China Road Accident: ଭୀଷଣ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ, ୨୨ ଗୁରୁତର
China Road Accident: ଚୀନ୍ର ଷ୍ଟେଟ୍ ଗଣମାଧ୍ୟମ ସିସିଟିଭି କହିଛି ଯେ, ଦୁର୍ଘଟଣାର କାରଣ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । ଦୁର୍ଘଟଣାର ଖବର ପ୍ରଚାରିତ ହେବାର ପ୍ରାୟ ଏକ ଘଣ୍ଟା ପରେ ନାନଚାଙ୍ଗ କାଉଣ୍ଟି ଟ୍ରାଫିକ ପୋଲିସ ମୋଟର ଚାଳକମାନଙ୍କୁ ଏକ ଟ୍ରାଭଲ ଆଡଭାଇଜାରୀ ଜାରି କରି କହିଛି ଯେ, ଏହି ଅଞ୍ଚଳରେ ପାଗ ଖରାପ ଅନୁଭୂତ ହେଉଛି, ଯେଉଁ କାରଣରୁ ଭିଜିବିଲିଟି ବହୁତ କମ୍ ଅଛି ।
China Road Accident: ବେଜିଂ: ପୂର୍ବ ଚୀନ୍ (China) ର ଜିଆଙ୍ଗସି ପ୍ରଦେଶ (Jiangxi province) ର ନାନଚାଙ୍ଗ କାଉଣ୍ଟି (Nanchang County) ରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Fatal Road Accident) ଘଚିଛି । ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଏହି ଭୀଷଣ ସଡ଼କ ଦୁର୍ଘଟଣା (Road Accident) ରେ ୨୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଖବର ସରବରାହ ସଂସ୍ଥା AFP ଚୀନର ସରକାରୀ ଗଣମାଧ୍ୟମ ଓ ସେଠାରେ ଥିବା ଅଧିକାରୀଙ୍କୁ ଠାରୁ ପ୍ରାପ୍ତ ସୂଚନା ଆଧାରରେ ଏହି ତଥ୍ୟ ପ୍ରଦାନ କରିଛି ।
ଚୀନର ଷ୍ଟେଟ୍ ଗଣମାଧ୍ୟମ CGTN କହିଛି ଯେ, ଆହତ ମାନଙ୍କୁ ଡାକ୍ତରଖାନା ନିଆଯାଇଛି ଓ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି । 'ସଡ଼କ ଯାତ୍ରାୟତ ଦୁର୍ଘଟଣା' ସ୍ଥାନୀୟ ସମୟ ନାନଚାଙ୍ଗ କାଉଣ୍ଟିରେ ରାତି ୧ଟା ପୂର୍ବରୁ ଘଟିଥିଲା । ଚୀନ୍ର ଷ୍ଟେଟ୍ ଗଣମାଧ୍ୟମ ସିସିଟିଭି କହିଛି ଯେ, ଦୁର୍ଘଟଣାର କାରଣ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । ଦୁର୍ଘଟଣାର ଖବର ପ୍ରଚାରିତ ହେବାର ପ୍ରାୟ ଏକ ଘଣ୍ଟା ପରେ ନାନଚାଙ୍ଗ କାଉଣ୍ଟି ଟ୍ରାଫିକ ପୋଲିସ ମୋଟର ଚାଳକମାନଙ୍କୁ ଏକ ଟ୍ରାଭଲ ଆଡଭାଇଜାରୀ ଜାରି କରି କହିଛି ଯେ, ଏହି ଅଞ୍ଚଳରେ 'ପାଗ ଖରାପ' ଅନୁଭୂତ ହେଉଛି, ଯେଉଁ କାରଣରୁ ଭିଜିବିଲିଟି ବହୁତ କମ୍ ଅଛି । ଯତ୍ନର ସହ ବାହନ ଚଲାନ୍ତୁ । କାରଣ କମ୍ ଭିଜିବିଲିଟି ସହଜରେ ଟ୍ରାଫିକ୍ ଦୁର୍ଘଟଣା ଘଟାଇପାରେ ।
ଟ୍ରାଭଲ ଆଡଭାଇଜାରୀରେ ଆଗକୁ କୁହାଯାଇଛି ଯେ, ଦୟାକରି ଫୋଗ୍ ଆଲୋକ ପ୍ରତି ଧ୍ୟାନ ଦିଅନ୍ତୁ ... ମନ୍ଥର ଗତି କରନ୍ତୁ, ଯତ୍ନର ସହ ଚଲାନ୍ତୁ, କାରଠାରୁ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ, ପଥଚାରୀଙ୍କ ଠାରୁ ଦୂରେଇ ରୁହନ୍ତୁ, ଲେନ୍ ପରିବର୍ତ୍ତନ କରନ୍ତୁ ନାହିଁ ଏବଂ ଓଭରଟେକ୍ କରନ୍ତୁ ନାହିଁ । ସେପଟେ କଡ଼ା ସୁରକ୍ଷା ନିୟନ୍ତ୍ରଣ ଅଭାବରୁ ଚାଇନାରେ ସଡ଼କ ଦୁର୍ଘଟଣା ((Road Accident)) ସାଧାରଣ ଅଟେ । ଗତ ମାସରେ ଚାଇନାର କେନ୍ଦ୍ରୀୟ ରାଜପଥରେ ମରାମତି କାର୍ଯ୍ୟ ସମୟରେ ଆବର୍ଜନା ଗଦା ହୋଇଥିବାରୁ କୁହୁଡ଼ିରେ ଭିଜିଟିଲିଟି କମ୍ ଥିବା ଯୋଗୁଁ ଶହ ଶହ ଗାଡି ପରସ୍ପର ସହ ମୁହାଁମୁହିଁ (Road Accident) ହୋଇଥିଲେ, ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ ।
ଅଧିକ ପଢ଼ନ୍ତୁ:-ରୋନାଲ୍ଡୋ ନା ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା, କିଏ ଅଧିକ ଧନୀ; ଜାଣନ୍ତୁ କିଏ କେତେ ସମ୍ପତ୍ତିର ମାଲିକ
ଅଧିକ ପଢ଼ନ୍ତୁ:-କ'ଣ ଆପଣ ବି ଚିକେନକୁ ରୋଷେଇ କରିବା ପୂର୍ବରୁ ଧୋଉଛନ୍ତି? ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ
ଗତ ବର୍ଷ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ଚାଇନାର ଗୁଇଜୋ ପ୍ରଦେଶର ଏକ ମୋଟରୱେରେ ଏକ ବସ୍ ଓଲଟି ପଡ଼ିବା (China Bus Accident) ରୁ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ବସ୍ ଏହି ସମସ୍ତ ଯାତ୍ରୀଙ୍କୁ କରାଣ୍ଟାଇନ୍ ସେଣ୍ଟରକୁ ନେଇ ଯାଉଥିଲା, ଯେଉଁମାନଙ୍କର କୋରୋନା ଲକ୍ଷଣ ଥିଲା କିମ୍ବା ସଂକ୍ରମିତ ହୋଇଥଲେ ।