Shocking news: କଳ୍ପନା କରନ୍ତୁ ଯେ ବସନ୍ତ ଋତୁରେ ଆପଣଙ୍କ କଲେଜ ଆପଣଙ୍କୁ ପ୍ରକୃତିକୁ ଉପଭୋଗ କରିବା ପାଇଁ ଛୁଟି ପ୍ରଦାନ କରୁଛି। ଏହି ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରୋମାଣ୍ଟିକ ଜାଗା ବୁଲିବା ସହ ନିଜ ବାନ୍ଧବୀଙ୍କ ସହ ସମୟ ବିତାଇବା ପାଇଁ ଆପଣଙ୍କ କଲେଜ ଏକ ସୁଯୋଗ ଦେଉଛି। ଏହା ସହ ଯାହାର ପ୍ରେମିକ କିମ୍ବା ପ୍ରେମିକ ନ ଥିବେ ସେମାନଙ୍କୁ ନିଜର ଜୀବନ ସାଥୀ ଖୋଜିବା ପାଇଁ ଆପଣଙ୍କ କଲେଜ ୧ ସପ୍ତାହ ପାଇଁ ଛୁଟି ଦେଉଛି। ତାହେଲେ ଆପଣ କଣ କରିବେ?ସୂଚନା ଅନୁସାରେ, ଚୀନରେ କଲେଜ ଗୁଡିକ ଏହିପରି ଏକ ଅଦ୍ଭୁତ ଛୁଟି ପ୍ରଦାନ କରିବ। ଏଥିରେ ଲୋକମାନେ ନିଜର ପ୍ରେମିକ କିମ୍ବା ପ୍ରେମିକାଙ୍କ ସହ ସମୟ ବିତାଇବା ପାରିବେ । ସେହିପରି ଯେଉଁମାନେ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି, ସେମାନେ ନିଜ ଜୀବନ ସାଥୀ ଯଥା ଶୀଘ୍ର ଖୋଜିବା ପାଇଁ ଚୀନ ସରକାର କଲେଜ ଗୁଡିକରେ କିଛି ଦିନର ବସନ୍ତ ଛୁଟି ପ୍ରଦାନ କରିଛନ୍ତି ଯାହାର ନାମ ରହିଛି ସ୍ପ୍ରିଂଗ ବ୍ରେକ୍(Spring break) ।


COMMERCIAL BREAK
SCROLL TO CONTINUE READING

କିଛି ବର୍ଷ ମଧ୍ୟରେ ୱାନ୍‌ ଚାଇଲ୍ଡ ପଲିସି (one child policy) ସହ କିଛି ଅନ୍ୟାନ୍ୟ କାରଣ ଯୋଗୁଁ ଚୀନର ଜନସଂଖ୍ୟାରେ ବିପୁଳ ପରିମାଣରେ ହ୍ରାସ ଘଟିଛି। ଐତିହାସିକ ଜନସଂଖ୍ୟା ହ୍ରାସ ସମସ୍ୟାକୁ ଦୂର କରିବା ପାଇଁ ଚୀନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶରେ ଜନ୍ମ ହାର ବୃଦ୍ଧି କରିବା ପାଇଁ ବିଭିନ୍ନ ପଲିସି ଲାଗୁ କରାଯାଇଛି। ନିକଟରେ ନିଜର ଜୀବନସାଥି ଯଥା ଶୀଘ୍ର ଖୋଜିବା ପାଇଁ କିଛି କଲେଜ ଗୁଡିକରେ କିଛି ଦିନ ପାଇଁ ବସନ୍ତ ବିରତି ଘୋଷଣା କରାଯାଇଛି।


