Viral diseases: ସଂକ୍ରମଣ ଯୋଗୁଁ ଶରୀରରେ ଘୂରି ବୁଲିଲେ ଲକ୍ଷ ଲକ୍ଷ କୀଟ! ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ଏସବୁ ଲକ୍ଷଣ
Advertisement
Article Detail0/zeeodisha/odisha1640452

Viral diseases: ସଂକ୍ରମଣ ଯୋଗୁଁ ଶରୀରରେ ଘୂରି ବୁଲିଲେ ଲକ୍ଷ ଲକ୍ଷ କୀଟ! ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ଏସବୁ ଲକ୍ଷଣ

Viral diseases:  ନିକଟରେ ଜଣେ ବ୍ୟକ୍ତି ଏପରି ଏକ ସଂକ୍ରମଣର ଶିକାର ହୋଇଥିଲା ଯାହା ଦେଖି ଡ଼ାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବ୍ୟକ୍ତିଙ୍କ ଦେହ ସାରା ଘୂରି ବୁଲିଥିଲେ ଲକ୍ଷ ଲକ୍ଷ କୀଟ ପତଙ୍ଗ । 

ସୌ(ସୋସିଆଲ ମିଡିଆ)

Viral diseases: ଏମିତ ତ ଦୁନିଆରେ ଆପଣ ବହୁ ରୋଗ ବିଷୟରେ ଅବଗତ ଥିବେ । କିନ୍ତୁ କିଛି ରୋଗ ବା ସଂକ୍ରମଣ(infection) ଏତେ ବିପଜ୍ଜନକ ହୋଇଥାଏ ଯାହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନିକଟରେ ଜଣେ ସ୍ପେନୀୟ ବ୍ୟକ୍ତିଙ୍କ ଏକ ସଂକ୍ରମଣର ଶିକାର ହୋଇଥିଲେ। ସଂକ୍ରମଣ ହେତୁ ତାଙ୍କ ଶରୀରରେ କୀଟପତଙ୍ଗ ଗତି କରୁଥିବା ଦେଖିବାକୁ ମିଳିଥିଲା ​​। ସାଧାରଣତଃ ବ୍ୟସ୍ତ ବହୁଳ ଜୀବନଯାପନ ଲାଗି ଲୋକେ ନିଜ ସ୍ବାସ୍ଥ୍ୟା ଉପରେ ବିଷେଶ ଭାବରେ ଧ୍ୟାନ ଦେଇପାରନ୍ତି ନଥାଆନ୍ତି । ପରେ ଏହି ଅସନ୍ତୁଳନ ଜୀବନଯାପନ ପାଇଁ ସେମାନେ ଅନେକ ସ୍ବାସ୍ଥ୍ୟାଗତ ସମସ୍ୟାର ଶିକାର ହୋଇଥାଆନ୍ତି । ଅନ୍ୟପକ୍ଷରେ କେତେକ ରୋଗ ଏପରି  ଅଛି ଯେଉଁଥିରେ ଦୁନିଆର ଅଧିକାଂଶ ଲୋକ ଅସୁସ୍ଥ ହୋଇଥାଆନ୍ତି । ଏହା ନୁହେଁ ଯେ ଏହି ରୋଗରେ କେବଳ ଗରିବ ଦେଶର ଅଧିବାସୀ ପୀଡ଼ିତ ହୁଅନ୍ତି, କିଛି ଏପରି ରୋଗ ରହିଥାଏ ଯେଉଁଥିରେ ବିକଶିତ ଦେଶର ଲୋକମାନେ ମଧ୍ଯ ଶିକାର ହୋଇଥାଆନ୍ତି । ନିକଟରେ ଏକ ସଂକ୍ରମଣ ରୋଗ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି  ।

ବାସ୍ତବରେ, ଦି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ଜଣେ ୬୪ ବର୍ଷିୟ ସ୍ପେନୀୟ ସଫେଇ କର୍ମଚାରୀଙ୍କୁ ନେଇ ରିପୋର୍ଟ ପ୍ରକାଶ କରିଥିଲା ଯାହା ସମସ୍ତଙ୍କ ହୋସ ଉଡାଇ ଦେଇଛି । କୁହାଯାଉଛି ଯେ, ଏହି ବ୍ୟକ୍ତିଙ୍କ ଷ୍ଟ୍ରଙ୍ଗିଲୋଏଡସ୍ ଷ୍ଟେର୍କୋରାଲିସ୍(Strongyloides stercoralis) ନାମକ ଏକ ଗୁରୁତର ସଂକ୍ରମଣ ଥିଲେ । ଏହି ରୋଗ ଚର୍ମରେ ଖୁବଶୀଘ୍ର ବ୍ୟାପୁଥିବା ଦେଖାଯାଇଥିଲା। ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ସେହି ବ୍ୟକ୍ତିଙ୍କ ଚର୍ମ ଭିତରେ ଅନେକ କୀଟପତଙ୍ଗର ଗତି କରୁଥିବା ଦେଖିବାକୁ ପାଇଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା।

