Children Laughing: ଆଜି ବି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଟୀକାକରଣ ପାଇଁ ବହୁତ ହଇରାଣ ହୁଅନ୍ତି। ସାଧାରଣତଃ ଟୀକାକରଣ (Vaccination) ବେଳେ ପିଲାମାନେ ବହୁତ ଜୋରେ କାନ୍ଦି ଥାନ୍ତି, ଆଉ ସେହି ସମୟରେ ତାଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଯଦି ଆପଣଙ୍କ ପିଲା ଟୀକାକରଣ ବେଳେ ଏହିପରି ହଇରାଣ କରନ୍ତି, ତେବେ ଆପଣ ଡକ୍ଟର (Doctor) ସୟଦ ମୁଜାହିଦ୍ ହୁସେନଙ୍କ ସାହାଯ୍ୟ ନେଇପାରିବେ।


COMMERCIAL BREAK
SCROLL TO CONTINUE READING

ପିଲାମାନଙ୍କ ବିଷୟରେ ବା କ’ଣ କହିବା  ବୟସ୍କମାନେ ମଧ୍ୟ ଇଞ୍ଜେକ୍ସନର ନାମ ଶୁଣି ଡରି ଯାଆନ୍ତି । ପିଲାମାନେ ଇଞ୍ଜେକ୍ସନ ଦେଖିଲେ ଏତେ ଭୟ କରନ୍ତି ଯେ, ଏଥିଯୋଗୁଁ ତାଙ୍କୁ ଜ୍ଵର ବି ହୋଇଯାଏ। ଏହି କାରଣରୁ ପ୍ରତ୍ୟେକ ପିତାମାତା ନିଜ ଛୋଟ ପିଲାଙ୍କୁ ଇଞ୍ଜେକ୍ସନ ଦେବାକୁ ଡାକ୍ତରଙ୍କ ନିକଟକୁ ନେବା ପାଇଁ ବହୁତ କସରତ କରିବାକୁ ପଡିଥାଏ। ବାସ୍ତବରେ, ଏହା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ, ଯାହା ପିତାମାତାଙ୍କ ପାଇଁ ଏକ ଦିନ କିମ୍ବା ଏକ ସପ୍ତାହ ବି ନେଇପାରେ । ଏପରିକି ପିଲାଙ୍କୁ ଟୀକାକରଣ କିମ୍ବା ଇଞ୍ଜେକ୍ସନ ଦେବା ପାଇଁ ବେଳେବେଳେ ଏକରୁ ଅଧିକ କର୍ମଚାରୀ ଆବଶ୍ୟକ କରନ୍ତି । କିନ୍ତୁ ବେଙ୍ଗାଲୁରୁର ଏକ ଛୋଟ କ୍ଲିନିକ୍ ଏହି ପ୍ରସଙ୍ଗରେ ସମସ୍ତଙ୍କୁ ପଛରେ ପକାଇ ଦେଇଛି। ପିଲାମାନଙ୍କୁ ଟୀକାକରଣ କରିବା ଏତେ ସହଜ ହୋଇଛି ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ବର୍ତ୍ତମାନ ଏହି କ୍ଲିନିକ୍ ଏତେ ଲୋକପ୍ରିୟ ହୋଇଛି ଯେ ପିତାମାତାମାନେ ନିଜ ପିଲାଙ୍କୁ ଶହ ଶହ କିଲୋମିଟରରୁ ଏଠାକୁ ଆଣିଥାନ୍ତି । ଯାଦୁ କରୁଥିବା ଡାକ୍ତରଙ୍କ ନାମ ହେଉଛି ଡ଼. ସୟଦ ମୁଜାହିଦ୍ ହୁସେନ୍ ।


ଆଜି ଅର୍ଥାତ ଜୁଲାଇ ୧ ରେ ସାରା ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି, ଆସନ୍ତୁ ଜାଣିବା ଏହି ଅବସରରେ ସେମାନଙ୍କ ବିଷୟରେ :-


