Nuclear Weapons by Country: ଗୋଟିଏ ପକ୍ଷରେ ସମଗ୍ର ବିଶ୍ୱରେ ବିଭିନ୍ନ କାରଣକୁ ନେଇ ରାଜନୈତିକ ତିକ୍ତତା ବଢିଛି। ହେଲେ ଅନ୍ୟ ପକ୍ଷରେ ବିଗତ କିଛି ବର୍ଷ ମଧ୍ୟରେ ଅନେକ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି। ବିଶେଷ କରି ଚୀନ-ପାକିସ୍ତାନ ଭଳି ଦେଶ ସେମାନଙ୍କ ଆଣବିକ ଅସ୍ତ୍ର ସଂଖ୍ୟା ବଢାଇଥିବା ଜଣାପଡ଼ିଛି। ଏପରିକି ଆଣବିକା ଶକ୍ତି ସମ୍ପନ୍ନ ଅନେକ ଦେଶ ସେମାନଙ୍କର ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବା ଜାରି ରଖିଛନ୍ତି। ଏହି ତଥ୍ୟ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କରେ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ () ସିପ୍ରି ନିର୍ଦ୍ଦେଶକ ଡାନ ସ୍ମିଥ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସିପ୍ରି ନ୍ୟୁଜ ଏଜେନ୍ସି ଆସୋସିଏଟେଡ଼ ଫ୍ରାନ୍ସ ପ୍ରେସ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆମେ ସେହି ସମୟ ନିକଟରେ ପହଞ୍ଚିଯାଇଛୁ ଯେଉଁଠି ବିଶ୍ୱରେ ଆଣବିକ ଅସ୍ତ୍ର ସଂଖ୍ୟା ବହୁ ଦିନ ହ୍ରାସ ପାଉଛି।  


ସିପ୍ରି ରିପୋର୍ଟ ଅନୁଯାୟୀ ବିଶ୍ୱର ୯ ଆଣବିକ ଶକ୍ତିସମ୍ପନ୍ନ ଦେଶ, ବ୍ରିଟେନ, ଚୀନ୍, ଫ୍ରାନ୍ସ, ଭାରତ, ଇସ୍ରାଏଲ୍, ଉତ୍ତର କୋରିଆ, ପାକିସ୍ଥାନ, ଋଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ଚଳିତ ବର୍ଷ ଆରମ୍ଭରେ ୧୨, ୫୧୨ ରହିଥିଲା। ଗତ ବର୍ଷ ଆରମ୍ଭରେ ଏହାର ସଂଖ୍ୟା ୧୨,୫୧୨ ରହିଥିଲା। ଯାହା ମଧ୍ୟରୁ ୯୫୭୬ ଅସ୍ତ୍ରଶସ୍ତ୍ର ସମ୍ଭାବ୍ୟ ବ୍ୟବହାର ପାଇଁ ସାମରିକ ଭଣ୍ଡାରରେ ଅନ୍ତର୍ଭୁକ୍ତ ହୋଇଥିଲା। ଯାହା ଏକ ବର୍ଷ ତୁଳନାରେ ୮୬ ଅଧିକ ରହିଥିଲା। 


ବିଭିନ୍ନ ଦେଶ ସହିତ ବ୍ୟବହାର ପାଇଁ ରଖାଯାଇଥିବା ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ସେମାନଙ୍କ ସମୁଦାୟ ଗଚ୍ଛିତ ପରିମାଣ ମଧ୍ୟରେ ରହିଥିବା ପାର୍ଥକ୍ୟ ଉପରେ ସିପ୍ରି ଅନୁସନ୍ଧାନ କରିଥାଏ। ସେହି ପୁରୁଣା ଆଣବିକ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ମୋଟ ପରିମାଣରେ ଗଣନା କରାଯାଏ, ଯାହାକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡାନ ସ୍ମିଥ କହିଛନ୍ତି ଗଚ୍ଛିତ ହତିଆର ହେଉଛି ପରମାଣୁ ଅସ୍ତ୍ର ଯାହାକୁ ବ୍ୟବହାର କରିବାକୁ ପ୍ରସ୍ତୁତ କରି ରଖାଯାଇଛି। ଏହି ସଂଖ୍ୟା ବଢିବାରେ ଲାଗିଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯଦିଓ ଏହି ସଂଖ୍ୟା ୧୯୮୦ ଦଶକରେ ରେକର୍ଡ ହୋଇଥିବା ୭୦ ହଜାର ହତିଆର ଠାରୁ ଅଧିକ।


ଆଣବିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବା ମାମଲାରେ ବିଶ୍ୱରେ ଚୀନ ସର୍ବାଗ୍ରେ ରହିଛି। ଯାହାର ଅସ୍ତ୍ରଶସ୍ତ୍ର ସଂଖ୍ୟା ୩୫୦ ବଦଳରେ ୪୧୦ ହୋଇଯାଇଛି। ଅନ୍ୟପକ୍ଷରେ ଭାରତ, ପାକିସ୍ଥାନ ଏବଂ ଉତ୍ତର କୋରିଆ ମଧ୍ୟ ସେମାନଙ୍କର ଗଚ୍ଛିତ
ଆଣବିକ ଅସ୍ତ୍ରଶସ୍ତ୍ର ସଂଖ୍ୟାରେ ବୃଦ୍ଧି କରିଥିଲେ। ଅନ୍ୟପକ୍ଷରେ ଋଷିଆର ଗଛିତ ଅସ୍ତ୍ରଶସ୍ତ୍ର ସଂଖ୍ୟା ୪୪୪୭ ବଦଳରେ ୪୪୮୯ ହୋଇଯାଇଛି। ବାକି ଆଣବିକ ଶକ୍ତିସମ୍ପନ୍ନ ଦେଶ ଯଥା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇସ୍ରାଏଲ ସେମାନଙ୍କ ପାଖରେ ଗଚ୍ଛିତ ରହିଥିବା ଆଣବିକ ଅସ୍ତ୍ର ସଂଖ୍ୟାକୁ ସ୍ଥିର କରି ରଖିଛନ୍ତି। ଆଣବିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବା କ୍ଷେତ୍ରରେ ଋଷିଆ-ଚୀନ ଅନ୍ୟ ଦେଶ ତୁଳନାରେ ଆଗରେ ଅଛନ୍ତି। କେବଳ ଋଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ପାଖରେ ବିଶ୍ୱର ମୋଟ ଆଣବିକ ଅସ୍ତ୍ରର ପ୍ରାୟ ୯୦ ପ୍ରତିଶତ ମହଜୁଦ ରହିଛି।


ନିର୍ଦ୍ଦେଶକ ଡାନ ସ୍ମିଥଙ୍କ କହିବା ଅନୁସାରେ ୩୦ ବର୍ଷରୁ ଅଧିକ ସମୟ ଧରି, ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ହ୍ରାସ ପାଇଥିବାର ଦେଖିବାକୁ ମିଳିଛି। ସିପ୍ରି ଅନୁସନ୍ଧାନକାରୀ ସୂଚାଇ ଦେଇଛନ୍ତି ଯେ ଋଷିଆ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରାଯିବା ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ପାଇଁ ଚାଲିଥିବା କୂଟନୈତିକ ପ୍ରୟାସକୁ ଏକ ଝଟକା ମିଳିଛି। ଯାହାର ଫଳ ସ୍ୱରୂପ ଆକ୍ରମଣ ପରେ ଆମେରିକା ଋଷିଆ ସହିତ ଦ୍ୱିପାକ୍ଷିକ ବାର୍ତ୍ତାଳାପ ସ୍ଥଗିତ ରଖିଥିଲା। ଗତ ଫେବୃଆରୀରେ ଋଷିଆ ପକ୍ଷରୁ କୁହାଯାଇଥିଲା ଯେ ଗତ ୨୦୧୦ ବର୍ଷରେ ହୋଇଥିବା ଚୁକ୍ତିର ଭାଗିଦାରୀତାକୁ ନିଲମ୍ବିତ କରୁଛି ଯାହା ରଣନୈତିକ ରୂପରେ ଆକ୍ରମଣାତ୍ମକ ଅସ୍ତ୍ରକୁ ସୀମିତ ଏବଂ ହ୍ରାସ କରିବା ଉପରେ ପର୍ଯ୍ୟବେସିତ। 


ସିପ୍ରି ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ମାଧ୍ୟମରେ ଋଷିଆ ଏବଂ ଆମେରିକା ମଧ୍ୟରେ ରଣନୈତିକ ଆଣବିକ ଶକ୍ତିକୁ ସୀମିତ କରିବାର ଏହା ହେଉଛି ଶେଷ ଚୁକ୍ତି। ସିପ୍ରି ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ଯେ ଗଚ୍ଛିତ ପରିମାଣ ବୃଦ୍ଧି ୟୁକ୍ରେନ ଯୁଦ୍ଧ ସହିତ ଜଡିତ ହୋଇପାରିବ ନାହିଁ। କାରଣ ନୂତନ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ଅଧିକ ସମୟ ଲାଗେ। ଗଚ୍ଛିତ ପରମାଣୁ ଅସ୍ତ୍ରର ବୃଦ୍ଧିର ଅଧିକାଂଶ ଅଂଶ ସେହି ଦେଶରୁ ଆସିଥିଲା ​​ଯାହା ଯୁଦ୍ଧ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇନଥିଲା। ନିଜର ଅର୍ଥନୀତି ଏବଂ ପ୍ରଭାବ ବଢୁଥିବାରୁ ଚୀନ୍ ଏହାର ସେନାର ସମସ୍ତ ଅଂଶରେ ବିପୁଳ ପରିମାଣର ବିନିଯୋଗ କରିଛି। ଚୀନ୍‌ ଏକ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଥିବାର ଦେଖିବାକୁ ପାଇଛୁ। ଏହା ହେଉଛି ବର୍ତ୍ତମାନ ସମୟର ବାସ୍ତବତା।