china beat india in purchasing russian oil: ଭାରତ-ଋଷିଆ ମଧ୍ୟରେ ରହିଥିବା ବନ୍ଧୁତା ବର୍ଷ ବର୍ଷ ଧରି ଚାଲିଆସୁଛି। ଉଭୟ ଦେଶ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ଖୁବ ଜଣାଶୁଣା। ହେଲେ ଭାରତର ପାରମ୍ପରିକ ସହଯୋଗୀ ଋଷିଆ ସହ ପ୍ରତିଦ୍ୱନ୍ଦ୍ୱୀ ଚୀନ୍‌ର ଘନିଷ୍ଠତା ବଢିବାରେ ଲାଗିଛି। ଭାରତ ପରେ ଋଷିଆ-ଚୀନ୍ ମଧ୍ୟରେ ସମ୍ପର୍କ ଆହୁରି ବଢିବାରେ ଲାଗିଛି। ଅଶୋଧିତ ତୈଳ ପ୍ରସଙ୍ଗରେ ଚୀନ୍ ଋଷିଆ ସହିତ ବନ୍ଧୁତ୍ୱ ମଜବୁତ କରିବାରେ ଲାଗିପଡ଼ିଛି। ଗତ ବର୍ଷ ଚୀନ୍ ଋଷିଆ ପାଖରୁ ସର୍ବାଧିକ ତୈଳ ଆମଦାନୀ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାଉଦି ଆରବ ଚୀନ ଲାଗି ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ରହିଥିଲା। ହେଲେ ଚୀନ୍ ଆରବ ଦେଶଙ୍କ ବଦଳରେ ଋଷିଆ ପାଖରୁ ଅଧିକାଂଶ ଅଶୋଧିତ ତୈଳ ଆମଦାନୀ କରିଛି।


COMMERCIAL BREAK
SCROLL TO CONTINUE READING

ଚୀନ ଲାଗି ସବୁଠୁ ବଡ଼ ତୈଳ ଯୋଗାଣକାରୀ ପାଲଟିଲା ଋଷିଆ
ସାଉଦି ଆରବକୁ ଅତିକ୍ରମ କରି ଚୀନ ଲାଗି ସବୁଠୁ ବଡ଼ ତୈଳ ଯୋଗାଣକାରୀ ପାଲଟିଛି ଋଷିଆ। ଆପଣଙ୍କୁ କହିବା ଯେ ଚୀନ୍ ହେଉଛି ବିଶ୍ୱର ଏକ ପ୍ରମୁଖ ତୈଳ ଆମଦାନୀକାରୀ ଦେଶ। ଯିଏ ଅଧିକ ମାତ୍ରାରେ ଅଶୋଧିତ ତୈଳ ଆମଦାନୀ କରି ଏହାର ବିଶୋଧନ କରିଥାଏ। ବର୍ତ୍ତମାନ ଚୀନ୍ ତୈଳ ଆମଦାନୀ ବାହାନାରେ ଋଷିଆ ସହିତ ସମ୍ପର୍କ ମଜବୁତ କରିବାରେ ଲାଗିଛି। ଯଦି ଆମେ ଏକ ଆକଳନ ଉପରେ ନଜର ପକାଇବା ତାହେଲେ ଜଣାପଡ଼ୁଛି ଯେ ଗତ ବର୍ଷ ଚୀନ ଋଷିଆ ପାଖରୁ ୧୦.୭ କୋଟି ଟନ୍ ଅଶୋଧିତ ତୈଳ ଆମଦାନୀ କରିଥିଲା। ଯାହାର ପରିମାଣ ଗତ ୨୦୨୨ ବର୍ଷ ତୁଳନାରେ ୨୦୨୩ ବର୍ଷରେ ପ୍ରାୟ ଏକ ଚତୁର୍ଥାଂଶରୁ ଅଧିକ ହୋଇଛି। ଋଷିଆ ପରେ ଚୀନ୍ ସାଉଦି ଆରବ ପାଖରୁ ୮.୬ କୋଟି ଟନ୍ ଅଶୋଧିତ ତୈଳ ଆମଦାନୀ କରିଛି। ତୈଳ ଆମଦାନୀ ମାମଲାରେ ଋଷିଆନ ପାଖରୁ ସର୍ବାଧିକ ତୈଳ ଆମଦାନୀ କରିଛି ଚୀନ। ଗତ ୨୦୧୮ ବର୍ଷ ପର ଠାରୁ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଚୀନ ଋଷିଆ ପାଖରୁ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରିଛି। 