କ୍ଲିନିକରେ ଖେଳନା ଅଛି ଓ ପିଲାମାନଙ୍କୁ ମିଳେ ଚକୋଲେଟ୍ 


ଡକ୍ଟର ସୟଦ ମୁଜାହିଦ୍ ହୁସେନଙ୍କୁ ଦେଖନ୍ତୁ, ଯିଏ HSR ଲେଆଉଟ୍ ରେ ଥିବା ତାଙ୍କ କ୍ଲିନିକ୍କୁ ଏକ ମଜାଳିଆ ଏବଂ ଇଣ୍ଟରାକ୍ଟିଭ୍ ସ୍ପେସରେ ପରିଣତ କରିଛନ୍ତି । ଏହା ପିଲାମାନଙ୍କ ପାଇଁ ଔଷଧ, ଡାକ୍ତର ଏବଂ ଛୁଞ୍ଚି ଥିବା ସ୍ଥାନ ନୁହେଁ, ବରଂ ପିଲାମାନେ ଏଠାରେ ଡାକ୍ତରଙ୍କୁ ଭେଟି ମଜା କରିଥାନ୍ତି ଓ ଖେଳନା ସହିତ ମଧ୍ୟ ଖେଳି ଥାଆନ୍ତି। ପିଲାମାନଙ୍କୁ ଇଞ୍ଜେକସନ ଦେବାବେଳେ ସେ ନିଜ ଇନଷ୍ଟାଗ୍ରାମ ପେଜ୍ (instagram page) ଅନେକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ଲୋକମାନେ ପ୍ରଶଂସା କରିଛନ୍ତି ଓ ଭଲପାଇବା ଦେଇଛନ୍ତି। କ୍ଲିନିକକୁ ଆସୁଥିବା ତିନି ବର୍ଷରୁ କମ୍ ପିଲାମାନଙ୍କୁ ପ୍ରଥମେ ଖେଳିବାକୁ ଖେଳନା ଦିଆଯାଏ ଓ ଭଲଭାବେ ଦେଖାଶୁଣା ମଧ୍ୟ କରନ୍ତି । ଟିକିଏ ମଜା କରି ସେ ଆଖି ପିଛୁଳାକେ ଇଞ୍ଜେକ୍ସନ ଦେଇ ଦିଅନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପିଲାଟି ଏହା ଅନୁଭବ ମଧ୍ୟ କରିପାରେ ନାହିଁ । କାନ୍ଦନ୍ତି ନାହିଁ କି ହାତ ଓ ଗୋଡ଼ ଛାଟନ୍ତି ନାହିଁ,  ପିଲାମାନଙ୍କ ସହିତ ମଧୁର କଥାବାର୍ତ୍ତା କରନ୍ତି, ସେମାନେ ଛୁଞ୍ଚି ଫୋଡ଼ନ୍ତି ଓ  ସହଜରେ ବାହର ବି କରିନିଅନ୍ତି।


୨୦୧୨ ମସିହାରେ ଗୁଡୱିଲ ଶିଶୁ କ୍ଲିନିକ୍ ଆରମ୍ଭ ହୋଇଥିଲା । ଅନେକ ସ୍ଥାନରେ ଡାକ୍ତରଖାନାରେ କାମ କରିବା ପରେ ସେ ନିଜର କ୍ଲିନିକ୍ ଆରମ୍ଭ କରିଥିଲେ। ଡକ୍ଟର ହୁସେନ୍ କୁହନ୍ତି ଯେ- 'ମୁଁ ଏହି କଳାକୁ ବହୁ ବର୍ଷ ଧରି ଆୟତ୍ତ କରିଛି। ଏହି କାର୍ଯ୍ୟ କରିବା ପାଇଁ ତାଙ୍କୁ ସେକେଣ୍ଡର ଏକ ତୃତୀୟାଂଶ ସମୟ ଲାଗେ । ଯଦିଓ କିଛି ଟିକା ଥାଏ, ଯାହା ଯନ୍ତ୍ରଣା ଦିଏ । ଏଥିପାଇଁ ଅଧିକ କିଛି କରାଯାଇପାରିବ ନାହିଁ, ତଥାପି ପିଲାଙ୍କ ସହିତ ଭାବପ୍ରବଣତା ବଜାୟ ରଖିବାକୁ ଚେଷ୍ଟା କରୁ ।


Video- 


https://www.instagram.com/reel/CtGpLeaNvXt/?utm_source=ig_web_copy_link&igshid=MzRlODBiNWFlZA==


ପିଲାଟିର ଧ୍ୟାନ ହଟାଉ 


ଡାକ୍ତର ହୁସେନ୍ ଆହୁରି ମଧ୍ୟ କହିଛନ୍ତି ଯେ, କ୍ଲିନିକକୁ ଆସିବା ପରେ ସେ ପିଲାକୁ ପ୍ରଥମେ ବୁଝିବାକୁ ଚେଷ୍ଟା କରନ୍ତି। ଯଦିଓ କିଛି ପିଲାଙ୍କୁ ବୁଝିବା ଟିକେ କଷ୍ଟ ହୋଇଥାଏ, କିନ୍ତୁ କିଛି ସମୟ ଏଥିପାଇଁ ଲାଗିଥାଏ, କିଛି ପିଲା ଅତି ଶୀଘ୍ର ମିଶି ଯାଆନ୍ତି । ମୁଁ ଦେଖିଛି ଯେ ୩-୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଛୁଞ୍ଚି ଦେଖିଲେ ଡରିଯାନ୍ତି, ତେଣୁ ମୁଁ ଏହାକୁ ଯଥାସମ୍ଭବ ଲୁଚାଇ ରଖେ ଓ ଅନ୍ୟ ଜିନିଷ ସହିତ ସେମାନଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରେ । ସେମାନେ କିଛି ଭାବିବା ପୁର୍ବରୁ ମୁଁ ଛୁଞ୍ଚି ଭର୍ତ୍ତି ପୁଣି ବାହାର କରି ଆଣେ।


Also read- ଓଡ଼ିଶାରେ ଖୋଲିବ ବ୍ରିଟେନ କମ୍ପାନୀ: ୩୦ ହଜାର କୋଟି ନିବେଶ ସହ ୫ ହଜାର ଚାକିରୀ