ଏପ୍ରିଲ ମାସରେ ସପ୍ତାହ ପାଇଁ ଛୁଟି ପ୍ରଦାନ କରୁଛି ଚୀନ ସରକାର


ଚାଇନାର ଭୋକେସନାଲ୍ କଲେଜ ଗୁଡି଼କ ସେମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏପ୍ରିଲ ମାସରେ ଏକ ସପ୍ତାହ ପାଇଁ ଛୁଟି ପ୍ରଦାନ କରୁଛନ୍ତି। ଯାହା ଫଳରେ ସମସ୍ତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ମନର ମଣିଷଙ୍କ ସହ ସମୟ ବିତାଇ ପାରିବେ। କଥା ଟି ଅଦ୍ଭୁତ ଲାଗୁଥିଲେ ବି ବାସ୍ତବରେ ଏହା ସତ। ଯଦିଓ ଏକ ରୋମାଣ୍ଟିକ୍ ପାର୍ଟନର ଖୋଜିବା ପାଇଁ କଲେଜ ଗୁଡିକ ଏହି ଛୁଟି ପ୍ରଦାନ କରିବା ବିଷୟରେ ସ୍ପଷ୍ଟ କରି ନାହାନ୍ତି ତେବେ ପ୍ରକୃତିକୁ ଉପଭୋଗ କରିବା ସହ ଭଲ ପାଇବା ପାଇଁ ଏହି ଛୁଟି ପ୍ରଦାନ କରୁଥିବା ନେଇ ସୂଚନା ରହିଛି । କଲେଜ ସର୍କୁଲାର୍‌ର କହିବା ଅନୁସାରେ, ଏହି ବସନ୍ତ ଛୁଟିରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ପ୍ରକୃତିର ଅର୍ଥ ବୁଝିବା ସହ ପ୍ରକୃତି ସହ ସଂଯୋଗ କରିବା ପାଇଁ ଏହି ପ୍ରୟାସ କରାଯାଉଥିବା ନେଇ ସରକାର ସ୍ପଷ୍ଟୀକରଣ ଦେଉଥିବା ବେଳେ ଏହା ପଛରେ ଥିବା ଲୁକ୍କାୟିତ ଉଦ୍ଦେଶ୍ୟ ଚାଇନାର ଜନ ସାଧାରଣଙ୍କୁ ସଷ୍ଟ ଭାବେ ଜଣାପଡୁଛି। ଦେଶରେ ଜନ୍ମ ହାର ବଢାଇବା ପାଇ ଚାଇନା ସରକାର କଲେଜ ଗୁଡିକରେ ଏହି ଛୁଟି ପ୍ରଦାନ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ ଫ୍ୟାନ୍‌ ମେ ଏଜୁକେସନ ଗ୍ରୁପର କଲେଜ ଗୁଡିକ ଜୀବନ ସାଥି ଖୋଜିବା ପାଇଁ ଏହି ଛୁଟି ପ୍ରଦାନ କରକିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିମାନ ଶିଳ୍ପରେ ନିଯୁକ୍ତି ପାଇଁ ଏହି ଗ୍ରୁପର କଲେଜ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥାଏ। ଭବିଷ୍ୟତର ପାଇଲଟ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଓ ଫ୍ଲାଇଟ ଆଟେଣ୍ଡାଣ୍ଟ ପଦବୀ ଗୁଡିକ ପାଇଁ ଏହି କଲେଜ ଗୁଡିକ ପ୍ରଶିକ୍ଷଣ ଦେଇଥାଆନ୍ତି।


ଏହା ମଧ୍ଯ ପଢନ୍ତୁ-Odisha News: ରାତିରେ ହ୍ବାଟ୍ସଆପ ଷ୍ଟାଟସ୍ ଲଗାଇ ଝୁଲି ପଡ଼ିଲେ ବିଜେଡ଼ି ଯୁବ ନେତା, କାରଣ ଖୋଜୁଛି ପୋଲିସ


ଏହା ମଧ୍ଯ ପଢନ୍ତୁ-Viral diseases: ସଂକ୍ରମଣ ଯୋଗୁଁ ଶରୀରରେ ଘୂରି ବୁଲିଲେ ଲକ୍ଷ ଲକ୍ଷ କୀଟ! ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ଏସବୁ ଲକ୍ଷଣ