ଅଡିଟି ସେଣ୍ଟ୍ରାଲ୍ ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ଜଣେ ୬୪ ବର୍ଷିୟ ସଫେଇ କର୍ମଚାରୀ ଷ୍ଟ୍ରଙ୍ଗିଲୋଏଡସ୍ ଷ୍ଟେର୍କୋରାଲିସ୍(Strongyloides stercoralis) ନାମକ ଏକ ସଂକ୍ରମଣରେ ପୀଡ଼ିତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଛି ଯେ, ଶରୀର କୁଣ୍ଡେଇ(itching) ହେବା ସହ ଡ୍ରାଏରିଆ ଭଳି ଲକ୍ଷଣ ଦେଖି ଦେବା ପରେ ବ୍ୟକ୍ତି ଜଣଙ୍କ ସଂକ୍ରମଣ(infection) ନେଇ ସନ୍ଦେହ କରିଥିଲେ । ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣ ଯୋଗୁଁ ସେ ହସ୍ପିଟାଲ ଯାଇ ନିଜର ଯାଞ୍ଚ କରାଇଥିଲେ । ସେଠାରେ ଯାଞ୍ଚ ସମୟରେ ତାଙ୍କୁ ଷ୍ଟ୍ରଙ୍ଗିଲୋଏଡସ୍ ଷ୍ଟେର୍କୋରାଲିସ୍(Strongyloides stercoralis) ସଂକ୍ରମଣ ନେଇ ଜଣାପଡ଼ିଥିଲା । ଏହି ସମୟରେ ବ୍ୟକ୍ତିଙ୍କ ଶରୀରରେ ଲାଲ ରଙ୍ଗର ଦାଗ ଦେଖାଯିବା ଆରମ୍ଭ କଲା । ମାଇକ୍ରୋସ୍କୋପ୍(microscopic) ଦେଖିବା ପରେ କୀଟ ପତଙ୍ଗ ଚର୍ମରେ ଗତି କରୁଥିବା ଭଳି ଦେଖାଦେଇଥିଲା ।

ଏହି ସଂକ୍ରମଣ ଦେଖିବା ପରୋ ଡାକ୍ତରମାନେ ବିଶ୍ବାସ କରିପାରିନଥିଲେ । ବ୍ୟକ୍ତି ଜଣକ ସଫେଇ କର୍ମଚାରୀ ହୋଇଥିବାରୁ ଅପରିଷ୍କାର ବସ୍ତୁ ସଂସ୍ପର୍ଶରେ ଆସିବା ଯୋଗୁଁ ଏହି ଭଳି ମାରାତ୍ମକ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଥିଲା । ଏହାକୁ ରୋକିବା ପାଇଁ ଡାକ୍ତରମାନେ ବ୍ୟକ୍ତିଙ୍କୁ ହାଇପର-ଇନଫେକ୍ସନ୍ ଦେଇଥିଲେ, ଯାହାକି ଏକ ଶକ୍ତିଶାଳୀ ଆଣ୍ଟି-ପରସାଇଡ଼(anti-parasite) ଔଷଧ ଅଟେ । ଯାହାଦ୍ବାରା ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇପାରିବ। ତେବେ ଏନେଇ ଡାକ୍ତରମାନେ କହିଛନ୍ତି ଯେ, ଯେଉଁମାନଙ୍କୁ ଏହି ସଂକ୍ରମଣ ହୋଇଥାଏ ସେମାନେ ଅନେକ ବର୍ଷ ବିନା କୌଣସି ଲକ୍ଷଣରେ ବଞ୍ଚଥାଆନ୍ତି । କିନ୍ତୁ ଅନେକ ସମୟରେ ଚର୍ମରେ ଥିବା ଏହି କୀଟ ବା ପୋକ ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।

Also Read-Odisha News: ରାତିରେ ହ୍ବାଟ୍ସଆପ ଷ୍ଟାଟସ୍ ଲଗାଇ ଝୁଲି ପଡ଼ିଲେ ବିଜେଡ଼ି ଯୁବ ନେତା, କାରଣ ଖୋଜୁଛି ପୋଲିସ

Also Read-Crime News: ପ୍ରେମିକକୁ ଘରକୁ ଡ଼କାଇ ଖଣ୍ତ ଖଣ୍ତ କଲା ପ୍ରେମିକା, ପଛରେ ରହିଥିଲା ଏହି କାରଣ

Also Read-Khordha: ଗର୍ଭବତୀ ନଥାଇ ଚାଲିଥିଲା ଚିକିତ୍ସା; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି, ଜାଣନ୍ତୁ ପୁରା ଘଟଣାକ୍ରମ