IMF Prediction: ନୂଆଦିଲ୍ଲୀ: ୟୁରୋପ (Europe) ଓ ୟୁଏଏସରେ (USA) ଆର୍ଥିକ ମାନ୍ଦାବସ୍ଥା (Economic Crisis) ମଧ୍ୟରେ ଏସିୟ ରାଷ୍ଟ୍ର (Asia nations) ଗୁଡ଼ିକ ପାଇଁ ଏକ ଖରାପ ଖବର। ମିଳିଥିବା ସୂଚନା ମୁତାବକ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (International Monetary Fund - IMF) ଏସିଆର ଆର୍ଥିକ ବିକାଶ କ୍ଷେତ୍ରରେ ମାନ୍ଦାବସ୍ଥା ଆଣିପାରେ। IMF କହିବା ମୁତାବକ ଯଦି ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ପ୍ରତିଦ୍ୱନ୍ଦ୍ୱୀ ବ୍ୟାବସାୟିକ ବ୍ଲକରେ ଭାଗ ଭାଗ ହୋଇଯିବେ ତେବେ ଏସିଆକୁ ଏକ ବଡ଼ଧରଣର କ୍ଷତି ଘଟିବ। ବିଶେଷ କରି ଚୀନର ଅର୍ଥ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଆଇଏମଏଫ ପୂର୍ବାନୁମାନ କରିଛି। ଏଭଳି ସ୍ଥିତିରେ ଏସିଆର ଅର୍ଥନୈତିକ ଅଭିବୃଦ୍ଧିରେ ହ୍ରାସ ଘଟିଛି। 


COMMERCIAL BREAK
SCROLL TO CONTINUE READING

ଆଇଏମଏଫ ଏସିଆର ସମ୍ଭାବିତ ବିକାଶ ଦରକୁ କମ କରିବା ସହିତ ୨୦୨୨ରେ ୪ ପ୍ରତିଶତ କରିଦେଇଛି। ୨୦୨୧ରେ ଏହି ଦର ୬.୫ ପ୍ରତିଶତ ରହିଥିଲା। ଏହା ଆସନ୍ତା ୨୦୨୩ରେ ୪.୩ ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି। ଏଭଳି ସ୍ଥିତି ବିଗତ ୨୦ ବର୍ଷରେ ୫.୫ ପ୍ରତିଶତ ହିସାବରେ ଯଥେଷ୍ଟ କମ ରହିଥିବା ଜଣାପଡ଼ିଛି।


ସେପଟେ ଚୀନ୍ ଏପର୍ଯ୍ୟନ୍ତ କରୋନା ସଙ୍କଟରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରିନାହିଁ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଏହି ଅନୁମାନ ପ୍ରକାଶ କରିଛି ଯେ ଚୀନ୍‌ର ଅଭିବୃଦ୍ଧି ହାର ଚଳିତ ବର୍ଷ ୩.୨ ପ୍ରତିଶତ ହୋଇପାରେ। ଯାହା ଗତ ବର୍ଷ ୮.୧ ପ୍ରତିଶତ ଥିଲା। ଏଥି ସହିତ ଆସନ୍ତା ବର୍ଷ ଏହାର ଗତି ୪.୪ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୪.୫ ପ୍ରତିଶତ ହେବ।


'ଏସିଆ ଏବଂ ଜିଓ ଇକୋନୋମିକ୍ ଫ୍ରାଗମେଣ୍ଟେସନର ବଢୁଥିବା ବିପଦ' ଶୀର୍ଷକ ଏହାର ରିପୋର୍ଟର ଏକ ଅଂଶରେ ଆଇଏମ୍ଏଫ୍ ଚେତାବନୀ ଦେଇଛି ଯେ ବାଣିଜ୍ୟ ନୀତି ଅନିଶ୍ଚିତତା ଏବଂ ଜାତୀୟ ସୁରକ୍ଷା ତିକ୍ତତା ପ୍ରାରମ୍ଭିକ ସଙ୍କେତ ସୃଷ୍ଟି କରୁଛି ଯାହା ନିବେଶ, ରୋଜଗାରଏବଂ ଅଭିବୃଦ୍ଧିକୁ ପ୍ରଭାବିତ କରିବ। ଆଇଏମଏଫର ଏସିଆ ବିଭାଗର ନିର୍ଦ୍ଦେଶକ କୃଷ୍ଣ ଶ୍ରୀନିବାସନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଶ୍ୱ ଅର୍ଥନୀତି ଏବଂ ବିଶେଷ ଭାବରେ ଏସୀୟ ଅର୍ଥନୀତି ପାଇଁ ବାଣିଜ୍ୟ ବିଖଣ୍ଡନ ଏକ ପ୍ରମୁଖ ବିପଦ।


ମାର୍ଚ୍ଚ ୨୦୨୨ରେ ଆଇଏମ୍ଏଫ୍ ମିଳିତ ଜାତିସଂଘର ସାଧାରଣ ସଭାର ଭୋଟରେ ବିଶ୍ୱକୁ ବ୍ଲକ ଭାବେ ବିଭକ୍ତ କରିଥିଲା। ଅନେକ ଦେଶ ଋଷକୁ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ଦାବି କରିଥିଲେ। ସମାନ ବିଶ୍ଳେଷଣ ଉପରେ ଆଧାର କରି, ଆଇଏମ୍ଏଫ୍ ପୂର୍ବାନୁମାନ କରିଛି ଯେ ଦୁଇଟି ବ୍ଲକରେ ବିଭକ୍ତ ବିଶ୍ୱ ପାଇଁ ବାଣିଜ୍ୟ ସମ୍ବନ୍ଧୀୟ କ୍ଷତି ମହତ୍ୱପୂର୍ଣ ହେବ, କାରଣ ସେମାନେ ପରସ୍ପରର ରାଷ୍ଟ୍ର ସହିତ ବାଣିଜ୍ୟକୁ ସୀମିତ ରଖିଛନ୍ତି।


ଅଧିକ ପଢନ୍ତୁ: Pakistan: ଭାରତକୁ ପ୍ରଶଂସା କରି ISI ମୁଖ୍ୟଙ୍କୁ ଧମକ ଦେଲେ ଇମ୍ରାନ, କହିଲେ- ଯଦି ମୋ ମୁହଁ ଖୋଲ...


ଅଧିକ ପଢନ୍ତୁ: Putin Plan for Neuclear Attack: ପୁତିନଙ୍କ ଭୟଙ୍କର ଷଡ଼ଯନ୍ତ୍ର: ୟୁକ୍ରେନ ନୁହେଁ, ଏହି ଦୁଇ ରାଷ୍ଟ୍ରକୁ ବିଶ୍ୱରୁ ନିଶ୍ଚିହ୍ନ କରିବାକୁ ଚଳାଇଛି ଯୋଜନା