ଭାରତ ଅପେକ୍ଷା ଚୀନ୍ ଆମଦାନୀ କରିଛି ଅଧିକ ଋଷୀୟ ତୈଳ
ଗତ ବର୍ଷ ଚୀନ, ଭାରତ ଅପେକ୍ଷା ଚୀନ ଅଧିକ ଋଷୀୟ ତୈଳ ଆମଦାନୀ କରିଥିଲା। ଚୀନ ଲାଗି ସବୁଠୁ ବଡ଼ ତୈଳ ଯୋଗାଣକାରୀ ପାଲଟିଛି ଋଷିଆ। ଗତ ବର୍ଷ ଚୀନ ଋଷିଆ ପାଖରୁ ଦୈନିକ ୨୧.୫ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିବା ବେଳେ ଭାରତ ଗତ ବର୍ଷ ୧୭.୯ ଲକ୍ଷ ବ୍ୟାରେଲ ଅଶୋଧିତ ଋଷୀୟ ତୈଳ କ୍ରୟ କରିଥିଲା। ଯଦି ତୈଳ ଆମଦାନୀ ପରିମାଣ ଗତ ୨୦୨୨ ବର୍ଷରେ ୨ ଗୁଣ ରହିଥିଲା। ଗତ ବର୍ଷ ଚୀନ୍ ସେହି ଦେଶରୁ ଅଧିକ ତୈଳ ଆମଦାନୀ କରିଛି ଯାହା ଉପରେ ପାଶ୍ଚାତ୍ୟ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ୟୁକ୍ରେନ ଯୁଦ୍ଧ ପରେ ପାଶ୍ଚାତ୍ୟ ଦେଶ ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ଏପରିକି ଋଷୀୟ ତୈଳ ଉପରେ ଏକ ପ୍ରାଇସ କ୍ୟାପ୍ ପ୍ରତିବନ୍ଧକ ଲଗାଇ ଦେଇଥିଲେ। 


ଚୀନୀ ତୈଳ କମ୍ପାନୀ ଅଧିକ ମୂଲ୍ୟରେ ଋଷୀୟ ତୈଲ କିଣିଥିଲେ। କାରଣ ଋଷୀୟ ତୈଳ ଆମଦାନୀ କରିବା ଚୀନ ଲାଗି ଶସ୍ତା ହେଉଛି। କାରଣ ଋଷୀୟ ପରିବହନ ମାର୍ଗ ସାଉଦି ଆରବ ତୁଳନାରେ ହୁତ ଛୋଟ। ଏହା ସହିତ ଲାଲ ସାଗର ସହ ଆଡେନ ଉପସାଗରରେ ହୁଥି ବିଦ୍ରୋହୀଙ୍କ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଚୀନ୍, ଇରାନ ପାଖରୁ ଏକ ଦୂରେଇ ଯାଇଛି। ତୈଳ ଚାହିଦା ପୂରଣ ପାଇଁ ଚୀନ, ଋଷିଆ ଉପରେ ନିର୍ଭରଶୀଳତା ବଢାଇ ଦେଇଛି। ଋଷିଆ ଏବଂ ସାଉଦି ଆରବ ବ୍ୟତୀତ ଚୀନ୍ ମଧ୍ୟ ଇରାକ ଏବଂ ମାଲେସିଆ ପାଖରୁ ଅଶୋଧିତ ତୈଳ ଆମଦାନୀ କରୁଛି। ଭାରତ-ଋଷିଆ ମଧ୍ୟରେ ରହିଥିବା ଘନିଷ୍ଠ ସମ୍ପର୍କ ଜଣାଶୁଣା | ଏଭଳି ପରିସ୍ଥିତିରେ ଚୀନ୍ ବ୍ୟବସାୟ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ରହିଥିବା ବନ୍ଧୁତାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରେ। ଭାରତ ବର୍ଷର ଦ୍ରୁତ ଗତିଶୀଳ ଅର୍ଥନୀତି ଚୀନ୍‌କୁ ଅଧିକ କ୍ଷତି ପହଞ୍ଚାଉଛି। ଚୀନ୍ ଏହାକୁ ଅସ୍ଥିର କରିବାକୁ ଚେଷ୍ଟା ଜାରି ରଖିଛି।