖଣ୍ଡ ହେଉଛି ବଣାଇ, ଆଠଗଡ଼, ପଦ୍ମପୁର, ଜୟପୁର, ତାଳଚେର ଏବଂ ରାଇରଙ୍ଗପୁର। ଏସବୁସ୍ଥାନରେ ଭାରତୀୟ ପ୍ରଶାସନିକ ଅଧିକାରୀ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତ ଦିଆଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। 


COMMERCIAL BREAK
SCROLL TO CONTINUE READING

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ବଣାଇର ନୂଆ ଉପଜିଲ୍ଲାପାଳ ହେବେ ୨୦୨୨ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଅକ୍ଷୟ ପିଲ୍ଲେ। ସେହି ବ୍ୟାଚର ପ୍ରହ୍ଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼, ଅରୁଗୁଲ୍ଲା ସ୍ନେହାଙ୍କୁ ପଦ୍ମପୁର, ଏ ଶସ୍ୟ ରେଡ୍ଡିଙ୍କୁ ଜୟପୁର, ସମୀର କୁମାର ଜେନାଙ୍କୁ ତାଳଚେର ଏବଂ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁରର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଏମାନଙ୍କ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଅନୁସାରେ ଉପଖଣ୍ଡୀୟ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଥିବା ଏହି ଆଦେଶରେ ଉଲ୍ଲେଖ ରହିଛି।


Also Read- ଲକ୍ଷପତି ହେଲେ ଭେଣ୍ଡି ଚାଷୀ, ଜାଣନ୍ତୁ କିପରି କରିଥିଲେ ଚାଷ


Also Read- Astrology: ୪ଟି ରାଶି ବ୍ୟକ୍ତିଙ୍କ ଜୀବନର ଦୁଃଖ ଦୂର କରିବେ ପ୍ରଭୁ ଗଜାନନ